‘ହାତକ୍’ରେ ନଜର ଆସିବେ ଅଦା ଶର୍ମା, ସେୟାର କଲେ ପୋଷ୍ଟର

Key Points
‘କେରଳ ଷ୍ଟୋରୀ ପରେ ‘ହାତକ୍’ରେ ନଜର ଆସିବେ ଅଦା ଶର୍ମା
ସେୟାର କଲେ ପୋଷ୍ଟର
ଫ୍ୟାନ୍ସ କହିଲେ ଏହା ସୁପରହିଟ୍ ହବ
‘କେରଳ ଷ୍ଟୋରୀ ପରେ ‘ହାତକ୍’ରେ ନଜର ଆସିବେ ଅଭିନେତ୍ରୀ ଅଦା ଶର୍ମା। ବ୍ଲକବଷ୍ଟର ଫିଲ୍ମ 'ଦ କେରଳ ଷ୍ଟୋରୀ' ମାଧ୍ୟମରେ ଦର୍ଶକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏବେ ସେ କ୍ରାଇମ୍ ଥ୍ରୀଲର 'ହାତକ' ରେ ନଜର ଆସିବେ । ଏ ଫିଲ୍ମକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି। "ୱାନ୍ ହେଇଷ୍ଟ, ନୋ ମର୍ସି" ଟ୍ୟାଗଲାଇନ୍ ସୂଚାଇ ଦେଉଛି ଯେ ଫିଲ୍ମଟି ଆକ୍ସନ୍ ଏବଂ ସସପେନ୍ସରେ ଭରପୂର।
ସୋମବାର ଦିନ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପୋଷ୍ଟରରେ, ଅଦା ଶର୍ମା ତାଙ୍କ ନୂଆ ଲୁକରେ ନଜର ଆସିଛନ୍ତି। ଟ୍ରେଞ୍ଚ କୋଟ୍, ସୁଟ୍ ଏବଂ କ୍ୟାପ୍ ପିନ୍ଧି, ହାତରେ ବନ୍ଧୁକ ଧରିଥିବାର ନଜର ଆସିଛନ୍ତି । ଏତିକି ହିଁ ନୁହେଁ ଅଦା ଫିଲ୍ମ ବିଷୟରେ କହିଛନ୍ତି, 'ହାତକର ଅଂଶ ହେବା ମୋ ପାଇଁ ବହୁତ ରୋମାଞ୍ଚକର, ଯେତେବେଳେ ମୁଁ ସ୍କ୍ରିପ୍ଟ ପଢିଲି ଓ ଅଜୟ ସାର ତାଙ୍କ ଦୃଷ୍ଟିକୋଣକୁ ଏତେ ସ୍ପଷ୍ଟ ଭାବରେ ସେୟାର କଲେ, ମୁଁ ତୁରନ୍ତ ଏହି ପ୍ରୋଜେକ୍ଟ ସହିତ ଯୋଡ଼ି ହୋଇଗଲି।
📱 Get Argus News App
✨ମୁଁ ଖୁସି ଯେ "ଦି କେରଳ ଷ୍ଟୋରି", "ସନଫ୍ଲାୱାର୍ ୨" ଏବଂ "ରୀତା ସାନ୍ୟାଲ୍" ପରେ ନିର୍ଦ୍ଦେଶକ ମୋତେ ଏତେ ଭିନ୍ନ ଏବଂ ଚ୍ୟାଲେଞ୍ଜିଂ ଚରିତ୍ରରେ ଦେଖୁଛନ୍ତି । ଏହି ଚଳଚ୍ଚିତ୍ରଟି ଅଜୟ କେ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଲିଖିତ।