Cannes Film Festival ; ଐଶ୍ଵର୍ଯ୍ୟାଙ୍କ କେପ୍ରେ ଭଗବତ ଗୀତା ଶ୍ଲୋକ, ପ୍ରଶଂସା କଲେ ଦର୍ଶକ

Key Points
କାନ୍ସ ଫେଷ୍ଟିଭାଲ ୨୦୨୫ରେ ଐଶ୍ଵର୍ଯ୍ୟା ରାୟଙ୍କର ପୁଣି ଥରେ ଜଲୱା ଦେଖିବାକୁ ମିଳିଛି । ମର୍ଡନ ଡ୍ରେସରେ ଭାରତୀୟ ସଂସ୍କୃତିର ଛାପ ତାଙ୍କ ଲୁକ୍କୁ ଆହୁରି ଆକର୍ଷିତ କରିଛି ।
କାନ୍ସ ଫେଷ୍ଟିଭାଲ ୨୦୨୫ରେ ଐଶ୍ଵର୍ଯ୍ୟା ରାୟଙ୍କର ପୁଣି ଥରେ ଜଲୱା ଦେଖିବାକୁ ମିଳିଛି । ମର୍ଡନ ଡ୍ରେସରେ ଭାରତୀୟ ସଂସ୍କୃତିର ଛାପ ତାଙ୍କ ଲୁକ୍କୁ ଆହୁରି ଆକର୍ଷିତ କରିଛି । ପ୍ରତିବର୍ଷ ବିଶ୍ଵସୁନ୍ଦରୀ ଐଶ୍ଵର୍ଯ୍ୟା ରାୟଙ୍କର କାନ୍ସ ଫେଷ୍ଟିଭାଲର ଲୁକ ଦର୍ଶକଙ୍କୁ ବେଶ ଆକର୍ଷିତ କରିଛି । କିଛି ନୂଆ ଅନ୍ଦାଜରେ ସବୁବେଳେ ଐଶ୍ ନିଜ ନିଆରା ଲୁକ୍ରେ ନଜର ଆସନ୍ତି । ଚଳିତ ଥର ମଧ୍ୟ ରେଡ୍ କାର୍ପେଟରେ ନିଜ ଡ୍ରେସ ଡିଜାଇନ୍ରେ ଦେଶର ସଂସ୍କୃତିକୁ ବିଶ୍ଵ ସାମ୍ନାରେ ଦର୍ଶାଇଛନ୍ତି ଐଶ୍ ।
ଐଶ୍ ଗୌରବ ଗୁପ୍ତାଙ୍କ ଡିଜାଇନରେ ନିର୍ମିତ ଏକ ବ୍ଲାକ ଗାଉନ୍ ପିନ୍ଧିଥିଲେ । ଏହା ଉପରେ ସିଲଭର ବନାରସୀର ବ୍ରୋକେଡ କେପ୍ ସହ ଷ୍ଟାଇଲ କରିଥିଲେ । ଯେଉଁ କେପ୍ ହିଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କାରଣ ଏହି କେପ୍ରେ ଥିଲା ଶ୍ରୀମଦ୍ ଭଗବତ ଗୀତାର ଶ୍ଲୋକ । ଯାହା ଭାରତର ସଂସ୍କୃତିକୁ ପ୍ରତିପାଦନ କରୁଥିଲା । ତେବେ ସେହି ବ୍ଲାକ ଗାଉନରେ ଚାନ୍ଦି, ସୁନା, ଚୋରକୋଲ ସହ ମାଇକ୍ରୋ ଗ୍ଲାସ କ୍ରିଷ୍ଟଲର ବ୍ୟବହାର କରାଯାଇଛି । ଏଥିସହ ରେଡ ଲିପଷ୍ଟିକରେ ବେଶ ଗର୍ଜିୟସ ଲାଗୁଛନ୍ତି ଐଶ୍ଵର୍ଯ୍ୟା ରାୟ । ଏହି ଲୁକ୍ ଦର୍ଶକ ତଥା ଫ୍ୟାନ୍ସ ମାନଙ୍କୁ ଖୁବ ପସନ୍ଦ ଆଶିଥିଲା । ଏହା ପୂର୍ବରୁ ଆକ୍ଟ୍ରେସ ଆଇବରୀ ଶାଢୀରେ ନିଜର ଜଲୱା ଦେଖାଇ ଥିଲେ । ଯେଉଁଥିରେ ତାଙ୍କ ଶାଢୀ ସହ ନାଲି ସିନ୍ଦୁର ତାଙ୍କ ଲୁକ୍ରେ ଚାରଚାନ୍ଦ୍ ଲଗାଇଥିଲା । ତେବେ କାନ୍ସ ଫେଷ୍ଟିଭାଲରେ ତାଙ୍କ ସହ ଥିଲେ ତାଙ୍କ ଝିଅ ଆରାଧ୍ୟା ।