Hollywood Update / ପ୍ରଥମ ସନ୍ତାନକୁ ସ୍ୱାଗତ କଲେ କ୍ରିସ୍ ଇଭାନ୍ସ
·10 months ago·2 min read

Key Points
ଖୁସି ଖବର ଦେଲେ ହଲିଉଡ୍ ଅଭିନେତା କ୍ରିସ୍ ଇଭାନ୍ସ
ପ୍ରଥମ ସନ୍ତାନକୁ କଲେ ସ୍ୱାଗତ
ପ୍ରଥମ ସନ୍ତାନକୁ କଲେ ସ୍ୱାଗତ
ଖୁସି ଖବର ଦେଲେ ହଲିଉଡ୍ ଅଭିନେତା କ୍ରିସ୍ ଇଭାନ୍ସ । ପ୍ରଥମ ସନ୍ତାନକୁ କଲେ ସ୍ୱାଗତ। ଏଖବର ପରେ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି। କ୍ରିସ୍ ଇଭାନ୍ସ ହେଉଛନ୍ତି ସେହି ଅଭିନେତା ଯିଏ ‘କ୍ୟାପ୍ଟେନ୍ ଆମେରିକା’ ଷ୍ଟାର୍ । କ୍ରିସ୍ ଇଭାନ୍ସ ଏବଂ ତାଙ୍କ ପତ୍ନୀ ଆଲବା ବାପ୍ଟିଷ୍ଟା ଏକ ଶିଶୁର ବାପା-ମା’ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, କ୍ରିସ୍ ଏବଂ ଆଲବା ଶନିବାର (ଅକ୍ଟୋବର ୨୫) ଆମେରିକାର ମାସାଚୁସେଟ୍ସ୍ରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି।
କ୍ରିସ୍ ଏବଂ ଆଲବା ୨୦୨୨ରେ ସମ୍ପର୍କରେ ଆସିବା ପରେ ୨୦୨୩ ମସିହାରେ ବୋଷ୍ଟନ୍ସ୍ଥିତ ସେମାନଙ୍କ ଘରେ ଏକ ଅନ୍ତରଙ୍ଗ ସମାରୋହରେ ବିବାହ କରିଥିଲେ। ସେ ନିଜ ପିଲାମାନଙ୍କ ସହ ପିଲାଦିନର ପାରିବାରିକ ସ୍ନେହ ଏବଂ ଖ୍ରୀଷ୍ଟମାସ ପରମ୍ପରାକୁ ପୁଣିଥରେ ସୃଷ୍ଟି କରିବାକୁ ଆଶା ରଖିଛନ୍ତି ବୋଲି ଜଣାଇଛନ୍ତି। ନିଜ ସମ୍ପର୍କକୁ ସର୍ବଦା ଗୋପନୀୟ ରଖିବାକୁ ପସନ୍ଦ କରୁଥିବା ଏହି ଦମ୍ପତି ଗର୍ଭଧାରଣ ଖବରକୁ ମଧ୍ୟ ଲୋକଲୋଚନରୁ ଦୂରରେ ରଖିଥିଲେ। ତେବେ ଶିଶୁର ନାମ କିମ୍ବା ଲିଙ୍ଗ ବିଷୟରେ ସେମାନେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି।
ପିତା ହେବା ତାଙ୍କ ପାଇଁ ଏକ ସ୍ୱପ୍ନର ଭୂମିକା ବୋଲି କ୍ରିସ୍ ଇଭାନ୍ସ ପୂର୍ବରୁ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଏବଂ ସେ ଦିନେ ଜଣେ “ସୁପରହିରୋ ବାପା”ର ଆଖ୍ୟା ଅର୍ଜନ କରିବାକୁ ଆଶା ରଖିଛନ୍ତି ବୋଲି କହିଥିଲେ।
କ୍ରିସ୍ ଇଭାନ୍ସ:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହଠାତ୍ ବିବାହ କରି କ୍ରିସ ତାଙ୍କ ଫ୍ୟାନମାନଙ୍କୁ ଚକିତ କରି ଦେଇଥିଲେ । କ୍ରିସ୍ ତାଙ୍କଠାରୁ ୧୬ ବର୍ଷ ସାନ ତାଙ୍କ ଗର୍ଲଫ୍ରେଣ୍ଡ ଅଲବା ବାପ୍ଟିଷ୍ଟାଙ୍କୁ ବିବାହ କରିଥିଲେ। କ୍ରିସ୍ ଇଭାନ୍ସଙ୍କୁ ୪୨ ବର୍ଷ ହୋଇଥିବାବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଅଲବାଙ୍କୁ ୨୬ ବର୍ଷ । ଏହି ଦମ୍ପତି ସେପ୍ଟେମ୍ବର ୨ ରେ ମେସାଚୁସେଟ୍ସର ବୋଷ୍ଟନ୍ ସ୍ଥିତ ଏକ ଘରୋଇ ବାସଭବନରେ ବିବାହ କରିଥିଲେ। ସେମାନଙ୍କର ବିବାହ ସମାରୋହ ବହୁତ ପ୍ରାଇଭେଟ୍ ଥିଲା । କ୍ରିସ୍ ଏବଂ ଅଲବାଙ୍କ ବିବାହରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ଅନେକ ମାର୍ଭେଲର ସୁପରହିଟ୍ ହିରୋ ମାନେ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଏହି ଇଣ୍ଟିମେଟ ସେରେମନି ରେ ରୋବର୍ଟ ଡାଉନି ଜୁନିୟର, କ୍ରିସ୍ ହେମସୱର୍ଥ ଏବଂ ଜେରେମି ରେନର୍ ମଧ୍ୟ ଉପସ୍ଥିତ ଥିଲେ।
୨୦୨୨ ମସିହାରେ ପ୍ରଥମ ଥର ପାଇଁ ସେମାନଙ୍କର ଡେଟିଂ ଖବର ସାମ୍ନାକୁ ଆସିଥିଲା। ଏହି ଦମ୍ପତି ନ୍ୟୁୟର୍କରେ ଏକାଠି ବୁଲୁଥିବାର ନଜର ଆସିଥିଲେ। ଚଳିତ ବର୍ଷ ଆରମ୍ଭରେ ଦୁହେଁ ନିଜ ସମ୍ପର୍କକୁ ଅଫିସିଆଲ୍ କରିଥିଲେ। ଏହି ଦମ୍ପତି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଠାରେ ଉଭୟ ପରସ୍ପରକୁ ବେବି ଏବଂ ବେବ ବୋଲି କହୁଥିବାର ନଜର ଆସିଥିଲେ।
ଏଥିସହ ପଢ଼ନ୍ତୁ: ମସ୍ତିଷ୍କ ଆନ୍ୟୁରିଜମ୍ ରୋଗରେ ପୀଡିତ କିମ୍
୨୬ ବର୍ଷୀୟ ଅଲବା ଜଣେ ପର୍ତ୍ତୁଗୀଜ୍ ଅଭିନେତ୍ରୀ, ଯିଏକି ୨୦୧୪ ରେ ସିରିଜ୍ ‘ଜାର୍ଡିନସ୍ ପ୍ରୋଇବିଡୋସ୍’ ସହିତ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ‘ଏ ଇମ୍ପୋଷ୍ଟୋରା’, ‘ଫିଲହା ଦା ଲେଇ’ ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିଥିଲେ । ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ, ସେ ନେଟଫ୍ଲିକ୍ସ ସିରିଜ୍ ‘ୱାରିଅର୍ ନନ୍’ରେ କାମ କରିଥିଲେ ଏବଂ ଏହା ସହିତ ସେ ଇଂଲିଶ ଶୋ’ରେ ଡେବ୍ୟୁ କରିଥିଲେ । କ୍ରିସ୍ ଏବଂ ଅଲବା ପ୍ରଥମ ଥର ପାଇଁ ‘ୱାରିଅର୍ ନନ୍’ରେ ଏକାଠି କାମ କରିଥିଲେ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories