Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ମନେପଡେ ମିଥୁନଙ୍କ ଚଳଚ୍ଚିତ୍ର ଡିସ୍କୋ ଡାନ୍ସର୍,ଡେବ୍ୟୁ ଫିଲ୍ମ ମୃଗୟା ପାଇଁ ମିଳିଥିଲା ପ୍ରଥମଥର ଜାତୀୟ ପୁରସ୍କାର

Sangram Tripathy
Browse all articles by Sangram Tripathy
·1 year ago·2 min read
ମନେପଡେ ମିଥୁନଙ୍କ ଚଳଚ୍ଚିତ୍ର ଡିସ୍କୋ ଡାନ୍ସର୍,ଡେବ୍ୟୁ ଫିଲ୍ମ ମୃଗୟା ପାଇଁ ମିଳିଥିଲା ପ୍ରଥମଥର ଜାତୀୟ ପୁରସ୍କାର

ଅର୍ଗସ ବ୍ୟୁରୋ:୪୮ ବର୍ଷର କ୍ୟାରିୟର,୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକ ହୃଦୟରେ ରାଜ କରୁଛନ୍ତି,୩ଥର ଜାତୀୟ ପୁରସ୍କାର ଓ ୨ ଥର ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି । ତାଙ୍କ ଡେବ୍ୟୁ ଫିଲ୍ମ ମୃଗୟା ପାଇଁ ପ୍ରଥମ ଥର ଜାତୀୟ ପୁରସ୍କାର ମଧ୍ୟ ସେ ହାତେଇଥିଲେ ସେ । ବଙ୍ଗାଳି, ହିନ୍ଦୀ ଠୁ ଆରମ୍ଭ କରି ତାମିଲ, ତେଲୁଗୁ, କନ୍ନଡ଼, ଓଡ଼ିଆ ଓ ଭୋଜପୁରୀ ଆଦି ବିଭିନ୍ନ ଭାଷାରେ ଅଭିନୟ କରି ଦର୍ଶକଙ୍କ ମନ କିଣିଛନ୍ତି ସେ। ଭାରତୀୟ ସିନେମାକୁ ତାଙ୍କର ବଳିଷ୍ଠ ଅବଦାନ ପାଇଁ ଭେଟରାନ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ଆର୍ଥାତ ଦାଦାଙ୍କୁ ମିଳିବ ଦାଦା ସାହେବ ଫାଲକେ ଆଓ୍ୱାର୍ଡ । 
ଦାଦା ସାହେବ ଫାଲକେ ଆଓ୍ୱାର୍ଡ ସମ୍ମାନରେ ସମ୍ମାନିତ ହେବେ ମିଥୁନ୍ ଚକ୍ରବର୍ତ୍ତୀ। ଭାରତୀୟ ସିନେମା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଚଳିତ ବର୍ଷ ଅକ୍ଟୋବର ୮ ତାରିଖରେ ୭୦ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ମିଥୁନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଭାରତୀୟ ଚଳଚ୍ଚିତ୍ର ଜଗତରେ ମିଥୁନ ଚକ୍ରବର୍ତ୍ତୀ ଜଣେ ଜଣାଶୁଣା ଚେହେରା । ସେ ଡିସ୍କୋ ଡ୍ୟାନ୍ସର, ଅଗ୍ନିପଥ ପରି ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ନିଜ ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି ।୧୯୮୨ ମସିହାରେ ତାଙ୍କର ଚଳଚ୍ଚିତ୍ର ଡିସ୍କୋ ଡାନ୍ସର୍ ମୁକ୍ତିଲାଭ କରିଥିଲା, ଯାହା ପରେ ସେ ଲାଇମ୍ ଲାଇଟ୍‌କୁ ଆସିଥିଲେ। ଏହି ଫିଲ୍ମଟି ବଲିଉଡରେ ହିଟ୍‌ ହୋଇଥିଲା ଜବରଦସ୍ତ ବ୍ୟବସାୟ ମଧ୍ୟ କରିଥିଲା।୯୫୦ ମସିହା ଜୁନ୍ ମାସ ୧୬ ତାରିଖରେ ମିଥୁନ କୋଲକାତାରେ ଜନ୍ମ ଗହଣ କରିଥିଲେ। ନଜର ପକାନ୍ତୁ ତାଙ୍କ ପୁରସ୍କାର ଉପରେ ...
ମିଥୁନ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି
 ୩ ଥର ଜାତୀୟ ପୁରସ୍କାର ଓ ୨ ଥର ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି
ଡେବ୍ୟୁ ଫିଲ୍ମ ‘ମୃଗୟା’ ପାଇଁ ମିଥୁର ପ୍ରଥମ ଥର ପାଇଁ ଜାତୀୟ ପୁରସ୍କାର ପାଇଥିଲେ 
ବଙ୍ଗାଳି ଫିଲ୍ମ ‘ତହାଦେର କଥା’ ପାଇଁ ସେ ଦ୍ୱିତୀୟ ନ୍ୟାସନାଲ ଆୱାର୍ଡ ଜିତି ସଭିଙ୍କ ମନ କିଣିଥିଲେ
ସେଥିରେ ମିଥୁନ ଫ୍ରିଡମ ଫାଇଟର ଭୂମିକାରେ ନଜର ଆସିଥିଲେ 
ସ୍ୱାମୀ ବିବେକାନନ୍ଦଙ୍କ ପାଇଁ ସେ ତୃତୀୟ ନ୍ୟାସନାଲ ଆୱାର୍ଡ ପାଇଥିଲେ,
ଏହି ଫିଲ୍ମରେ ରାମ ପରମହଂସଙ୍କ ଭୂମିକା ନିଭାଇଥିଲେ ଯାହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ ୨୦୨୪ରେ ମିଥୁନଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର। 
୭୪ ବର୍ଷିୟ ମିଥୁନ ଚକ୍ରବର୍ତ୍ତୀଙ୍କର ହିନ୍ଦୀ ସିନେମା ଜଗତକୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ସେ ଏବେବି ଚଳଚ୍ଚିତ୍ରରେ ସକ୍ରିୟ ଅଛନ୍ତି। କୋଲକାତାର ଗଳିକନ୍ଦିରୁ ବଳିଉଡର ଡିସ୍କୋ ଡ୍ୟାନ୍ସର ହେବା ଯାଏଁ ଯାତ୍ରା ମିଥୁନଙ୍କ ପାଇଁ ଆଦୌ ସହଜ ନଥିଲା। ତଥାପି ସେ ପଛକୁ ନଫେରି ଅଭିନୟର ଯାଦୁରେ କୋଟିକୋଟି ଦର୍ଶକଙ୍କ ହୃଦୟ ଜିତିଥିଲେ। ମିଥୁନ ବଙ୍ଗାଳି,ହିନ୍ଦି, ତାମିଲ ହେଉ ଅବା,କନ୍ନଡ଼,ଓଡ଼ିଆ ସବୁ ଭାଷାରେ ଚଳଚିତ୍ରରେ ତାଙ୍କ ଜୀବନ୍ତ ଅଭିନୟବଳରେ ସେ ପାଲଟି ପାରିଛନ୍ତି ସଭିଙ୍କ ହୃଦୟର ନାୟକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dada Saheb Phalke Award to Raj Mithun Chakraborty in Audience Hearts, Remember Movie Disco Dancer | Argus News