Videos
|
Entertainment

Blockbuster Bou Buttu Bhuta / କରନ ଜୋହର କରିବେ "ବୋଉ ବୁଟୁ ଭୂତ"ର ରିମେକ୍

Smruti Parija
Browse all articles by Smruti Parija
·11 months ago·2 min read
କରନ ଜୋହର କରିବେ "ବୋଉ ବୁଟୁ ଭୂତ"ର ରିମେକ୍

Key Points

ଓଲିଉଡ ପାଇଁ ଖୁସି ଓ ଗୌରବର ବିଷୟ

ବୋଉ ବୁଟୁ ଭୂତର ରିମେକ୍ କରିବ ଧର୍ମା ପ୍ରଡକ୍ସନ

ଏବେ ପୁରା ଦେଶବାସୀ ଦେଖିବେ ଏହି ଫିଲ୍ମ

ଓଲିଉଡରେ ଆରମ୍ଭ ହେଲା ସ୍ୱର୍ଣ୍ଣିମ ଅଧ୍ୟାୟ । ପ୍ରଥମେ ଦମନ ଆଉ ଏବେ ବୋଉ ବୁଟୁ ଭୂତ । ପୁରା ଓଡିଶାବାସୀଙ୍କୁ କିମିଆ କରିବା ପରେ ଏବେ ସାରା ଦେଶରେ ବିଭିନ୍ନ ଭାଷାରେ ରିଲିଜ୍ ହେବ ବୋଉ ବୁଟୁ ଭୂତ । ମରାଠୀ, ଗୁଜୁରାଟୀ ଓ ସାଉଥ୍ ଫିଲ୍ମ ର ରିମେକ୍ କରି ପ୍ରଶଂସା ସାଉଁଟିବା ପରେ ଏବେ ଓଡିଆ ଫିଲ୍ମ କରିବାକୁ ଆଗ୍ରହ ଦେଖାଉଛି ବଲିଉଡ । ପ୍ରଥମ ଥର ପାଇଁ, କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ଓଡ଼ିଆ ବ୍ଲକବଷ୍ଟର 'ବୋଉ ବୁଟୁ ଭୂତ'ର ରିମେକ୍ କରିବାକୁ ଯାଉଛି ।


ଧର୍ମା ପ୍ରଡକ୍ସନର ଚିଫ୍ ଲିଗାଲ୍ ଅଫିସର ରାଖୀ ବାଜପେୟୀ ତିୱାରୀଙ୍କ ଦ୍ୱାରା ଫିଲ୍ମ ସୂଚନା ପତ୍ରିକାରେ ପ୍ରକାଶିତ ଏକ ନୋଟିସ ଅନୁଯାୟୀ, କମ୍ପାନୀ ବାବୁଶାନ ମହାନ୍ତି, ଅର୍ଚ୍ଚିତା ସାହୁ ଏବଂ ଅପରାଜିତା ମହାନ୍ତି ଅଭିନୀତ ବୋଉ ବୁଟୁ ଭୂତର ରିମେକ୍ ରାଇଟ୍ସ ପାଇଁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି । ନୋଟିସର 15 ଦିନ ଭିତରେ ଚୁକ୍ତି କରିବେ ବୋଉ ବୁଟୁ ଭୂତର ପ୍ରଡକ୍ସନ ଟିମ୍ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନୋଟିସ୍ ରେ ସ୍ପଷ୍ଟ କରାଯାଇଛି ଯେ, ସମସ୍ତ ଭାରତୀୟ ଭାଷାରେ ରିମେକ୍ କରିବା ସହ, ବିଭିନ୍ନ ମିଡିଆରେ ଏହାକୁ ଡିସଟ୍ରିବ୍ୟୁଟ୍ କରିବାକୁ ଅନୁମତି ଦେବ । ଏହାସହ ସମସ୍ତ ଭାଷାରେ ଫିଲ୍ମର ଡବିଂ ଏବଂ ସବଟାଇଟଲ୍ କରିବା ପାଇଁ ମଧ୍ୟ ରାଇଟ୍ସ ରହିବ ।


ଆହୁରି ପଢନ୍ତୁ ରିଲିଜ୍‌ର ୧୧ ଦିନରେ ୧୦ କୋଟି ପାର୍ କଲା ବୋଉ ବୁଟୁ ଭୂତ


ଏଥିରେ ଆହୁରି ଉଲ୍ଲେଖ କରାଯାଇଛି ଯେ ମୂଳ ଚଳଚ୍ଚିତ୍ର ପଛରେ ଥିବା ପ୍ରଡକ୍ସନ ହାଉସ୍, ବାବୁଶାନ ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ବୋଉ ବଟୁ ଭୁଟାଙ୍କ ସହିତ ଜଡିତ ସମସ୍ତ ବୌଦ୍ଧିକ ସମ୍ପତ୍ତିର ଏକମାତ୍ର ଏବଂ ଆଇନଗତ ମାଲିକ।


ତେବେ ପୂର୍ବରୁ ବାବୁ ସାନ ଅଭିନୀତ ଦମନ ଫିଲ୍ନ ମଧ୍ୟରେ ହିନ୍ଦୀରେ ରିମେକ୍ ହୋଇଥିଲା । ଯାହା ବେଶ ପ୍ରଶଂସା ସାଉଁଟିଥିଲା ।


ବାବୁସାନ୍‌ ଫିଲ୍ମସ ନିବେଦିତ ତଥା ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ‘ବୋଉ ବୁଟୁ ଭୂତ’ ସାରା ଓଡିଶାରେ ୬୧ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ଚହଳ ପକାଇଥିଲା । ଫିଲ୍ମଟି ରିଲିଜ୍ ହେବା ପରେ ଏତେ ମାତ୍ରାରେ ପ୍ରଶଂସା ସାଉଁଟିଥିଲା ଯେ ହଲ୍ ଗୁଡିକରେ ଟିକେଟ୍ ମିଳୁନଥିଲା । ସେ ସକାଳ ଶୋ ହେଉ କି ନାଇଟ୍ ଶୋ ସବୁବେଳେ ହାଉସ ଫୁଲ୍ ରହୁଥିଲା । ମୁଖ୍ୟ ଭୂମିକାରେ ଓଲିଉଡ୍‌ ସୁପରଷ୍ଟାର ବାବୁସାନ୍ ମହାନ୍ତିଙ୍କ ସହ ଥିଲେ ନାୟିକା ଅର୍ଚ୍ଚିତା । ସେହିପରି ବରିଷ୍ଠ ଅଭିନେତ୍ରୀ ଅପରାଜିତାଙ୍କୁ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଥିଲା । ଜଗଦୀଶ ମିଶ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ବକ୍ସ ଅଫିସରେ ଖୁବ୍ ଭଲ ବ୍ୟବସାୟ କରିଥିଲା । ଏହି ହରର୍ କମେଡି ଚଳଚ୍ଚିତ୍ରଟି ୨୦୨୫ର ସବୁଠାରୁ ଲାଭଦାୟକ ଚଳଚ୍ଚିତ୍ର ।

dharma-productions-has-officially-announced-to-acquire-the-remake-rights-of-odia-film-bou-buttu-bhuta | Argus News