Videos
|
Entertainment

ରିଲିଜ୍‌ର ୧୧ ଦିନରେ ୧୦ କୋଟି ପାର୍ କଲା ବୋଉ ବୁଟୁ ଭୂତ

Ritu Das
Browse all articles by Ritu Das
·1 year ago·1 min read
ରିଲିଜ୍‌ର ୧୧ ଦିନରେ ୧୦ କୋଟି ପାର୍ କଲା ବୋଉ ବୁଟୁ ଭୂତ

Key Points

ବକ୍ସ ଅଫିସରେ ବାବୁସାନଙ୍କ ରାଜ

ରିଲିଜର ୧୧ ଦିନରେ ୧୦ କୋଟି ପାର୍ କଲା ବୋଉ ବୁଟୁ ଭୂତ

ବରିଷ୍ଠ ଅଭିନେତ୍ରୀ ଅପରାଜିତାଙ୍କୁ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଛି


ବକ୍ସ ଅଫିସରେ ବାବୁସାନଙ୍କ ରାଜ। ରିଲିଜର ୧୧ ଦିନରେ ୧୦ କୋଟି ପାର୍ କଲା ବୋଉ ବୁଟୁ ଭୂତ। ରଜ ପୂର୍ବରୁ ରିଲିଜ୍ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ବୋଉ ବୁଟୁ ଭୂତ ରଚିଲା ଇତିହାସ। ରଜ ସରିବା ପରେ ମଧ୍ୟ ରାଜଧାନୀ ସମେତ ଓଡିଶାର ବିଭିନ୍ନ ହଲ୍‌ରେ ବୋଉ ବୁଟୁ ଭୂତ ହାଉସଫୁଲ ହେଉଥିବା ବେଳେ ଆଜି ୧୦ କୋଟି ପାର କରିଚି ଏହି ଚଳଚ୍ଚିତ୍ର। ଯାହା ଓଡ଼ିଆ ସିନେମା କୁ ଦେଖାଉଛି ନୂଆ ଦିଶା। ଏହି ଚଳଚ୍ଚିତ୍ରଟି ବାବୁସାନ୍‌ ଫିଲ୍ମସ ନିବେଦିତ ତଥା ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ‘ବୋଉ ବୁଟୁ ଭୂତ’। ଏହାର ମୁଖ୍ୟ ଭୂମିକାରେ ଅଛନ୍ତି ଓଲିଉଡ୍‌ର ସୁପରଷ୍ଟାର ବାବୁସାନ୍ ମହାନ୍ତି। ତାଙ୍କ ବିପକ୍ଷରେ ଅଛନ୍ତି ନାୟିକା ଅର୍ଚ୍ଚିତା। ସେହିପରି ବରିଷ୍ଠ ଅଭିନେତ୍ରୀ ଅପରାଜିତାଙ୍କୁ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଛି।


ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ଚୌଧୁରୀ ଜୟପ୍ରକାଶ ଦାସ, କେକେ, ରବି ମିଶ୍ର, ଅନୁଗୁଳିଆ ବଣ୍ଟି ଓ ଉଦିତ ଗୁରୁ। ଜଗଦୀଶ ମିଶ୍ର ଏହାର ନିର୍ଦ୍ଦେଶନା ଦେଇଛନ୍ତି। କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ଏମ୍‌. ଇମ୍ରାନ। ପ୍ରଣବ ପ୍ରସନ୍ନ ରଥ ଏହାର ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ। ଡିଓପି ଅଛନ୍ତି ରୁଦ୍ରକାନ୍ତ ସିଂ। କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ସମ୍ବିତ ଜେନା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bou-buttu-bhuta-crossed-10-crore-views-in-11-days-of-release | Argus News