Deepika Padukone / ଫିଲ୍ମ କଲକି ସିକ୍ଵେଲ୍ରୁ ବାହାରିଲେ ଦୀପିକା, ଜଣାପଡ଼ିଲା କାରଣ...

Key Points
ଦୀପିକା ଆଉଟ୍
ଦୀପିକାଙ୍କ ସର୍ତ୍ତ ମାନିଲେନି ମେକର୍ସ,
ଫିଲ୍ମ କଲକି ସିକ୍ଵେଲ୍ରୁ ବାହାରିଲେ ଅଭିନେତ୍ରୀ
ବାହାର କରିଦେଲେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ। ଆଉ ନଜର ଆସିବେ ନାହିଁ "କଲକି ୨୮୯୮ ଏଡି"ର ସିକ୍ୱେଲରେ । ଦୀପିକା ପାଦୁକୋନ "କଲକି ୨୮୯୮ ଏଡି"ର ପ୍ରଥମ ଭାଗରେ ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ସେ ଦ୍ୱିତୀୟ ଭାଗରେ କୌଣସି ବି ଭୂମିକାରେ ନଜର ଆସିବେ ନାହିଁ ବୋଲି କହିଛନ୍ତି ନିର୍ମାତା। ଯାହାକୁ ନେଇ ଦୀପିକାଙ୍କ ଫ୍ୟାନ୍ସଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହାର କାରଣ କଣ ବୋଲି ସମସ୍ତେ ଜାଣିବାକୁ ଚାହୁଁଛନ୍ତି।
ପ୍ରକୃତରେ ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଫିଲ୍ମ "କଲକି ୨୮୯୮ ଏଡି" ନିର୍ମାଣ କରିଥିବା ବୈଜୟନ୍ତୀ ମୁଭିଜ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ଏହି ଖବର ସେୟାର କରିଛନ୍ତି। ସେମାନେ ଲେଖିଛନ୍ତି, "ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି ଯେ ଦୀପିକା ଫିଲ୍ମ କଲକି ସିକ୍ୱେଲର ଅଂଶ ହେବେ ନାହିଁ। ବହୁତ ବିଚାର ବିମର୍ଶ ପରେ, ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଦୀପିକାଙ୍କୁ ତାଙ୍କ ଭବିଷ୍ୟତ ପ୍ରୟାସରେ ଶୁଭକାମନା ଜଣାଉଛୁ।"ସୂଚନା ଅନୁସାରେ ଦୀପିକାଙ୍କ ୩ଟି ସର୍ତ୍ତ ନପୂରା ହେବାକୁ ସେ ସିନେମାରୁ ଓହରିଥିବା ସୂଚନା ମିଳିଛି । କେବଳ ୮ଘଣ୍ଟାର ସୁଟିଂ, ୨୫ ପ୍ରତିଶତ ପାରିଶ୍ରମିକ ବୃଦ୍ଧି ଓ ବ୍ୟକ୍ତଗତ ଟିମ ପାଇଁ ତାରକା ଯୋହେଶଲରେ ରହଣୀ ଦାବି କରିଥିଲେ । ଯାହାକୁ ସିନେ ମେକର ମାନିବାକୁ ନାରାଜ ।
📱 Get Argus News App
✨ପୂର୍ବରୁ ସଞ୍ଜୟ ବାଙ୍ଗାଙ୍କ ସିନେମା ସ୍ପିରିଟରୁ ମଧ୍ୟ ଓହରିସାରିଛନ୍ତି ଦୀପିକା । ଏହି ଫିଲ୍ମରେ ପ୍ରଭାସ ଏବଂ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମଟି ନାଗ ଅଶ୍ୱିନଙ୍କ ଦ୍ୱାରା ନିର୍ଦ୍ଦେଶିତ । କ୨୮୯୮ ଏଡି ଫିଲ୍ମଟି ୨୭ ଜୁନ୍ ୨୦୨୪ରେ ମୁକ୍ତିଲାଭ କରିଥିଲା । ପ୍ରଥମ ଫିଲ୍ମର କାହାଣୀ ମହାଭାରତର କୁରୁକ୍ଷେତ୍ର ଯୁଦ୍ଧର ଶେଷରେ ଆରମ୍ଭ ହୁଏ ଏବଂ ୨୮୯୮ ଖ୍ରୀଷ୍ଟାବ୍ଦରେ ଭବିଷ୍ୟତକୁ ଗତି କରେ। କଳକି ୨୮୯୮ ଏଡି" ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା, ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଥିଲା । ଏହି ଫିଲ୍ମର ଦ୍ୱିତୀୟ ଭାଗର ସୁଟି ଆରମ୍ଭ ହେବାକୁ ଥିବାବେଳେ ଦୀପିକା ନଜର ଆସିବେ ନାହିଁ, ଯେଉଁଥି ପାଇଁ ତାଙ୍କ ଫ୍ୟାନ୍ସ ମଧ୍ୟ ମନ ଦୁଃଖ କରୁଛନ୍ତି। ଏହାସହ ପ୍ରଥମ ଭାଗ ପରି ଦ୍ୱତୀୟ ଭାଗ ଏତେ ସଫଳ ନହୋଇପାରେ ବୋଲି କିଛି ପ୍ରଶଂସକ ନିଜର ମନ୍ତବ୍ୟ ବକ୍ତ କରୁଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories