Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପିଲାଙ୍କୁ ଦୀପିକା ଦେଲେ ଗୁରୁମନ୍ତ୍ର: ସବୁବେଳେ ନିଜକୁ ଚ୍ୟାଲେଞ୍ଜ କର

Entertainment

ପିଲାଙ୍କୁ ଦୀପିକା ଦେଲେ ଗୁରୁମନ୍ତ୍ର: ସବୁବେଳେ ନିଜକୁ ଚ୍ୟାଲେଞ୍ଜ କର

Ritu Das
Browse all articles by Ritu Das
·1 year ago·1 min read
ପିଲାଙ୍କୁ ଦୀପିକା ଦେଲେ ଗୁରୁମନ୍ତ୍ର: ସବୁବେଳେ ନିଜକୁ ଚ୍ୟାଲେଞ୍ଜ କର

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚାରେ ଆଜି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ଉପରେ ଆଲୋଚନା କରିଛନ୍ତି । ଧର୍ଯ୍ୟ ସବୁଠୁ ବଡ଼ ଜିନିଷ । ଆମକୁ ଖାଲି ପଢ଼ା ଉପରେ ଫୋକସ ନ କରି ସବୁ ଜିନିଷ ଉପରେ ଫୋକସ କରିବାକୁ ପଡ଼ିବ । ପରୀକ୍ଷା ଫଳ ଓ ନମ୍ବର ପ୍ରକୃତ ଜୀବନରେ ବେଶୀ ଗୁରୁତ୍ୱପୂର୍ଣ୍ଣ ନୁହେଁ । ପରୀକ୍ଷା ସମୟରେ ଆମକୁ ଉତ୍ତର ନ ଆସିଲେ ଆମେ ଚିନ୍ତା କରୁ ଯଦି ୧୦ ଦିନ ପୂର୍ବରୁ ଆରମ୍ଭ କରି ଥାନ୍ତି ହୁଏତ ମୁଁ ଭଲଭାବେ ଉତ୍ତର ଲେଖିପାରନ୍ତି । ଡିପ୍ରେସନ୍, ଷ୍ଟ୍ରେସ୍ ଯେ କୌଣସି ବୟସର ଲୋକଙ୍କୁ ହୁଏ । ପରୀକ୍ଷା ପାଇଁ ପ୍ରସ୍ତୁତ ହେଲାବେଳେ ପଢ଼ା ଉପରେ ଫୋକସ କରିବା ଆବଶ୍ୟକ। ଯଦି କୌଣସି କାରଣରୁ ଚିନ୍ତା ଲାଗେ ତେବେ ସେ ବିଷୟରେ ଘର ଲୋକଙ୍କ ସହ କଥା ହୁଅ ।


ପରୀକ୍ଷାରେ ଭଲ ନମ୍ବର ଆଣିବା ପାଇଁ ପିଲାଙ୍କ ଉପରେ ପଡ଼ୁଥିବା ଚାପକୁ ଦୂର କରିବା ପାଇଁ ବ୍ୟାୟାମ, ଯୋଗ କରିବା ଆବାଶ୍ୟକ ଏବଂ ନିଜ ଘର ଲୋକଙ୍କ ସହ ଏ ବିୟେରେ ଆଲୋଚନା କରିବାକୁ କହିଲେ ଦୀପିକା। ମାନସିକ ଅବସାଦକୁ ଦୂର କରିବା ପାଇଁ ଶୋଇବା ଏକ ଭଲ ଔଷଧ । ଏହାସହ ସୂର୍ଯ୍ୟାଲୋକରେ କିଛି ସମୟ ବିତାଇବା ମଧ୍ୟ ଜରୁରୀ । ଆମ ବଳ ଓ ଦୁର୍ବଳତାକୁ ଜାଣିବା ନିହାତି ଦରକାର । ସବୁବେଳେ ନିଜକୁ ଚ୍ୟାଲେଞ୍ଜ କରିବାକୁ ପଡ଼ିବ ବୋଲି ପିଲାଙ୍କ ସହ ପରୀକ୍ଷା ପେ’ ଚର୍ଚ୍ଚା କରି କହିଲେ ଦୀପିକା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deepika Padukone gave Gurumantra to the children: Always challenge yourself | Argus News