Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

କ୍ୟାମେରାରେ କଏଦ ହେଲା ଲାଇଭ ମୃତ୍ୟୁ, ସୋସିଆଲ ମିଡିଆରେ ଭାଇରାଲ

Banajyotshna Ray
Browse all articles by Banajyotshna Ray
·12 months ago·2 min read
କ୍ୟାମେରାରେ କଏଦ ହେଲା ଲାଇଭ ମୃତ୍ୟୁ, ସୋସିଆଲ ମିଡିଆରେ ଭାଇରାଲ

Key Points

ଏମିତି ବି ଆସେ ମୃତ୍ୟୁ

କ୍ୟାମେରାରେ କଏଦ ହେଲା ଲାଇଭ ମୃତ୍ୟୁ

କେତେ କଷ୍ଟ ଗୋଟେ ଷ୍ଟଣ୍ଟମ୍ୟାନର ଜୀବନ

ଲାଇଟ, କ୍ୟାମେରା, ଆକ୍ସନ... ବାସ୍‌ ଏହି ସମୟରେ ଗୋଟେ ସାଇଟରୁ ଖୁବ ଜୋରରେ ମାଡିଆସିଲା କାର୍‌। ହଠାତ କାରଟି ଓଲଟି ପଡିଲା। ନିର୍ଦ୍ଦେଶକ, କ୍ୟାମେରାମ୍ୟାନ, ମେକଅପ୍‌ ମ୍ୟାନ ସମସ୍ତେ ଅନାଇଥାନ୍ତି। ଦୌଢି ଯାଇ କାର ଖୋଲି ଦେଖିଲା ବେଳକୁ ଆଉ ନାହାନ୍ତି ରାଜୁ।ମୃତ୍ୟୁ କେତେବେଳେ ଆସିବ ତାହା କିଏ ବା କହିବ। କିନ୍ତୁ ଗୋଟେ ମଣିଷ ଅନ୍ୟ ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଯଦି ଚାଲିଯାଏ, ତେବେ ସେ କଷ୍ଟ କେମିତି ଥିବ ତାହା ବର୍ଣ୍ଣନା କରିବା ସହଜ ନୁହେଁ ।

ସମସ୍ତେ ଦେଖୁଥାଆନ୍ତି, ଆଖି ସାମ୍ନାରେ ଚାଲିଗଲା ପ୍ରାଣବାୟୁ। ସୁପରଷ୍ଟାର ଆର୍ଯ୍ୟଙ୍କ ଆଗାମୀ ଚଳଚ୍ଚିତ୍ର ଭେଟ୍ଟାଭମର ସୁଟିଂ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି, ଯେଉଁଥିରେ ଷ୍ଟଣ୍ଟମ୍ୟାନ ଏସଏମ ରାଜୁଙ୍କ ମୃତ୍ୟୁ ହୋଇଛି। ଏହି ବିଷୟରେ ଭେଟ୍ଟାଭମ ପ୍ରଯୋଜକ ଏବଂ ଲୋକପ୍ରିୟ ଦକ୍ଷିଣ ସିନେମା ଅଭିନେତା ବିଶାଲ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।ରବିବାର ସକାଳେ ଆର୍ଯ୍ୟ ଏବଂ ନିର୍ଦ୍ଦେଶକ ପା. ରଞ୍ଜିତଙ୍କ ଆଗାମୀ ଚଳଚ୍ଚିତ୍ର ଭେଟ୍ଟାଭମର ସୁଟିଂ ତାମିଲନାଡୁର ନାଗାପଟ୍ଟିନମରେ ଚାଲିଥିଲା ଏବଂ ଏକ କାର ସହିତ ଏକ ଷ୍ଟଣ୍ଟ ଦୃଶ୍ୟ ସୁଟିଂ କରିବା ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଷ୍ଟଣ୍ଟମ୍ୟାନ ରାଜୁ ପ୍ରାଣ ହରାଇଥିଲେ।

ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଏକ କଳା କାର ଖୁବ ଉପକୁ ଉଠି ତଳେ ପଡୁଥିବାର ଦେଖାଯାଉଛି, ରାଜୁ ଏହି କାର ସହିତ ଷ୍ଟଣ୍ଟ କରୁଥିଲେ ବୋଲି କୁହାଯାଇଛି।ଏହାକୁ ନେଇ ଭେଟ୍ଟାଭମ ପ୍ରଯୋଜକ ବିଶାଲ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ସଦ୍ୟତମ ଟୁଇଟ କରିଛନ୍ତି ଏବଂ ଲେଖିଛନ୍ତି। ମୁଁ ଦୁଃଖର ସହ କହୁଛି ଯେ ଆର୍ଯ୍ୟ ଏବଂ ରଞ୍ଜିତଙ୍କ ଫିଲ୍ମର ସୁଟିଂ ସମୟରେ ଏକ କାର ଓଲଟି ପଡ଼ିବା ଫଳରେ ଷ୍ଟଣ୍ଟମ୍ୟାନ ରାଜୁଙ୍କ ମୃତ୍ୟୁ ହୋଇଛି। ମୁଁ ରାଜୁଙ୍କୁ ବହୁତ ଦିନ ଧରି ଜାଣିଥିଲି, ସେ ମୋର ଅନେକ ସିନେମାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦୃଶ୍ୟ କରିଥିଲେ।
ଫିଲ୍ମ ସୁଟିଂ ଏବଂ ଷ୍ଟଣ୍ଟ ଦୃଶ୍ୟ ସୁଟିଂ ବିପଦମୁକ୍ତ ନୁହେଁ।

ଫିଲ୍ମ ଅଭିନେତାଙ୍କ ବଦଳରେ ଷ୍ଟଣ୍ଟମ୍ୟାନମାନେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦୃଶ୍ୟ ଫିଲ୍ମ କରିବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦିଅନ୍ତି। ସେ ପ୍ରତ୍ୟେକ ଦୃଶ୍ୟକୁ ନିଖୁଣ ଭାବେ ଦେବା ପାଇଁ ନିଜର ଜୀବନକୁ ଏକ ପ୍ରକାର ବାଜି ଲଗାଇ ଦିଅନ୍ତି। ଷ୍ଟଣ୍ଟମ୍ୟାନ ରାଜୁ ମଧ୍ୟ ଭେଟ୍ଟାଭମ ପାଇଁ ସମାନ କିଛି କରିଥିଲେ, କିନ୍ତୁ ତାଙ୍କୁ ଜୀବନ ହରାଇ ଏହାର ମୂଲ୍ୟ ଦେବାକୁ ପଡିଲା। ଏଖବର ପରେ ସବୁଠି ଦୁଃଖର ଛାଇ ଖେଳିଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chilling-video-reveals-how-stuntman-sm-raju-died-on-set-of-pa-ranjith-arya-film-angry-fans-question-safety-norms | Argus News