Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସନ୍ନି ଦେଓଲ-ରଣଦୀପ ହୁଡାଙ୍କ ନାଁରେ ମାମଲା ରୁଜୁ

Rashmita Mishra
Browse all articles by Rashmita Mishra
·1 year ago·2 min read
ସନ୍ନି ଦେଓଲ-ରଣଦୀପ ହୁଡାଙ୍କ ନାଁରେ ମାମଲା ରୁଜୁ

ସନ୍ନି ଦେଓଲ ଏବଂ ରଣଦୀପ ହୁଡାଙ୍କ ଫିଲ୍ମ 'ଜାଟ' ୧୦ ଏପ୍ରିଲରେ ସିନେମା ହଲରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମଟି ରିଲିଜ୍ ହେବା ପରଠାରୁ ବକ୍ସ ଅଫିସରେ ରାଜ କରୁଛି । କିନ୍ତୁ ଏବେ ଏହି ଫିଲ୍ମଟି ଏକ ସିନକୁ ନେଇ ବିବାଦରେ ଛନ୍ଦି ହୋଇଛି । 'ଜାଟ୍' ଚଳଚ୍ଚିତ୍ରର ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ବିରୋଧରେ ଜଳନ୍ଧରର ସଦର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । ଜାଟ ଚଳଚ୍ଚିତ୍ରରେ କାମ କରିଥିବା ବଲିଉଡ ଅଭିନେତା ସନି ଦେଓଲ, ରଣଦୀପ ହୁଡା, ବିନୀତ କୁମାର, ନିର୍ଦ୍ଦେଶକ ଗୋପୀ ଚାନ୍ଦ, ପ୍ରଯୋଜକ ନବୀନ ମାଲିନେନିଙ୍କ ବିରୋଧରେ ଜଳନ୍ଧରରେ ଏକ ମାମଲା ରୁଜୁ ହୋଇଛି ।

ଏହି ସିନକୁ ନେଇ ଉଠିଛି ଆପତ୍ତି
ଅଭିଯୋଗ କରାଯାଇଛି ଯେ ରଣଦୀପ ହୁଡା ଯୀଶୁ ଖ୍ରୀଷ୍ଟ ଏବଂ ଖ୍ରୀଷ୍ଟିଆନିଟିରେ ବ୍ୟବହୃତ ପବିତ୍ର ଜିନିଷଗୁଡ଼ିକର ଅସମ୍ମାନ କରିଛନ୍ତି । ଏହି ସିନର ପ୍ରତିବାଦ କରି, ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଅଭିଯୋଗ କରିଛନ୍ତି ଯେ ଚଳଚ୍ଚିତ୍ରର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ତାଙ୍କ ଚଳଚ୍ଚିତ୍ରରେ ଏପରି ସିନ୍ ଯୋଡିଛନ୍ତି ଯାହା ଧାର୍ମିକ ଭାବନାକୁ ଆଘାତ ଦେଇଛି । ୟାହାକୁ ନେଇ ସେ ମାମଲା ରୁଜୁ କରିଛନ୍ତି । ସନ୍ନି ଦେଓଲ, ରଣଦୀପ ହୁଡା ଏବଂ ଗୋପୀଚାନ୍ଦ ମାଲିନେନିଙ୍କ ବିରୋଧରେ ରୁଜୁ ହୋଇଛି । ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ ଧାରା 299 BNS ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛି।

'ଜାଟ 2' ଘୋଷଣା
'ଜାଟ' ୧୦ ଏପ୍ରିଲରେ ସିନେମା ହଲରେ ମୁକ୍ତିଲାଭ କରିଥିଲା ​​ଏବଂ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଫିଲ୍ମଟି ରିଲିଜ ହେବାର ମାତ୍ର ଗୋଟିଏ ସପ୍ତାହ ହୋଇଛି ଏବଂ ନିର୍ମାତା ଏହାର ସିକ୍ୱେଲ୍ ମଧ୍ୟ ଘୋଷଣା କରିଛନ୍ତି । ଗୁରୁବାର, ଏପ୍ରିଲ ୧୭ ତାରିଖରେ, ମିଥ୍ରି ମୁଭି ମେକର୍ସ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ 'ଜାଟ୍ ୨'ର ରିଲିଜ୍ ପୋଷ୍ଟର ସହ ଘୋଷଣା କରିଥିଲେ ଏବଂ କ୍ୟାପସନରେ କହିଥିଲେ, 'ଜାଟ୍ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବା ପରେ ବି ବନ୍ଦ ହେଉନାହିଁ । ସେ ଏକ ନୂତନ ମିଶନରେ ଅଛନ୍ତି । ଏଥର, ମାସ ଫେଷ୍ଟ ଅଧିକ ବଡ଼, ସାହସିକ ଏବଂ ଉନ୍ମତ୍ତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
case-registered-against-sunny-deol-randeep-hooda | Argus News