Videos
|
Entertainment

Deepika Pregnancy / ଝିଅ ଦୁଆ ଦେଲେ ଗୁଡନ୍ୟୁଜ, ଡିଭୋର୍ସ ଖବର ଭିତରେ ମା' ହେବେ ଦୀପିକା ?

Banajyotshna Ray
Browse all articles by Banajyotshna Ray
·4 months ago·2 min read
ଝିଅ ଦୁଆ ଦେଲେ ଗୁଡନ୍ୟୁଜ, ଡିଭୋର୍ସ ଖବର ଭିତରେ ମା' ହେବେ ଦୀପିକା ?
Deepika Pregnancy

Key Points

ଝିଅ ଦୁଆ ଦେଲେ ଗୁଡନ୍ୟୁଜ
ଦ୍ଵିତୀୟ ଥର ମା' ହେବେ ଦୀପିକା
ଫ୍ୟାନ୍ସ ଆଶ୍ଚର୍ଯ୍ୟ
ପୁଣି ନିଜ ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ବଲିଉଡର ମସ୍ତାନୀ ଦୀପିକା ପାଦୁକୋନ୍‌। ଡିଭୋର୍ସ ଖବର ଭିତରେ ଏମିତି ଏକ କବର ଦେଇଛନ୍ତି ଦୀପିକା ଯେଉଁ ଖବର ପରେ ତାଙ୍କ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଦ୍ୱିତୀୟ ଥର ମା' ହେବେ ଦୀପିକା। ବଲିଉଡର ଟପ ଅଭିନେତ୍ରୀ ଦୀପିକା ପାଦୁକୋନ। ଏବେ ସେ ସୋସିଆଲ ମିଡିଆରେ ଏପରି ଏକ ପୋଷ୍ଟ ସେୟାର କରିଛନ୍ତି , ଯାହା ପ୍ରଶଂସକଙ୍କ ମଧ୍ୟରେ ଏକ ହଇଚଇ ସୃଷ୍ଟି କରିଛି। ସେ ତାଙ୍କର ଦ୍ୱିତୀୟ ପ୍ରେଗନେନ୍ସି ଖବର ଘୋଷଣା କରିଛନ୍ତି। ଅଭିନେତ୍ରୀଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଏହି ଖବର ଆସିବା ମାତ୍ରେ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି।

ଦୀପିକା ଏବଂ ରଣବୀର ସିଂହଙ୍କ କଥା କହିବାକୁ ଗଲେ, ସେମାନେ ବଲିଉଡ୍ ଶିଳ୍ପର ପାୱାରଫୁଲ ଦମ୍ପତି। ଅନେକ ବର୍ଷର ଡେଟିଂ ପରେ, ଦୀପିକା ଏବଂ ରଣବୀର ୨୦୧୮ରେ ଗ୍ରାଣ୍ଡ ୱେଡିଂ କରିଥିଲେ। ସେମାନଙ୍କ ବିବାହ ପରେ, ଏହି ଦମ୍ପତି ୨୦୨୪ରେ ସେମାନଙ୍କ ଝିଅ ଦୁଆଙ୍କୁ ସ୍ୱାଗତ କରିଥିଲେ। ଏବେ, ଏହା ଜଣାପଡୁଛି ଯେ ଦୀପିକା ଏବଂ ରଣବୀରଙ୍କ ଜୀବନରେ ଆଉ ଏକ ଛୋଟ ଅତିଥି ଆସିବାକୁ ଯାଉଛି। ଏହି ବର୍ଷ ଦୀପିକା ଏବଂ ରଣବୀରଙ୍କ ପାଇଁ ବହୁତ ଭଲ ପ୍ରମାଣିତ ହୋଇଛି। ଗୋଟିଏ ପଟେ, ରଣବୀର ସିଂହଙ୍କ ଫିଲ୍ମ ଧୁରନ୍ଧର ୨ ବକ୍ସ ଅଫିସରେ ସଫଳ ହୋଇଥିଲାଏବଂ ଅନ୍ୟପଟେ ଅଭିନେତା-ଅଭିନେତ୍ରୀ ପିତା-ମାତା ହେବାକୁ ଯାଉଛନ୍ତି।

ଏଥିସହ ପଢ଼ନ୍ତୁ: ରଣବୀର ଏବଂ ଦୀପିକା ଖୁବ୍ ଶୀଘ୍ର ନେବେ ଛାଡପତ୍ର ! ସୋସିଆଲ ମିଡିଆରେ ଚର୍ଚ୍ଚା...

ସେପଟେ କିନ୍ତୁ ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ମଧ୍ୟରେ ସମ୍ପର୍କ କିଛି ଭଲ ଚାଲି ନାହିଁ ଅତୀତର ସମ୍ପୂର୍ଣ୍ଣ ବିପରୀତ ଥିଲା, ଯେତେବେଳେ ଏହି ଦମ୍ପତିଙ୍କୁ ସବୁଠି ଏକାଠି ଦେଖାଯାଉଥିଲା । କିନ୍ତୁ, ବର୍ତ୍ତମାନ ରଣବୀର ସିଂହଙ୍କୁ ପ୍ରାୟତଃ ବିଭିନ୍ନ ସ୍ଥାନରେ ଏକା ଦେଖାଯାଉଛି । ଅନେକ ଲୋକ ଏପରି ମଧ୍ୟ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଏହି ଦମ୍ପତି ଛାଡପତ୍ର ଦେବାକୁ ଯାଉଛନ୍ତି । ତଥାପି, ଏହି କଥାଗୁଡ଼ିକର କୌଣସି ସତ୍ୟତା ଅଛି କି ନାହିଁ ତାହା ଦେଖିବାକୁ ବାକି ଅଛି; ରଣବୀର ଏବଂ ଦୀପିକାଙ୍କ ପକ୍ଷରୁ ବିବୃତ୍ତି ଜାରି କରିବା ପରେ ହିଁ ବାସ୍ତବତା ସ୍ପଷ୍ଟ ହେବ ।

.ଦୀପିକା ପାଦୁକୋଣ ଗର୍ଭବତୀ କି?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୀପିକା ପାଦୁକୋନ ଆଜି ସକାଳେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ସ୍ପେଶାଲ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ଛୋଟ ରାଜକୁମାରୀ ଦୁଆଙ୍କ ଏକ ଝଲକ ଦେଖାଯାଇଛି। କିନ୍ତୁ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି ପ୍ରେଗନେନ୍ସି କିଟ୍। ଯାହା ପଜିଟିଭ୍ ଥିବା ଜଣାପଡିଛି। ଦୀପିକାଙ୍କ ପୋଷ୍ଟ ଦେଖିବା ପରେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ଦୀପିକା ଦ୍ୱିତୀୟ ଥର ପାଇଁ ଗର୍ଭବତୀ ଏବଂ ଏହି ସ୍ୱତନ୍ତ୍ର ଢଙ୍ଗରେ ତାଙ୍କର ଗର୍ଭବତୀ ଘୋଷଣା କରିଛନ୍ତି। ଅଭିନେତ୍ରୀ କ୍ୟାପସନରେ ସ୍ପଷ୍ଟ ଭାବରେ କିଛି ଉଲ୍ଲେଖ କରି ନାହାଁନ୍ତି, କେବଳ ଦୁଇଟି ଇଭିଲ ଆଇ ବା ନଜର ନଲାଗିବାର ଇମୋଜି ବ୍ୟବହାର କରିଛନ୍ତି।

ଦୀପିକାଙ୍କ ପୋଷ୍ଟ ପ୍ରକାଶ ପାଇବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସମସ୍ତେ କମେଣ୍ଟ ସେକ୍ସନରେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, "ବେବି ଦୁଆଙ୍କ ଭାଇ କି ଭଉଣୀ ଆସିବାକୁ ଯାଉଛି।" ଆଉ ଜଣେ ଲେଖିଲେ, "ଦୁଆ ବଡ ଭଉଣୀ ହେବାକୁ ଯାଉଛି।" ଆଉ ଜଣେ ଲେଖିଛନ୍ତି, "ଦ୍ୱିତୀୟ ଧୁରନ୍ଧର ଆସୁଛି।" ମନ୍ତବ୍ୟ ବିଭାଗରେ ପ୍ରଶଂସକଙ୍କ ଉତ୍ସାହ ସ୍ପଷ୍ଟ ଭାବରେ ଦେଖାଯାଉଛି। ସମସ୍ତେ ଏହି ଦମ୍ପତିଙ୍କୁ ଶୁଭକାମନା ଜଣାଇ ଦେଉଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories

Deepika Pregnancy | Deepika Padukone, Ranveer Singh confirm second pregnancy with a cute pic | Argus News | Argus News