Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଅଲଗା ହେଲେ ୟୁଜବେନ୍ଦ୍ର ଏବଂ ଧନଶ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅଲଗା ହେଲେ ୟୁଜବେନ୍ଦ୍ର ଏବଂ ଧନଶ୍ରୀ

ଡିଭୋର୍ସ କନଫର୍ମ ! ଅଲଗା ହେଲେ ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା । ଦୀର୍ଘ ଦିନ ଧରି ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଛାଡପତ୍ର ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଚର୍ଚ୍ଚାର ଅନ୍ତ ଘଟିଛି । ଦୁହିଁଙ୍କର ଆଇନଗତ ଛାଡପତ୍ର ଚୂଡ଼ାନ୍ତ ହୋଇଯାଇଛି । ଉଭୟଙ୍କ ମଧ୍ୟରେ ପାରସ୍ପରିକ ସହମତିରେ ଛାଡପତ୍ରର ନିଷ୍ପତ୍ତି ନିଆଯାଇଛି। ଛାଡ଼ପତ୍ରକୁ ନେଇ ଜଡ଼ିତ ଥିବା ସମସ୍ତ ଔପଚାରିକତା ଗୁରୁବାରଦିନ କୋର୍ଟରେ ଶେଷ ହୋଇଛି ।

ୟୁଜବେନ୍ଦ୍ର ଭଗବାନଙ୍କୁ ଧନ୍ୟବାଦ ଜଣାଇ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ୟୁଜବେନ୍ଦ୍ର ଲେଖିଛନ୍ତି, “ଯେତିକି ମୁଁ ଗଣନା କରି ପାରିବି ତା’ ଠାରୁ ଅଧିକ ଥର ଭଗବାନ ମୋର ରକ୍ଷା କରିଛନ୍ତି। ତେଣୁ ମୁଁ କେବଳ ସେହି ସମୟ କଳ୍ପନା କରିପାରିବି ଯେତେବେଳେ ମୋତେ ରକ୍ଷା କରାଯାଇଥିଲା। ଯାହା ବିଷୟରେ ମୁଁ ଜାଣି ନଥିଲି। ହେ ପରମେଶ୍ୱର, ସବୁବେଳେ ସେଠାରେ ଥିବାରୁ ଆପଣଙ୍କୁ ଧନ୍ୟବାଦ। ଡିଭୋର୍ସ ପାଇଁ ୟୁଜବେନ୍ଦ୍ର ଏବଂ ଧନଶ୍ରୀଙ୍କୁ ମୁମ୍ବାଇର ବାନ୍ଦ୍ରାସ୍ଥିତ ଫ୍ୟାମିଲି କୋର୍ଟରେ ହାଜର ହେବାକୁ କୁହାଯାଇଛି।

ଚହଲ ଏବଂ ଧନଶ୍ରୀଙ୍କ ଅଗଷ୍ଟ ୨୦୨୦ ରେ ନିର୍ବନ୍ଧ ହୋଇଥିଲା। ୨୦୨୦ ଡିସେମ୍ବରରେ ଦୁହେଁ ବିବାହ କରିଥିଲେ। ସମ୍ପ୍ରତି କ୍ରିକେଟରଙ୍କ ଚାରି ବର୍ଷର ବିବାହ ଭାଙ୍ଗି ଯାଇଛି।କୋଭିଡ-୧୯ ଲକଡାଉନ୍ ସମୟରେ ଧନଶ୍ରୀ ଏବଂ ଚହଲ ସାକ୍ଷାତ ହୋଇଥିଲେ। ଚହଲ ସୋସିଆଲ ମିଡିଆରେ ଧନଶ୍ରୀଙ୍କ ଡ୍ୟାନ୍ସ ଭିଡିଓ ଦେଖୁଥିଲେ ଏବଂ ସେ ତାଙ୍କ ସହ ଯୋଗାଯୋଗ କରି ଡ୍ୟାନ୍ସ କ୍ଲାସରେ ଯୋଗ ଦେଇଥିଲେ। ଶୀଘ୍ର ଉଭୟ ବନ୍ଧୁ ହେଲେ ଏବଂ ପରେ ବନ୍ଧୁତା ପ୍ରେମରେ ପରିଣତ ହେଲା। ଦୁହେଁ ଅଗଷ୍ଟ ୨୦୨୦ ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏବଂ ଡିସେମ୍ବର ୨୦୨୦ ରେ ବିବାହ କରିଥିଲେ। ବର୍ତ୍ତମାନ ସେମାନଙ୍କର ଚାରି ବର୍ଷର ବିବାହ ଭାଙ୍ଗିଯାଇଛି।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dhanashree Verma, Yuzvendra Chahal confirms divorced | Argus News