Videos
|
Entertainment

Shah Rukh Khan / ଦିଲ୍ଲୀ ବ୍ଲାଷ୍ଟ: ସାମ୍ନାକୁ ଆସିଲା ଶାହାରୁଖଙ୍କ ବୟାନ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଦିଲ୍ଲୀ ବ୍ଲାଷ୍ଟ: ସାମ୍ନାକୁ ଆସିଲା ଶାହାରୁଖଙ୍କ ବୟାନ

Key Points

ଦିଲ୍ଲୀ ବ୍ଲାଷ୍ଟକୁ ନେଇ ସାମ୍ନାକୁ ଆସିଲା ଶାହାରୁଖଙ୍କ ବୟାନ
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା କିଙ୍ଗ୍ ଖାନଙ୍କ କଥା
ଶେଷରେ ମୁହଁ ଖୋଲିଲେ କିଙ୍ଗ ଖାନ୍‌। ଦିଲ୍ଲୀରେ ହୋଇଥିବା ଭୟଙ୍କର ବିସ୍ଫୋରଣକୁ ନେଇ ନିଜର ମତ ରଖିଲେ ଶାହାରୁଖ ଖାନ। ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲା ପାଖରେ ହେଇଥିବା ଭୟଙ୍କର ବିସ୍ଫୋରଣ ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହି ଘଟଣାରେ ୧୩ ଜଣ ନୀରିହ ଲୋକ ଜୀବନ ହାରିଥିଲେ, ଆଉ ଏକାଧିକ ଲୋକ ଆହତ ବି ହେଇଥିଲେ । ହେଲେ ଏତେ ଦିନ ପରେ ଏହି ଘଟଣାକୁ ନେଇ କାହିଁକି ଏବଂ କଣ କହିଲେ କିଙ୍ଗ ଖାନ ବୋଲି ଚର୍ଚ୍ଚା ହେଉଛି।ଶନିବାର ମୁମ୍ବାଇର ଗେଟଓ୍ୱେ ଅଫ୍ ଇଣ୍ଡିଆରେ ଗ୍ଲୋବାଲ୍ ପିସ୍ ଅନର୍ସ ୨୦୨୫ ଆୟୋଜିତ ହୋଇଥିଲା ।

ଏଥିରେ ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ ମଧ୍ୟ ସାମିଲ ହେଇଥିଲେ । କାର୍ଯ୍ୟକ୍ରମରେ ଭାଗ ନେଇ ଶାହାରୁଖ ଶାନ୍ତି ଆଉ ଆତଙ୍କବାଦୀ ଆକ୍ରମଣକୁ ନେଇ ନିଜର ମତ ରଖିଥିଲେ, ଆଉ ତାଙ୍କର ଏହି ବୟାନ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି ।ଏହି କାର୍ଯ୍ୟକ୍ରମରେ ଶାହରୁଖ ଖାନ କହିଥିଲେ, "୨୬/୧୧ ଆତଙ୍କବାଦୀ ଆକ୍ରମଣ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ସମ୍ପ୍ରତି ଦିଲ୍ଲୀ ବିସ୍ଫୋରଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଏବଂ ଏହି ଆକ୍ରମଣରେ ସହିଦ ହୋଇଥିବା ଆମର ସାହସୀ ସୁରକ୍ଷା କର୍ମୀଙ୍କୁ ମୋର ସମ୍ମାନଜନକ ପ୍ରଣାମ।"

ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆଉ ଜଣେ ଇଲେକ୍ଟ୍ରିସିଆନ ଗିରଫ

ଶାହାରୁଖ ଆହୁରି କହିଛନ୍ତି, "ଆଜି ମୋତେ ଦେଶର ସାହସୀ ସୈନିକ ଏବଂ ଯବାନମାନଙ୍କ ପାଇଁ ଏହି ଚାରୋଟି ସୁନ୍ଦର ଧାଡ଼ି ପଢ଼ିବାକୁ କୁହାଯାଇଛି । ଯେତେବେଳେ କେହି ତୁମକୁ ପଚାରେ ତୁମେ କଣ କର, ଗର୍ବର ସହିତ କୁହ ଯେ ମୁଁ ଦେଶକୁ ସୁରକ୍ଷା ଦିଏ। ଯଦି କେହି ତୁମକୁ ପଚାରେ ତୁମେ କେତେ ରୋଜଗାର କର, ତେବେ ଟିକେ ହସିକି କୁହ, ମୁଁ ୧୪୦ କୋଟି ଲୋକଙ୍କ ଆଶୀର୍ବାଦ ଅର୍ଜନ କରେ । ଯଦି ସେମାନେ ପଛକୁ ବୁଲି ତୁମକୁ ପୁଣି ପଚାରନ୍ତି, ତେବେ ତୁମେ କେବେ ଭୟ ଅନୁଭବ କରୁନାହଁ କି? ସେମାନଙ୍କ ଆଖିକୁ ଦେଖି କୁହ, ଯେଉଁମାନେ ଆମ ଉପରେ ଆକ୍ରମଣ କରନ୍ତି ସେମାନେ ଏହା ଅନୁଭବ କରନ୍ତି।"ତେବେ କିଙ୍ଗ ଖାନଙ୍କ ଏହି କଥା ବର୍ତ୍ତମାନ ଭାଇରାଲ ହେଉଛି। ଅନେକ ତାଙ୍କୁ ପ୍ରଶଂସା କରୁଥିବାବେଳେ ଭିନ୍ନ ଭିନ୍ନ ମତ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଦିଲ୍ଲୀ ବିସ୍ଫୋରଣକୁ ନେଇ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି। ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ପୁଣି ଜଣେ ଗିରଫ ହୋଇଥିବା ସୂଚନା ରହିଛି । ଏଥର କାଶ୍ମୀରରୁ ଜଣେ ଇଲେକ୍ଟ୍ରିସିଆନକୁ ଗିରଫ କରିଛି NIA । ପୁଲୱାମାରୁ ଧରାପଡ଼ିଛି ତୁଫୈଲ ଅହମ୍ମଦ । ଯିଏ କି ଜଣେ ଇଲେକ୍ଟ୍ରିସିଆନ ଭାବେ କାମ କରେ । ତୁଫୈଲକୁ ଜେରା କରୁଛନ୍ତି ତଦନ୍ତକାରୀ ଏଜେନ୍ସି । ବିସ୍ଫୋରଣ ଷଡ଼ଯନ୍ତ୍ର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଥିବା ସୂଚନା ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories