Cannes Film Festival ; ରେଡ୍ କାର୍ପେଟରେ ମୋଦିଙ୍କ ନେକଲେସ ପିନ୍ଧି ଚର୍ଚ୍ଚାରେ ରୁଚି

Key Points
କାନ୍ସ ଫେଷ୍ଟିଭାଲରେ ରୁଚିଙ୍କ କମାଲ
ନେକଲେସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ
କାନ୍ସ ଫେଷ୍ଟିଭାଲରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ରୁଚି ଗୁଜ୍ଜର । ନିଜର ନେକଲେସକୁ ନେଇ ସେ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛନ୍ତି । ନିଜ ନେକଲେସର ଲକେଟ୍ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲଗାଇଛନ୍ତି । ରୁଚିଙ୍କର ଏପରି ଚଏସର ଜୁଏଲରୀ ଏବେ ସମସ୍ତଙ୍କ ପାଇଁ ଆକର୍ଷଣ ପାଲଟିଛି ।
ତେବେ ରୁଚି ଗୁଜ୍ଜର ହେଉଛନ୍ତି, ରାଜସ୍ଥାନର ବାସିନ୍ଦା । ଇନଷ୍ଟାଗ୍ରାମରେ ତାଙ୍କ ଫ୍ୟାନ ଫଲୋଇଙ୍ଗ ଖୁବ ଅଧିକ । ରାଜସ୍ଥାନରେ ସେ ନିଜର ଗ୍ରାଜୁଏସନ ସାରିବା ପରେ ମୁମ୍ବାଇର ଫିଲ୍ମ ଇଣ୍ଡଷ୍ଟ୍ରିକୁ ନିଜର ସ୍ଵପ୍ନ ପୁରଣ କରିବାକୁ ଆସିଥିଲେ । ରୁଚି ୨୦୨୩ରେ ମିସ ହରିୟାନା ଟାଇଟେଲ ଜିତିଥିଲେ । ଏହାପରେ ଅନେକ ମ୍ୟୁଜିକ ଭିଡିଓରେ ମଧ୍ୟ କାମ କରିଛନ୍ତି ।
ତେବେ କାନ୍ସ ଫେଷ୍ଟିଭାଲରେ ମୋଦିଙ୍କ ନେକଲେସ ପିନ୍ଧିବାକୁ ନେଇ ସେ କହିଛନ୍ତି, "ମୋଦି ଭାରତକୁ ସାରା ବିଶ୍ଵରେ ଏକ ସ୍ଵତନ୍ତ୍ର ପରିଚୟ ଦେଇଛନ୍ତି । ସେଥିପାଇଁ ତାଙ୍କୁ ଗର୍ବର ସହ ମୁ ମୋ ସହ ରଖିବାକୁ ଚାହୁଁଛି ।"
ଏକ ସାକ୍ଷାତକାରରେ ରୁଚି ନିଜ କ୍ୟାରଅରକୁ ନେଇ କହିଥିଲେ, ସେ ଗୁଜ୍ଜର ପରିବାରରୁ ଆସନ୍ତି । ଯେଉଁଠି ଝିଅମାନଙ୍କୁ ସହଜରେ ଏମିତି ପ୍ରଫେସନରେ ପଶିବାକୁ ଅନୁମତି ମିଳେନି । ଧିରେଧିରେ ସେ ତାଙ୍କ ପରିବାର ଲୋକ ତଥା ତାଙ୍କ ସମାଜର ଲୋକଙ୍କ ଚିନ୍ତାଧାରା ବଦଳାଇଛନ୍ତି । ସେ ତାଙ୍କ ସମାଜ ପାଇଁ ଏକ ଆଦର୍ଶ ମହିଳା ହେବାକୁ ଇଚ୍ଛା କରନ୍ତି । ଯିଏ ଧିରେଧିରେ ନିଜ ସମାଜର ଏପରି ଚିନ୍ତାଧାରାକୁ ବଦଳାଇ ପାରିବ। ଏବଂ ସେ ତାଙ୍କ ସମାଜର ପ୍ରଥମ ମହିଳା ଯିଏ ବଲିଉଡରେ କାମ କରିବାକୁ ଆସିଛନ୍ତି ବୋଲି କହିଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୮ ଲକ୍ଷ ଫଲୋର୍ସ ଅଛି ।