Big Boss / କମେଡିଆନଙ୍କ ପ୍ରେମରେ କ୍ରିକେଟର ଦୀପକ ଚହରଙ୍କ ଭଉଣୀ !
·7 months ago·2 min read

Key Points
କମେଡିଆନଙ୍କ ପ୍ରେମରେ ଉବୁଟୁବୁ କ୍ରିକେଟର ଦୀପକ ଚହରଙ୍କ ଭଉଣୀ !
ବଢୁଥିବା ନିକଟତରତାକୁ ଦେଖି ଫ୍ୟାନ୍ସ କନଫ୍ୟୁଜ୍

ରିଆଲିଟି ଶୋ' ବିଗ୍ ବସ୍ ସମସ୍ତଙ୍କ ଭାରି ପ୍ରିୟ। ସବୁବେଳେ ଟିଆରପିର ଶୀର୍ଷରେ ଥାଏ ଏହି ଶୋ'ଟି। ଏହି ଶୋ' ମାଧ୍ୟମରେ ଦର୍ଶକ ସେଲିବ୍ରିଟି ମାନଙ୍କର ରିୟଲ ଲାଇଫ ବିଷୟରେ ଜାଣିବାକୁ ପାଇଥାନ୍ତି। ଏହି ଶୋ'ଟି ଏତେ ପପୁଲାର ଯେ, ଏହା ୧୯ ନମ୍ୱର ସିଜିନରେ ପହଞ୍ଚିଲାଣି। ଚଳିତ ବର୍ଷ ବିଗ୍ ବସ୍ ୧୯ରେ ଦୁଇ ନୂଆ ଯୋଡିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।କ୍ରିକେଟର ଦୀପକ ଚହରଙ୍କ ଭଉଣୀ ମାଲତୀ ଚହର ବିଗ-୧୯ରେ ୱାଇର୍ଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ । ଏବେ ସେ ଶୋ’ରେ ଧମାଲ କରୁଛନ୍ତି । ଏହା ସହ ନିଜର ଦବଦବା ବଜାୟ କରିଛନ୍ତି । କିଛି ସମୟ ପୂର୍ବରୁ ମାଲତୀଙ୍କ ନାଁ ସିଙ୍ଗର ଅମାଲ ମଲିକଙ୍କ ସହ ଯୋଡା ହେଉଥିଲା । ହେଲେ ଏବେ ତାଙ୍କ ନାଁ ଷ୍ଟାଣ୍ଡଅପ କମେଡିଆନ ପ୍ରଣୀତ ମୋରେଙ୍କ ସହ ଯୋଡା ଯାଉଛି । ଶୋ’ରେ ମାଲତୀ ଓ ପ୍ରଣୀତଙ୍କର ସୁନ୍ଦର ବଣ୍ଡିଂ ଦେଖିବାକୁ ମିଳିଛି । ଦୁହେଁ ଏକାଠି ଅଧିକରୁ ଅଧିକ ସମୟ ବିତାଉଛନ୍ତି ।
ମାଲତୀ ଓ ପ୍ରଣୀତଙ୍କ ଏହି ସୁନ୍ଦର ବଣ୍ଡିଂ ଦେଖି ଫ୍ୟାନ୍ସଙ୍କୁ ଲାଗୁଛି କି ଦୁହେଁ ସାଙ୍ଗଠୁ ଅଧିକ ନିକଟତର ଅଛନ୍ତି । ସେମାନେ କହୁଛନ୍ତି କି ଦୁହେଁ ଦୁହିଁଙ୍କୁ ବୋଧ ହୁଏ ପସନ୍ଦ କରୁଛନ୍ତି । ସତ କଣ ଏହା କେବଳ ସେମାନେ ହିଁ କହିପାରିବେ । ଶୋ’ ବିଷୟରେ କହିବାକୁ ଗଲେ ଫାଇନାଲକୁ ଆଉ ମାତ୍ର ୨ ସପ୍ତାହ ବାକି ଅଛି । ସମସ୍ତ ଖେଳାଳୀ ଟ୍ରଫି ହାତେଇବା ପାଇଁ ପରିଶ୍ରମ କରୁଛନ୍ତି । ତେବେ ୱିନର କିଏ ହେବ ତାହା ଦେଖିବାକୁ ବାକି ରହିଲା ।ହେଲେ ଏବେ ଶୋ’ରେ ଏକ ଭିଡିଓ କ୍ଲିପ୍ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି କି ଫ୍ୟାମିଲି ୱିକରେ ଭାଇ ଦୀପକ ଯିବା ପରେ ମାଲତୀ ବହୁତ ଇମୋସନାଲ ହୋଇଯାଇଥିଲେ । ସେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ମାଲତୀଙ୍କୁ ଇମୋସନାଲ ଦେଖି ପ୍ରଣୀତ ତାଙ୍କ ପାଖକୁ ଯାଇ ବୁଝାଇଥିଲେ। ପରେ କୁଣ୍ଢାଇ ବୁଝାଇଥିଲେ।
ଏଥିସହ ପଢ଼ନ୍ତୁ: ଚାଲୁନି ବିଗ୍ ବସ୍, ସଲମାନଙ୍କୁ ଲାଗିବ ସଲିଟ୍ ଝଟକା
ଦୁହିଁଙ୍କର ଏହି ବଣ୍ଡିଙ୍ଗକୁ ସମସ୍ତେ ଖୁବ ପସନ୍ଦ କରୁଛନ୍ତି।ବିଗ୍ ବସ୍ ୧୯ର ଗ୍ରାଣ୍ଡ ଫିନାଲେ ବିଷୟରେ କହିବାକୁ ଗଲେ, ରିପୋର୍ଟ ଅନୁସାରେ ଏହି ଗ୍ରାଣ୍ଡ ଫିନାଲେ ଚଳିତ ବର୍ଷ ଡିସେମ୍ବର ୭ ତାରିଖରେ ହେବ । ଯେହେତୁ ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ "ବ୍ୟାଟଲ୍ ଅଫ୍ ଗାଲୱାନ୍" ପାଇଁ ତାଙ୍କର ତାରିଖ ସ୍ଥିର କରିସାରିଛନ୍ତି, ତେଣୁ ବିଗ୍ ବସ୍ ୧୯ର ନିର୍ମାତାମାନେ ଗ୍ରାଣ୍ଡ ଫିନାଲେକୁ ସ୍ଥଗିତ ରଖିପାରିବେ ନାହିଁ ।ବିଗ୍ ବସ୍ ୧୯ର ବିଜେତା କିଏ ହେବ ସେ ବିଷୟରେ ବହୁତ କଳ୍ପନାଜଳ୍ପନା ଚାଲିଛି । ଏହି ସପ୍ତାହରେ ଗୌରବ ଖନ୍ନା, ଅଭିଷେକ ବଜାଜ, ଅଶନୁର କୌର, ନୀଲମ ଗିରି ଏବଂ ଫରହାନା ଭଟ୍ଟଙ୍କୁ ମନୋନୀତ କରାଯାଇଛି ।
ଏହି ସପ୍ତାହରେ କିଏ ଏଲିମିନେଟ୍ ହେବ ତାହା ଜାଣିବା ପାଇଁ ପ୍ରଶଂସକମାନଙ୍କୁ "ୱିକେଣ୍ଡ୍ କା ଭାର" ଏପିସୋଡ୍ ପାଇଁ ଅପେକ୍ଷା କରିବାକୁ ପଡିବ । ବିଗ୍ ବସ୍ ୧୯ର ନୂତନ ଏପିସୋଡ୍ ସୋମବାରରୁ ରବିବାର ରାତି ୯ଟାରେ କଲର୍ସ ଟିଭି ଏବଂ ଜିଓ ହଟଷ୍ଟାରରେ ଦେଖିପାରିବେ । 'ବିଗ୍ ବସ୍ ୧୯' ନୂତନ ଏପିସୋଡ୍ ସୋମବାରରୁ ରବିବାର ରାତି ୯ଟାରେ କଲର୍ସ ଟିଭିରେ ପ୍ରସାରିତ ହେବ ଏବଂ କେବଳ ଜିଓ ହଟଷ୍ଟାରରେ ଷ୍ଟ୍ରିମ୍ ହେବ । ଫାଇନାଲ୍ ପୂର୍ବରୁ ମାତ୍ର କିଛି ସପ୍ତାହ ଥିବାରୁ, ପ୍ରଶଂସକମାନେ ମନୋରଞ୍ଜନ, ମୁକାବିଲା ଏବଂ ଟ୍ରଫି ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ଏକ ତୀବ୍ର ପ୍ରତିଯୋଗିତା ଆଶା କରିପାରିବେ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories