Videos
|
Entertainment

Deepika Padukone / ଦୀପିକାଙ୍କ ବେବି ବମ୍ପର ପ୍ରଥମ ଝଲକ

Rashmita Mishra
Browse all articles by Rashmita Mishra
·3 months ago·2 min read
ଦୀପିକାଙ୍କ ବେବି ବମ୍ପର ପ୍ରଥମ ଝଲକ
Deepika Padukone

Key Points

ଦୀପିକାଙ୍କ ବେବି ବମ୍ପ ଲୁକ୍ । 
ଦୀପିକାଙ୍କ ବେବି ବମ୍ପର ପ୍ରଥମ ଝଲକ 

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଘରକୁ ଖୁବ୍ ଶୀଘ୍ର ଏକ ନୂଆ ଅତିଥି ଆସିବାକି ଯାଉଛି । ସେ ୪୦ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି । ନିକଟରେ ଦୀପିକା ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ତାଙ୍କର ପ୍ରେଗନେନ୍ସି କନଫର୍ମ କରିଛନ୍ତି। ଏପର୍ଯ୍ୟନ୍ତ, ଦୀପିକା ତାଙ୍କ ଗର୍ଭବତୀ ସମୟରେ କମ୍ ପ୍ରୋଫାଇଲ୍ ରଖିଥିଲେ। ଗର୍ଭବତୀ ଘୋଷଣା ପରେ ଏହା ତାଙ୍କର ପ୍ରଥମ ଝଲକ ।

ଗତକାଲି ରାତିରେ ଦୀପିକାଙ୍କୁ ତାଙ୍କ ସ୍ୱାମୀ ରଣବୀର ସିଂହଙ୍କ ସହ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ରଣବୀର ତାଙ୍କ ଗର୍ଭବତୀ ପତ୍ନୀଙ୍କ ଯତ୍ନ ନେଉଥିବାର ନଜର ଆସିଥିଲେ। ପ୍ରଶଂସକମାନେ ରଣବୀରଙ୍କର ଯତ୍ନବାନ ସ୍ୱଭାବର ପ୍ରଶଂସା କରୁଛନ୍ତି। ଦୀପିକାଙ୍କୁ ଏୟାରପୋର୍ଟ ଲୁକ୍ ସମ୍ପୂର୍ଣ୍ଣ କାଜୁଆଲ ଥିଲା । ଯେଉଁଥିରେ ସେ ବ୍ଲୁ ଡେନିମ୍ ଲୁକରେ ଦେଖିବାକୁ ମିଳିଥିଲା ।

ସେ ଏକ ମ୍ୟାଚ୍ ଡେନିମ୍ ଜ୍ୟାକେଟ୍ ସାର୍ଟ ସହିତ ଜିନ୍ସ ପିନ୍ଧିଥିଲେ। ଅଭିନେତ୍ରୀ ଢିଲା ପୋଷାକ ତାଙ୍କ ବେବି ବମ୍ପକୁ ଲୁଚାଇ ରଖିଥିଲେ। ଦୀପିକାଙ୍କ ଗର୍ଭାବସ୍ଥାର ଚମକ ତାଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଯାହା ତାଙ୍କୁ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ।ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଦୀପିକା ତାଙ୍କ ଗର୍ଭାବସ୍ଥା ସମୟରେ ମଧ୍ୟ ଅତ୍ୟନ୍ତ ଆକ୍ଟିଭ ରହିଛନ୍ତି ।

ସେ "ରାକା" ଫିଲ୍ମରେ ନଜର ଆସିବେ। "ରାକା" ରେ ଦୀପିକା ପାଦୁକୋନଙ୍କ ଭୂମିକା ବିଷୟରେ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ଟିମ୍ ପୂର୍ବରୁ ନିଶ୍ଚିତ କରିଥିଲା ଯେ ସେ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଏବଂ ତାଙ୍କ ଗର୍ଭାବସ୍ଥା ସତ୍ତ୍ୱେ ସୁଟିଂ ଜାରି ରଖିବେ।

ରଣବୀର ଏବଂ ଦୀପିକାଙ୍କ ବିଷୟରେ କହିବାକୁ ଗଲେ, ବର୍ଷ ବର୍ଷ ଧରି ଡେଟିଂ କରିବା ପରେ, ଏହି ଦମ୍ପତି ୨୦୧୮ରେ ଏକ ଗ୍ରାଣ୍ଡ ଡେଷ୍ଟିନେସନ ୱେଡିଂ କରିଥିଲେ। ବିବାହ ପରେ, ଏହି ଦମ୍ପତି ୨୦୨୪ରେ ସେମାନଙ୍କ ଝିଅ ଦୁଆଙ୍କୁ ସ୍ୱାଗତ କରିଥିଲେ। ବର୍ତ୍ତମାନ, ୪୦ ବର୍ଷ ବୟସରେ, ଦୀପିକା ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Deepika Padukone | Deepika Padukone Baby Bump First Glimpse at Airport | Argus News