Videos
|
Entertainment

Celina Jaitly / ଅଭିନେତ୍ରୀଙ୍କ ସଂଘାତିକ ଅଭିଯୋଗ, କହିଲେ ମୋ ସ୍ୱାମୀ...

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଅଭିନେତ୍ରୀଙ୍କ ସଂଘାତିକ ଅଭିଯୋଗ, କହିଲେ ମୋ ସ୍ୱାମୀ...

Key Points

ଅଭିନେତ୍ରୀ ସେଲିନା ଜେଟଲିଙ୍କ ସାଂଘାତିକ ଅଭିଯୋଗ
ସ୍ୱାମୀଙ୍କ ବିରୋଧରେ ଆଣିଲେ ଘରୋଇ ହିଂସା ଅଭିଯୋଗ
ଅଭିନେତ୍ରୀ ସେଲିନା ଜେଟଲି ତାଙ୍କ ବୈବାହିକ ଜୀବନକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ସେଲିନା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଥିଲେ। ଏଖବର ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ତାଙ୍କ ସ୍ୱାମୀ ପିଟର ହାଗଙ୍କ ବିରୋଧରେ ଘରୋଇ ହିଂସା ମାମଲା ଦାୟର କରିଛନ୍ତି । ସେ ସାହାଯ୍ୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେଲିନା ପିଟରଙ୍କ ଉପରେ ଘରୋଇ ହିଂସା, ନିଷ୍ଠୁରତା ଏବଂ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

ସେଲିନା କୋର୍ଟରେ କଣ କହିଥିଲେ:

ସେଲିନା ଜେଟଲି ତାଙ୍କ ସ୍ୱାମୀ ପିଟର ହାଗଙ୍କ ବିରୋଧରେ ମୁମ୍ବାଇର ଏକ କୋର୍ଟରେ ଘରୋଇ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ। ମଙ୍ଗଳବାର ଦିନ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏସ.ସି. ଟାଡେଙ୍କ ସମ୍ମୁଖରେ ଏହି ମାମଲା ଶୁଣାଣି ପାଇଁ ଆସିଥିଲେ ଅଭିନେତ୍ରୀ । ଯେଉଁଠାରେ କୋର୍ଟ ପିଟର ହାଗଙ୍କୁ ନୋଟିସ୍ ଜାରି କରିଛନ୍ତି । କୋର୍ଟ ଡିସେମ୍ବର ୧୨ ତାରିଖକୁ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି ।

ନିର୍ଯାତନା ହେତୁ ଭାରତ ଫେରି ଆସିଲେ:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେଲିନା କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ଅତ୍ୟାଚାର ଯୋଗୁଁ ତାଙ୍କୁ ଅଷ୍ଟ୍ରିଆ ଛାଡି ଭାରତ ଫେରିବାକୁ ପଡ଼ିଲା। ସେ ଏହା ମଧ୍ୟ କହିଥିଲେ ଯେ, ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ଇଣ୍ଡଷ୍ଟ୍ରିରେ କାମ କରିବାକୁ ମନା କରିଥିଲେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ସେଲିନା ତାଙ୍କ ସ୍ୱାମୀଙ୍କଠାରୁ ମାନସିକ ଏବଂ ଶାରୀରିକ ନିର୍ଯାତନା ପାଇଁ 50 କୋଟି ଦାବି କରିଛନ୍ତି । ସେଲିନା ଜେଟଲି ଏବଂ ପିଟର ହାଗ୍ ୨୦୧୧ ମସିହାରେ ଅଷ୍ଟ୍ରିଆରେ ବିବାହ କରିଥିଲେ। ଏହି ଅଭିନେତ୍ରୀ ମାର୍ଚ୍ଚ ୨୦୧୨ରେ ଦୁଇଟି ଯାଆଁଳା ପୁଅଙ୍କୁ ଜନ୍ମ ଦେଇଥିଲେ। ୨୦୧୭ ମସିହାରେ, ସେ ପୁଣି ଥରେ ଆଉ ଦୁଇଟି ଯାଆଁଳା ପୁଅର ମାଆ ହୋଇଥିଲେ। କିନ୍ତୁ ତାଙ୍କର ଗୋଟିଏ ପୁଅ ହାଇପୋପ୍ଲାଷ୍ଟିକ୍ ହୃଦରୋଗ ଯୋଗୁଁ ମୃତ୍ୟୁବରଣ କରିଥିଲା।

ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ସହିତ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରନ୍ତି । ଏବେ ହଠାତ୍ ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଏପର୍ଯ୍ୟନ୍ତ ପିଟରଙ୍କ ପକ୍ଷରୁ ଏ ବିଷୟରେ କୌଣସି ବୟାନ ଆସିନାହିଁ । ପୂର୍ବତନ ମିସ୍ ଇଣ୍ଡିଆ ଏବଂ ଅଭିନେତ୍ରୀ ସେଲିନା ଜେଟଲିଙ୍କୁ ଅନେକ ଫିଲ୍ମରେ ଦେଖିବାକୁ ମିଳିଥିଲା। ସେଲିନା 'ନୋ ଏଣ୍ଟ୍ରି','ଗୋଲମାଲ ରିଟର୍ଣ୍ଣସ୍', 'ଥ୍ୟାଙ୍କ୍ ୟୁ', 'ଅପନା ସପନା ମନି ମନି' ଏବଂ 'ମନି ହେ ତୋ ହନି ହେ' ଭଳି ଫିଲ୍ମ କରିଥିଲେ। ସେଲିନା ଜେଟଲି ପିଟର ହାଗଙ୍କୁ ବିବାହ କରିଥିଲେ। ସେ ଜଣେ ବହୁତ ବଡ଼ ବ୍ୟବସାୟୀ। କୁହାଯାଉଥିଲା ଯେ, ''ସେଲିନା ଅର୍ଥଲୋଭରେ ତାଙ୍କୁ ବିବାହ କରିଥିଲେ ବୋଲି ।''

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Related Topics

Explore more stories