Videos
|
Entertainment

Bollywood News / ଷ୍ଟାରଙ୍କ ପାଇଁ ଲୋକ, କୁକୁର ପାଇଁ ନ୍ୟାନି... ଦୟାନନ୍ଦ ଶେଟ୍ଟୀଙ୍କ ବଡ଼ ଖୁଲାସା !

Rashmita Mishra
Browse all articles by Rashmita Mishra
·55 mins ago·2 min read
ଷ୍ଟାରଙ୍କ ପାଇଁ ଲୋକ, କୁକୁର ପାଇଁ ନ୍ୟାନି... ଦୟାନନ୍ଦ ଶେଟ୍ଟୀଙ୍କ ବଡ଼ ଖୁଲାସା !
Bollywood Stars

Key Points

ଷ୍ଟାରମାନଙ୍କୁ ନେଇ ଏମିତି କହିଲେ ଦୟ । 
 ଷ୍ଟାରଙ୍କ ପାଇଁ ଲୋକ, କୁକୁର ପାଇଁ ନ୍ୟାନି...
ଦୟାନନ୍ଦ ଶେଟ୍ଟୀଙ୍କ ବଡ଼ ଖୁଲାସା !

ଟିଭିର ଲୋକପ୍ରିୟ ଧାରାବାହିକ ‘CID’ରେ ଦୟାଙ୍କ ଚରିତ୍ରରେ ଘରେ ଘରେ ପରିଚିତ ହୋଇଥିବା ଦୟାନନ୍ଦ ଶେଟ୍ଟୀ ଏବେ ବଲିଉଡ୍‌ରେ ମଧ୍ୟ ସକ୍ରିୟ ଅଛନ୍ତି । ରୋହିତ ଶେଟ୍ଟୀଙ୍କ ‘ସିଂଘମ୍’ ଭଳି ଫିଲ୍ମଠାରୁ ଆରମ୍ଭ କରି ନେଟଫ୍ଲିକ୍ସର ‘ସିଙ୍ଗଲ୍ ପାପା’ ୱେବ୍ ସିରିଜ୍ ପର୍ଯ୍ୟନ୍ତ ସେ ବିଭିନ୍ନ ଭୂମିକାରେ ନଜର ଆସିଛନ୍ତି ।

ବଲିଉଡ୍‌ର ଶୁଟିଂ ସେଟ୍‌ ଓ ଷ୍ଟାରମାନଙ୍କ ଜୀବନଶୈଳୀକୁ ନିକଟରୁ ଦେଖିଥିବା ଦୟାନନ୍ଦ ଶେଟ୍ଟୀ କିଛି ସମୟ ପୂର୍ବରୁ ଷ୍ଟାରମାନଙ୍କୁ ନେଇ ଅନେକ କଥା କହିଥିଲେ । ସିଦ୍ଧାର୍ଥ କନ୍ନନଙ୍କ ସହ ଏକ ସାକ୍ଷାତକାରରେ ସେ ଏହି ବିଷୟରେ ନିଜ ଅନୁଭୂତି ସେୟାର କରିଥିଲେ ।

ଦୟାନନ୍ଦଙ୍କ କହିବା ଅନୁସାରେ, ବଡ଼ ଷ୍ଟାରମାନଙ୍କ ସହ ଶୁଟିଂ ସେଟ୍‌ରେ ବହୁତ ବଡ଼ ଟିମ୍ ରହିଥାଏ । ଜଣେ ଷ୍ଟାରଙ୍କ ପାଇଁ ଅଲଗା ଅଲଗା କାମ କରିବାକୁ ଅନେକ ଲୋକ ନିଯୁକ୍ତ ଥାଆନ୍ତି । ପାଣି ଧରିବାଠାରୁ ଆରମ୍ଭ କରି ବ୍ୟାଗ୍‌ ଦେଖାଶୁଣା ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ କାମ ପାଇଁ ଅଲଗା ଲୋକ ରହୁଥିବା ସେ କହିଥିଲେ । ତେବେ ଏହି ଏଣ୍ଟୁରାଜ୍‌ରେ କେବଳ ମଣିଷ ନୁହନ୍ତି, କିଛି ଷ୍ଟାରଙ୍କ ପୋଷା କୁକୁର ମଧ୍ୟ ସାମିଲ ହୋଇଥାଏ ବୋଲି ଦୟାନନ୍ଦ କହିଥିଲେ ।

ସେ କହିଥିଲେ, କିଛି ଅଭିନେତା ଶୁଟିଂ ସେଟ୍‌କୁ ନିଜ ପୋଷା କୁକୁରକୁ ମଧ୍ୟ ନେଇ ଆସନ୍ତି । ଶୁଟିଂ ମଝିରେ ଷ୍ଟାରମାନେ କୁକୁରକୁ ନିଜ ପାଖକୁ ଡାକି ତା’ ସହ କିଛି ସମୟ ବିତାନ୍ତି । ଏପରିକି କୁକୁରର ଯତ୍ନ ନେବା ପାଇଁ ଜଣେ ନ୍ୟାନି ମଧ୍ୟ ଥାଆନ୍ତି । ସେ କୁକୁରକୁ ବୁଲାଇବା, ଖାଇବା ଦେବା ଆଦି କାମ କରନ୍ତି ।

ଏଥି ସହ ପଢନ୍ତୁ:  ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ପହଞ୍ଚିଲେ ବଲିଉଡ ଅଭିନେତ୍ରୀ ନୁସରତ ଭାରୁଚା

ଦୟାନନ୍ଦଙ୍କ କହିବା ଅନୁସାରେ, କିଛି ପୋଷା କୁକୁରକୁ ଷ୍ଟାଇଲିସ୍ ପୋଷାକ ପିନ୍ଧାଯାଏ, ଏପରିକି ସନ୍‌ଗ୍ଲାସ୍‌ ମଧ୍ୟ ପିନ୍ଧାଯାଏ । କେତେକ କ୍ଷେତ୍ରରେ କୁକୁରର ମେକଅପ୍‌ ମଧ୍ୟ କରାଯାଉଥିବା ସେ କହିଥିଲେ । ଏଭଳି ଦୃଶ୍ୟ ଦେଖିଲେ ଦୟାନନ୍ଦଙ୍କ ମନରେ କ’ଣ ଭାବନା ଆସେ ବୋଲି ପଚରାଯିବାରେ ସେ କହିଥିଲେ, ତାଙ୍କୁ ଲାଗେ ଯେ ଏହି କୁକୁରଟି ବହୁତ ଭାଗ୍ୟଶାଳୀ । କିନ୍ତୁ ଏହି ବିଷୟରେ ଅଧିକ ଭାବିଲେ ତାଙ୍କୁ ଦୁଃଖ ମଧ୍ୟ ଲାଗେ । ତେବେ ଏସବୁ କଥାକୁ ଧ୍ୟାନ ନଦେଲେ ତାଙ୍କର କିଛି ଫରକ ପଡ଼େ ନାହିଁ ବୋଲି ସେ କହିଥିଲେ ।

ବଲିଉଡ୍‌ରେ ଷ୍ଟାରମାନଙ୍କ ବଡ଼ ଏଣ୍ଟୁରାଜ୍ ଏବଂ ଲାଇଫ୍‌ଷ୍ଟାଇଲ୍‌କୁ ନେଇ ଦୟାନନ୍ଦ ଶେଟ୍ଟୀ ଏକା ନୁହନ୍ତି । ଏହା ପୂର୍ବରୁ ମଧ୍ୟ କିଛି ଫିଲ୍ମମେକର୍, ପ୍ରଯୋଜକ ଏବଂ ଅଭିନେତା ଏହି କଥାକୁ ନେଇ ନିଜ ମତ ରଖିଛନ୍ତି । ତେଣୁ ବଲିଉଡ୍‌ରେ ଷ୍ଟାରମାନଙ୍କ ବଦଳୁଥିବା ଲାଇଫ୍‌ଷ୍ଟାଇଲ୍ ଏବଂ ଏଣ୍ଟୁରାଜ୍ କଲ୍ଚର ନେଇ ଚର୍ଚ୍ଚା ଜାରି ରହିଛି ।



Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: