Bollywood News / ଆଜି ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ: ଏକ ଭାବବିହ୍ବଳ ପୋଷ୍ଟ କଲେ ସନ୍ନି ଦେଓଲ : "ଆଜି ମୋ ବାପାଙ୍କ ଜନ୍ମଦିନ"
·7 months ago·3 min read

Key Points
ବାପଙ୍କ ସହ ବିତାଇଥିବା ମୂହୁର୍ତ୍ତଗୁଡ଼ିକର ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଈଶା। ଫଟୋ ଈଶା ଧର୍ମେନ୍ଦ୍ରଙ୍କୁ ଜାବୁଡ଼ି ଧରିଥିବା ଦେଖାଯାଇଛି। ଉଭୟ ଫଟୋରେ ହସୁଥିବାର ନଜର ଆସିଛନ୍ତି।
ବଲିଉଡର ହିମ୍ୟାନ ଧର୍ମେନ୍ଦ୍ର କୁମାର ଦିଓଲ ନଭେମ୍ବର ୨୪ ତାରିଖରେ ଆମ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଥିଲେ। ଆଜି ଦିବଂଗତ ଅଭିନେତାଙ୍କର ହେଉଛି ୯୦ତମ ଜନ୍ମଦିନ। ୯୦ବର୍ଷରେ ପାଦ ଦେବା ପୂର୍ବରୁ ୮୯ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ଜନ୍ମଦିନର ୧୪ଦିନ ପୂର୍ବରୁ ଧର୍ମେନ୍ଦ୍ରଙ୍କ ଦେହାନ୍ତ ହେବା ତାଙ୍କ ପରିବାରକୁ ଦୋହଲାଇ ଦେଇଛି। ଧର୍ମେନ୍ଦ୍ରଙ୍କ ଯିବା ପରେ ଘରର ମୂଳଦୁଆ ଦୋହଲି ଯାଇଛି। ଆଜି ସେ ଏ ଦନୁଆରେ ନ ଥିବା ବେଳେ ତାଙ୍କ ଜନ୍ମଦିନରେ ସାରା ପରିବାର ତାଙ୍କୁ ମନେ ପକାଇଛନ୍ତି। ବିଶେଷ କରି ଝିଅ ଈଶା ଦେଓଲ, ପୁଅ ବବି ଓ ସନ୍ନି ଦେଓଲ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ବାପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଭାବବିହ୍ବଳ ହୋଇପଡ଼ିଛନ୍ତି।
ବାପା ମୁଁ ତୁମକୁ ବହୁତ ମନେ ପକାଉଛି
ବାପଙ୍କ ସହ ବିତାଇଥିବା ମୂହୁର୍ତ୍ତଗୁଡ଼ିକର ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଈଶା। ଫଟୋ ଈଶା ଧର୍ମେନ୍ଦ୍ରଙ୍କୁ ଜାବୁଡ଼ି ଧରିଥିବା ଦେଖାଯାଇଛି। ଉଭୟ ଫଟୋରେ ହସୁଥିବାର ନଜର ଆସିଛନ୍ତି। ଫଟୋ ସେୟାର କରି ଈଶା ଲେଖିଛନ୍ତି, "ମୋ ପ୍ରିୟ ବାପା। ଆମ ଦୁହିଁଙ୍କ ବନ୍ଧନ ସବୁଠାରୁ ନିବିଡ। ସେ ସ୍ୱର୍ଗ ହେଉ କି ପୃଥିବୀ, ଆମେ ସବୁବେଳେ ଏକାଠି ରହିବା। ସବୁବେଳେ ମୁଁ ତୁମକୁ ମୋ କୋମଳ ହୃଦୟରେ ଯତ୍ନର ସହ ସାଇତି ରଖିବି। ମୋ ଭିତରେ ତୁମେ ମୋ ଜୀବନର ବାକି ସମୟ ପର୍ଯ୍ୟନ୍ତ ରହିବ। ଜୀବନର ସଂପର୍କରେ ଶିକ୍ଷା, ମାର୍ଗଦର୍ଶନ, ତୁମ ସ୍ନେହ ଭରା ଆଲିଙ୍ଗନ, ନିଃସର୍ତ୍ତ ଭଲପାଇବା, ଶକ୍ତି ଯାହା ତୁମେ ମୋତେ ତୁମର ଝିଅ ଭାବରେ ଦେଇଛ, ତାହାର ସ୍ଥାନ ଆଉ କେହି ନେଇପାରିବେ ନାହିଁ।"
କ’ଣ ଲେଖିଛନ୍ତି ବବି ଓ ସନ୍ନି ଦେଓଲ?
କେବଳ ଈଶା ନୁହନ୍ତି ସନ୍ନି ଦେଓଲ ଏବଂ ବବି ଦେଓଲ ମଧ୍ୟ ନିଜ ବାପାଙ୍କୁ ମନେ ପକାଇଛନ୍ତି। ସନ୍ନି, ବାପାଙ୍କ ୯୦ତମ ଜନ୍ମଦିବସରେ ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ଧର୍ମେନ୍ଦ୍ର ଏକ ପାହାଡ଼ିଆ ସ୍ଥାନରେ ବସିଥିବା ଦେଖାଯାଇଛି। ଭିଡିଓରେ ସନ୍ନି ଦେଓଲ ପଚାରୁଛନ୍ତି, ବାପା; ଆପଣଙ୍କ ଭଲ ଲାଗୁଛି ତ? ଏହାର ଉତ୍ତରରେ ଧର୍ମେନ୍ଦ୍ର ହଁ ବୋଲି କହୁଛନ୍ତି। ଭିଡିଓର କ୍ୟାପସନରେ ସନ୍ନି ଲେଖିଛନ୍ତି, ଆଜି ମୋ ବାପାଙ୍କ ଜନ୍ମଦିନ। ବାପା ସବୁବେଳେ ମୋ ସହିତ ଅଛନ୍ତି । ସେ ମୋ ଭିତରେ ଅଛନ୍ତି। ମୁଁ ତୁମକୁ ବହୁତ ମନେ ପକାଉଛି ବାପା।"
ଅନ୍ୟପକ୍ଷରେ ବବି ଦେଓଲ ନିଜ ପୋଷ୍ଟରେ ଲେଖିଛନ୍ତି, ମୋର ପ୍ରିୟ ବାପା...ଆମ ସମସ୍ତଙ୍କ ପ୍ରିୟ ଧରମ। ତୁମେ ଆମ ସମସ୍ତଙ୍କୁ ଭଲପାଇବା ଦେଇଛ, ଦୁନିଆରେ ସେତିକି ଭଲପାଇବା ନାହିଁ। ପ୍ରତ୍ୟେକ ହସ ଏବଂ ପ୍ରତ୍ୟେକ ଲୁହ ମଧ୍ୟରେ ତୁମେ ଆମ ସହିତ ଠିଆ ହୋଇଥିଲ। ପ୍ରତ୍ୟେକ ଚ୍ୟାଲେଞ୍ଜରେ ତୁମେ ଆମର ହାତ ଧରିଥିଲ। ଯେତେବେଳେ ତୁମେ ଷ୍ଟାର ହୋଇଥିଲ, ତୁମେ ତୁମ ଚାରିପାଖରେ ଥିବା ସମସ୍ତଙ୍କୁ ଉପରକୁ ଉଠାଇଥିଲ। ତୁମେ କେବେ କାହାର ହାତ ଛାଡି ନଥିଲ। ତୁମେ ଯେଉଁଠାକୁ ଯାଉଥିଲ ସେଠାକୁ ପଞ୍ଜାବ, ସାହନେୱାଲ ଏବଂ ଭାରତର ଗର୍ବ ବହନ କରୁଥିଲ। ତୁମେ ସମସ୍ତଙ୍କ ପାଇଁ ହି-ମ୍ୟାନ, କିନ୍ତୁ ପିଲାଦିନରୁ ତୁମେ ମୋ ପାଇଁ ମୋ ହିରୋ। ତୁମେ ଆମକୁ ସ୍ୱପ୍ନ ଦେଖିବା, ନିଜ ଉପରେ ବିଶ୍ୱାସ କରିବା ଏବଂ ନମ୍ର ରହିବା ଶିଖାଇଥିଲ। ତୁମର ମୂଲ୍ୟବୋଧ ଆମକୁ ଦେଓଲ କରିଛି। ତୁମେ ମୋ ପାଇଁ ମୋ ବାପା, କିନ୍ତୁ ଦୁନିଆ ପାଇଁ ଧରମ। ମୁଁ ତୁମର ହୋଇଥିବାରୁ ଗର୍ବିତ। ଜନ୍ମଦିନର ଶୁଭେଚ୍ଛା, ମୋର ପ୍ରିୟ ବାପା। ମୁଁ ତୁମକୁ ସବୁଦିନ ପାଇଁ ଭଲ ପାଇବି।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories