Videos
|
Entertainment

କିଏ ଉଠେଇଲା ଦୀପିକାଙ୍କ ଝିଅର ଫଟୋ, ସୋସିଆଲ ମିଡିଆରେ ହଇଚଇ...

Banajyotshna Ray
Browse all articles by Banajyotshna Ray
·11 months ago·1 min read
କିଏ ଉଠେଇଲା ଦୀପିକାଙ୍କ ଝିଅର ଫଟୋ, ସୋସିଆଲ ମିଡିଆରେ ହଇଚଇ...

Key Points

ଭାଇରାଲ ହେଉଛି ଦୀପିକାଙ୍କ ଝିଅର ଫଟୋ

ସାମ୍ନାକୁ ଆସିଲା ଦୁଆଙ୍କ ପ୍ରଥମ ଝଲକ

କ୍ୟୁଟନେସରେ ଦେଖି ଖୁସି ହେଲେ ଫ୍ୟାନ୍ସ

ଫ୍ୟାନ୍ସ ଦେଖିଲେ ଦୁଆ ପାଦୁକୋନଙ୍କ ପ୍ରଥମ ଲୁକ। ନିକଟରେ ଦୀପିକାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ କୋଳରେ ଦୁଆଙ୍କୁ ଧରିବସିଛନ୍ତି। ଏହି ସମୟରେ ଦୁଆଙ୍କ ମୁହଁ ସ୍ପଷ୍ଟ ଭାବରେ ଦେଖାଯାଉଛି। ହେଲେ ଏବେ ଏହି ଭିଡିଓଟି ସୋସିଆଲ ମିଡିଆରୟ ହଟାଇ ଦିଆଯାଇଛି । ବଲିଉଡ୍‌ର ବାଜିରାଓ ମସ୍ତାନୀ ରଣବୀର ସିଂହ ଏବଂ ଦୀପିକା ପାଦୁକୋନ। ସେମାନଙ୍କର ପର୍ସନାଲ ଓ ପ୍ରଫେସନାଲ ଲାଇଫ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଯେବେଠାରୁ ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ ଫ୍ୟାନ୍ସମାନେ ଅଭିନେତ୍ରୀଙ୍କ ଝିଅର ଝଲକ ପାଇବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।


୨୦୨୪ ସେପ୍ଟେମ୍ବର ୮ରେ ଦୁଆଙ୍କ ଜନ୍ମ ପରଠାରୁ, କପଲ ସୋସିଆଲ ମିଡିଆରେ ତାଙ୍କର କୌଣସି ପ୍ରକାରର ଫଟୋ ସେୟାର କରିନାହାଁନ୍ତି। କିନ୍ତୁ ଲୋକମାନେ ଦମ୍ପତିଙ୍କ ଗୋପନୀୟତାକୁ ମଧ୍ୟ ବୁଝିପାରିଛନ୍ତି। ତଥାପି, ଏହି ଭିଡିଓ ସେୟାର କରିଥିବା ୟୁଜରଙ୍କ ପ୍ରୋଫାଇଲରୁ ଭିଡିଓଟି ଏବେ ଡିଲିଟ କରି ଦିଆଯାଇଛି। ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ଆରମ୍ଭରୁ ସେମାନଙ୍କ ସନ୍ତାନକୁ ନେଇ ବହୁତ ପ୍ରାଭେସି ରଖିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନଙ୍କ ଝିଅ ଦୁଆଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ଜଣେ ଅଜଣା ବ୍ୟକ୍ତି ଉଠାଇଛନ୍ତି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Deepika Padukone-Ranveer Singh's daughter Dua's face revealed || Argus News | Argus News