Deepika Padukone / ଦୀପିକା ହେଲେ ମାନସିକ ରାଷ୍ଟ୍ରଦୂତ, ରଣବୀର କହିଲେ...

Key Points
ଭାରତର ପ୍ରଥମ ମାନସିକ ରାଷ୍ଟ୍ରଦୂତ ହେଲେ ଦୀପିକା ପାଦୁକୋନ। ସ୍ୱାମୀ ରଣବୀର କହିଲେ-ମୁଁ ତୁମକୁ ନେଇ ଗର୍ବିତ ।
ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଦୀପିକା ପାଦୁକୋନ। ପ୍ରଥମେ ଫିଲ୍ମ ନମିଳିବାକୁ ନେଇ ଚର୍ଚ୍ଚା ହେଉଥିଲା, ଆଉ ଏବେ କିଛି ନୂଆ ଖବର ଆସିଛି। ଯାହା ପରେ ଦୀପିକାଙ୍କ କ୍ରେଜ ବଢ଼ିବାରେ ଲାଗିଛି। ଏହା ଦେଖି ଦୀପିକାଙ୍କ ସ୍ୱାମୀ ରଣବୀର ମଧ୍ୟ ତାଙ୍କୁ ନେଇ ଗର୍ବୀତ ବୋଲି ପୋଷ୍ଟ କରିଛନ୍ତି। ପ୍ରକୃତରେ ଏମିତି କଣ ହୋଇଛି ବୋଲି ସମସ୍ତେ ଜାଣିବାକୁ ଚାହୁଁଛନ୍ତି।ବଲିଉଡ୍ ସୁପରଷ୍ଟାର ଦୀପିକା ପାଦୁକୋନ୍। ୧୦ ଅକ୍ଟୋବରରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଘୋଷଣା କରିଛନ୍ତି ତାଙ୍କୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ପ୍ରଥମ ମାନସିକ ସ୍ୱାସ୍ଥ୍ୟ ରାଷ୍ଟ୍ରଦୂତ ନିଯୁକ୍ତି କରିଛନ୍ତି ।
ଏନେଇ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ ପୁଣ୍ୟ ସଲିଳା ଶ୍ରୀବାସ୍ତବ ସହ ଏକ ଫଟୋ ସେୟାର କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱରେ ଆମର ଦେଶରେ ମାନସିକ ସ୍ୱାସ୍ଥ୍ୟକୁ ସାର୍ବଜନୀନ ସ୍ୱାସ୍ଥ୍ୟରେ କେନ୍ଦ୍ରରେ ରଖିବା ପାଇଁ ଅର୍ଥପୁର୍ଣ୍ଣ ପଦକ୍ଷେପ ନେଇଛି । ସେ କହିଛନ୍ତି ମୋର ଭ୍ରମଣ ଏବଂ ପଛରେ ବିତି ଯାଇଥିବା ଏକ ସମୟରେ ମୁଁ ମଧ୍ୟ ଅନେକ କାମ କରିଛି । ମୁଁ ଦେଖିଛି ଯେତେବେଳେ ଆମେ ଏକ ମାନସିକ ଭାବରେ ଏକ ସୁସ୍ଥ ଭାରତ ଗଠନ ପାଇଁ କାମ କରୁ ସେତେବେଳେ ସବୁ କିଛି ସମ୍ଭବ ହୋଇଥାଏ । ମୁଁ ଭାରତର ମାନସିକ ସ୍ୱାସ୍ଥ୍ୟ ଭିତିଭୂମିକୁ ମଜବୁତ କରିବା ପାଇଁ କେନ୍ଦ୍ରୀୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ମାର୍ଗ ଦର୍ଶନରେ କାମ କରିବା ପାଇଁ ଆଗ୍ରହୀ ଅଛି ।
ରଣବୀର କଣ କହିଲେ ?
📱 Get Argus News App
✨ଦୀପିକାଙ୍କ ସ୍ୱାମୀ ରଣବୀର କମେଣ୍ଟରେ ଲେଖିଛନ୍ତି ମୁଁ ମୋ ସ୍ତ୍ରୀକୁ ନେଇ ବହୁତ ଗର୍ବ ଅନୁଭବ କରୁଛି। କ୍ୟାପସନରେ ଦୀପିକା ଲେଖିଛନ୍ତି ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସରେ ମତେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପାରିବାରିକ କଲ୍ୟାଣ ମନ୍ତ୍ରାଳୟର ପ୍ରଥମ ମାନସିକ ସ୍ୱାସ୍ଥ୍ୟ ଦିବସରେ ପ୍ରଥମ ମାନସିକ ରାଷ୍ଟ୍ର ଦୂତ ଭାବରେ ନିଯୁକ୍ତ ହୋଇଥିବାରୁ ସେ ବହୁତ ଗର୍ବିତ ବୋଲି ଲେଖିଛନ୍ତି ।
ଦୀପିକାଙ୍କୁ ଫିଲ୍ମ:
ଦିନକୁ ଦିନ କମୁଛି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କ୍ରେଜ। ହାତରୁ ଯାଉଛି ଗୋଟେ ପରେ ଗୋଟେ ଫିଲ୍ମ। ଯାହା ତାଙ୍କ ଫ୍ୟାନ୍ସମାନେ ସହିପାରୁନାହାନ୍ତି। ଦୀପିକା ପାଦୁକୋଣ ବଲିଉଡର ସବୁଠାରୁ ଚର୍ଚ୍ଚିତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ତାଙ୍କ ଅଭିନୟ ଦକ୍ଷତା ତାଙ୍କୁ ସବୁବେଳେ ଫିଲ୍ମ ଅଫର ଆଣେ। ତାଙ୍କ ଫିଲ୍ମର ସଫଳତା ହାର ଏତେ ଯେ ଫିଲ୍ମ ନିର୍ମାତା ତାଙ୍କ ସହିତ କାମ କରିବାକୁ ଆଗ୍ରହୀ। ତଥାପି, ଦୁଇଟି ଦକ୍ଷିଣ ଭାରତୀୟ ଫିଲ୍ମ ଛାଡିବା ପରେ, ଦୀପିକା ପାଦୁକୋନ ଶିରୋନାମାରେ ଅଛନ୍ତି। ଟଲିଉଡ୍ ଫିଲ୍ମ ନିର୍ମାତା ଏବଂ ଦୀପିକା ପରସ୍ପର ମଧ୍ୟରେ ବିବାଦରେ ପଡ଼ିଛନ୍ତି। ଯେତେବେଳେ ଅଭିନେତ୍ରୀଙ୍କୁ ସ୍ପିରିଟ୍ ରୁ ବାହାର କରାଯାଇଥିଲା, ସୋସିଆଲ ମିଡିଆ ଦାବି କରିଥିଲା ଯେ ଏହା ଭାଙ୍ଗାଙ୍କ ଦୋଷ ଥିଲା। ତଥାପି, କଳ୍କି ୨ ରୁ ତାଙ୍କ ବାହାରିବା ପରେ, ଦୀପିକା ପାଦୁକୋନଙ୍କୁ ନେଇ ପ୍ରଶ୍ନ ଉଠାଯାଉଛି। ଲୋକମାନେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କରୁଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories