Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Salman Khan / ସଲମାନ ଖାନଙ୍କୁ ନୋଟିସ୍ ଜାରି କରିଛି ଦିଲ୍ଲୀ ହାଇକୋର୍ଟ

Rashmita Mishra
Browse all articles by Rashmita Mishra
·5 months ago·2 min read
ସଲମାନ ଖାନଙ୍କୁ ନୋଟିସ୍ ଜାରି କରିଛି ଦିଲ୍ଲୀ ହାଇକୋର୍ଟ
Salman Khan

Key Points

ସଲମାନଙ୍କୁ ହାଇକୋର୍ଟ ନୋଟିସ୍ । 
ସଲମାନ ଖାନଙ୍କୁ ନୋଟିସ୍ ଜାରି କରିଛି ଦିଲ୍ଲୀ ହାଇକୋର୍ଟ ।

ସଲମାନ ଖାନଙ୍କୁ ନୋଟିସ୍ ଜାରି କରିଛି ଦିଲ୍ଲୀ ହାଇକୋର୍ଟ । ଚୀନର ଏକ ଏଆଇ ଆଧାରିତ ଭଏସ-ଜେନେରେସନ୍ କମ୍ପାନି ଦ୍ୱାରା ଆବେଦନ ଦାଖଲ ପରେ ତାଙ୍କୁ ଏହି ନୋଟିସ୍ ପଠାଯାଇଛି । ଏଥିରେ ସଲମାନଙ୍କ ବ୍ୟକ୍ତିତ୍ୱ ଓ ପ୍ରଚାର ଅଧିକାରକୁ ସୁରକ୍ଷା ପ୍ରଦାନ କରୁଥିବା କୋର୍ଟର ଅନ୍ତରୀଣ ଆଦେଶକୁ କମ୍ପାନି ଚାଲେଞ୍ଜ୍ ଦେଇଛି ।

ଦିଲ୍ଲୀ ହାଇକୋର୍ଟ ଡିସେମ୍ବର ୧୧, ୨୦୨୫ରେ ସଲମାନଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ଲାଗି ଅନ୍ତରୀଣ ଆଦେଶ ପାରିତ କରିଥିଲେ । ଏଥିରେ ସଲମାନଙ୍କ ଅନୁମତି ବିନା ତାଙ୍କ ନାଁ, ଫଟୋ, ସ୍ୱର, ମୁହଁ ଓ ତାଙ୍କ ସାର୍ବଜନୀନ ପରିଚୟ ସହ ଜଡ଼ିତ ଅନ୍ୟ ବସ୍ତୁର ଉପଯୋଗ ଉପରେ କୋର୍ଟ ରୋକ ଲଗାଇଥିଲେ । ଉଭୟ ଡିଜିଟାଲ ଓ କମର୍ସିଆଲ ପ୍ଲାଟ୍ଫର୍ମ କ୍ଷେତ୍ରରେ ଏହା ଲାଗୁ କରାଯାଇଥିଲା । ସଲମାନ ଏ ନେଇ କୋର୍ଟରେ ଅଭିଯୋଗ କରିଥିଲେ, ତାଙ୍କ ଅନୁମତି ବିନା ଏଆଇ ଦ୍ୱାରା ପ୍ରସ୍ତୁତ ସ୍ୱର, ଡିପ୍ଫେକ୍ ଭିଡିଓ, ନକଲି ବିଜ୍ଞାପନ ଏବଂ ବିକ୍ରି ହେଉଥିବା ସାମଗ୍ରୀ ଜରିଆରେ ତାଙ୍କ ପରିଚୟର ଅପବ୍ୟବହାର ହେଉଛି । ଏହା ପରେ ହାଇକୋର୍ଟ ତାଙ୍କର ବ୍ୟକ୍ତିତ୍ୱ ଅଧିକାର ସୁରକ୍ଷା ଆଦେଶ ଦେଇଥିଲେ ।

ତାଙ୍କ ବିରୋଧରେ ଆବେଦନ କରିଥିବା ଚୀନ୍ର କମ୍ପାନି କହିଛି, ଏହି ଅନ୍ତରୀଣ ଆଦେଶ ତା’ର ବ୍ୟବସାୟିକ ଗତିବିଧିକୁ ପ୍ରଭାବିତ କରିବ । କାରଣ କମ୍ପାନିର କାମ ଏଆଇ ଜରିଆରେ ଭଏସ୍ ମଡେଲ ପ୍ରସ୍ତୁତ କରିବା । ଏହି ଆବେଦନ ପରେ କୋର୍ଟ ସଲମାନଙ୍କୁ ନୋଟିସ୍ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି । ଆସନ୍ତା ୨୭ ଫେବ୍ରୁଆରୀରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସଲମାନଙ୍କ ପୂର୍ବରୁ ଅମିତାଭ ବଚ୍ଚନ, ଅନିଲ କପୁର, ଜ୍ୟାକି ଶ୍ରଫ୍, ଐଶ୍ୱର୍ଯ୍ୟା ରାୟ, ଅଭିଷେକ ବଚ୍ଚନ, କରନ ଜୋହରଙ୍କ ଭଳି ସେଲିବ୍ରିଟି ବ୍ୟକ୍ତିତ୍ୱ ଅଧିକାର ସୁରକ୍ଷା ହାସଲ କରିଛନ୍ତି । ଏହା ଅନ୍ତର୍ଗତ କୌଣସି ବ୍ୟକ୍ତି ଏମାନଙ୍କ ଫଟୋ, ସ୍ୱର କିମ୍ବା ପରିଚୟ ସହ ସଂଶ୍ଳିଷ୍ଟ କୌଣସି ବସ୍ତୁ ସେମାନଙ୍କ ଅନୁମତି ବିନା ଉପଯୋଗ କରିପାରିବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Salman Khan | Delhi High Court Issues Notice to Salman Khan | Argus News