Videos
|
Entertainment

Bollywood / ମୁହଁ ଖୋଲିଲେ ବୋନି କପୁର, କହିଲେ ପତ୍ନୀ ଓ ପିଲାମାନଙ୍କ ମଧ୍ୟରେ ବାଣ୍ଟି ହୋଇଯାଇଥିଲି

Smruti Parija
Browse all articles by Smruti Parija
·11 months ago·2 min read
ମୁହଁ ଖୋଲିଲେ ବୋନି କପୁର, କହିଲେ ପତ୍ନୀ ଓ ପିଲାମାନଙ୍କ ମଧ୍ୟରେ ବାଣ୍ଟି ହୋଇଯାଇଥିଲି

Key Points

ବୋନି କପୁରଙ୍କ ବଡ ଖୁଲାସା

ଶ୍ରୀଦେବୀ ଓ ମୋ ପାଇଁ ମୁଦି କିଣିଥିଲେ ପ୍ରଥମ ପତ୍ନୀ ମୋନା

କହିଲେ ପତ୍ନୀ ଓ ପିଲାମାନଙ୍କ ମଧ୍ୟରେ ବାଣ୍ଟି ହୋଇଯାଇଥିଲି

ସ୍ୱାମୀର ଦ୍ୱିତୀୟ ବାହାଘର ପାଇଁ ମୁଦି କିଣିଥିଲେ ପ୍ରଥମ ପତ୍ନୀ । ଆଜ୍ଞା ହଁ ଏମିତି ଘଟଣା ଖୁବ କମ୍ ଦେଖିବାକୁ ମିଳିଥାଏ । ହେଲେ ବୋନି କପୁର ଏକ ସାକ୍ଷାତକାରରେ ତାଙ୍କ ପତ୍ନୀ ମୋନା କପୁର ଏବଂ ଶ୍ରୀଦେବୀଙ୍କ ବିଷୟରେ କିଛି ଖୁଲାସା କରିଛନ୍ତି । ସେ ତାଙ୍କ ପ୍ରଥମ ପତ୍ନୀ ମୋନାଙ୍କୁ ଶ୍ରୀଦେବୀଙ୍କ ବିଷୟରେ ସବୁ କଥା କହିଥିଲେ । ଆଉ ତା' ପରେ ବିବାହ ପୂର୍ବରୁ ମୁଦି କିଣିଥିଲେ ମୋନା । ପତ୍ନୀ ଓ ପିଲାମାନଙ୍କ ମଧ୍ୟରେ ବାଣ୍ଟି ହୋଇଯାଇଥିବା କଥା କହିଛନ୍ତି ବୋନି କପୁର ।


ଯେତେବେଳେ ଶ୍ରୀଦେବୀ ୧୯୯୬ ମସିହାରେ ବୋନି କପୁରଙ୍କୁ ବିବାହ କରିଥିଲେ, ଚାରିଆଡେ ଏକଥାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ଯାହା ଦୁଇ ପରିବାର ମଧ୍ୟରେ ଫାଟ ସୃଷ୍ଟି କରିଥିଲା। ବୋନି କପୁର ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୋନା ଶୌରୀ ତାଙ୍କ ପତ୍ନୀ ଥିଲେ, ତଥାପି ସେ ଶ୍ରୀଦେବୀଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଥିଲେ । ଶ୍ରୀଦେବୀଙ୍କୁ ବିବାହ କରିବା ପରେ, ବୋନି କପୁର ତାଙ୍କ ପ୍ରଥମ ପତ୍ନୀ ଏବଂ ପରିବାରଠାରୁ ନିଜକୁ ଦୂରେଇ ରଖିଥିଲେ । ଯାହା ଦୁଇ ପରିବାରକୁ ଆହୁରି କଷ୍ଟ ଦେଇଥିଲା । ନିକଟରେ ଏକ ସାକ୍ଷାତକାରରେ, ବୋନି କପୁର ତାଙ୍କ ବିବାହ ଏବଂ ତାଙ୍କ ପ୍ରଥମ ପତ୍ନୀ ମୋନା ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ଶ୍ରୀଦେବୀଙ୍କ ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି ।


ଆହୁରି ପଢନ୍ତୁ ରାଜାମୌଲୀଙ୍କ ଫିଲ୍ମକୁ ରିଜେକ୍ଟ କରିଥିଲେ ଶ୍ରୀଦେବୀ, ବୋନି କହିଲେ ପ୍ରକୃତ ସତ...


ବୋନି କପୁର କହିଛନ୍ତି ଯେ, ସେ ଶ୍ରୀଦେବୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କେବେ ତାଙ୍କ ପତ୍ନୀ ମୋନାଙ୍କୁ ଅନ୍ଧାରରେ ରଖିନଥିଲେ । ପ୍ରକୃତରେ, ମୋନା ହିଁ ତାଙ୍କ ଏବଂ ଶ୍ରୀଦେବୀଙ୍କ ନିର୍ବନ୍ଧ ମୁଦି କିଣିଥିଲେ । ୨୦୧୮ରେ ଶ୍ରୀଦେବୀଙ୍କ ମୃତ୍ୟୁ ହେବା ପରେ ତାଙ୍କ ପ୍ରଥମ ପତ୍ନୀ ମୋନାଙ୍କ ସନ୍ତାନ ଅର୍ଜୁନ ଏବଂ ଅଂଶୁଲାଙ୍କ, ଜାହ୍ନବୀ ଏବଂ ଖୁସିଙ୍କୁ ସାହାରା ଦେଇଥିଲେ । ଜାହ୍ନବୀ ଏବଂ ଖୁସି ହେଉଛନ୍ତି ବୋନି କପୁର ଏବଂ ଶ୍ରୀଦେବୀଙ୍କ ଝିଅ ।



ବୋନି କପୁର କହିଛନ୍ତି, "ମୁଁ ମୋ ସ୍ତ୍ରୀ ମୋନାଙ୍କୁ ଶ୍ରୀଦେବୀଙ୍କ ବିଷୟରେ ସବୁକିଛି କହିଥିଲି।"


ବୋନି କପୁର ତାଙ୍କ ପତ୍ନୀ ମୋନା ଶୌରୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ। ମୋନାଙ୍କ ମୃତ୍ୟୁ 2012 ମସିହାରେ ହୋଇଥିଲା । "ମୁଁ ପିନ୍ଧିଥିବା ଏହି ମୁଦି ଏବଂ ସେ (ଶ୍ରୀଦେବୀ) ପିନ୍ଧିଥିବା ମୁଦି ଦେଖନ୍ତୁ । ମୋନା ଉଭୟଙ୍କୁ କିଣିଥିଲେ । ମୁଁ ତାଙ୍କୁ ଖୋଲାଖୋଲି ଭାବରେ କହିଥିଲି, ଏବଂ ସେ ମୋ ପ୍ରତି କିମ୍ବା ଅନ୍ୟ ପିଲାମାନଙ୍କ ପ୍ରତି କୌଣସି ଘୃଣା ସୃଷ୍ଟି ନକରି ପିଲାମାନଙ୍କୁ ଭଲ ଦୃଷ୍ଟିରେ ଦେଖୁଥିଲେ ।" ତଥାପି, ବୋନି କପୁର ସ୍ୱୀକାର କରିଥିଲେ ଯେ ଅର୍ଜୁନ କପୁର ଏବଂ ଅଂଶୁଲା ସେତେବେଳେ ମୋର ଦ୍ୱିତୀୟ ବିବାହ ଖବର ପାଇ ଖୁବ କଷ୍ଟ ପାଇଥିଲେ ।

Related Topics

Explore more stories