Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood News / ଧର୍ମେନ୍ଦ୍ରଙ୍କ ଜନ୍ମଦିନରେ ହେମାଙ୍କ ଇମୋସନାଲ ପୋଷ୍ଟ: "ତୁମେ ମୋତେ ଛାଡ଼ି ଯିବାର ୨ ସପ୍ତାହ ହେଲା"....ଆଉ ଲାଗୁଛି...

Ritu Das
Browse all articles by Ritu Das
·7 months ago·3 min read
ଧର୍ମେନ୍ଦ୍ରଙ୍କ ଜନ୍ମଦିନରେ ହେମାଙ୍କ ଇମୋସନାଲ ପୋଷ୍ଟ: "ତୁମେ ମୋତେ ଛାଡ଼ି ଯିବାର ୨ ସପ୍ତାହ ହେଲା"....ଆଉ ଲାଗୁଛି...
DreaMGirl

Key Points

ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି ତୁମେ ମୋତେ ହୃଦୟକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଛ। ଧୀରେ ଧୀରେ ସେହି ଖଣ୍ଡଗୁଡ଼ିକୁ ଏକାଠି କରି ମୋ ଜୀବନକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଛି। 
ବଲିଉଡର ହିମ୍ୟାନ ଧର୍ମେନ୍ଦ୍ର କୁମାର ଦିଓଲ ନଭେମ୍ବର ୨୪ ତାରିଖରେ ଆମ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଥିଲେ। ଆଜି ଦିବଂଗତ ଅଭିନେତାଙ୍କର ହେଉଛି ୯୦ତମ ଜନ୍ମଦିନ। ୯୦ବର୍ଷରେ ପାଦ ଦେବା ପୂର୍ବରୁ ୮୯ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ଜନ୍ମଦିନର ୧୪ଦିନ ପୂର୍ବରୁ ଧର୍ମେନ୍ଦ୍ରଙ୍କ ଦେହାନ୍ତ ହେବା ତାଙ୍କ ପରିବାରକୁ ଦୋହଲାଇ ଦେଇଛି। ଧର୍ମେନ୍ଦ୍ରଙ୍କ ଯିବା ପରେ ଘରର ମୂଳଦୁଆ ଦୋହଲି ଯାଇଛି। ଆଜି ସେ ଏ ଦନୁଆରେ ନ ଥିବା ବେଳେ ତାଙ୍କ ଜନ୍ମଦିନରେ ସାରା ପରିବାର ତାଙ୍କୁ ମନେ ପକାଇଛନ୍ତି। ଧର୍ମେନ୍ଦ୍ରଙ୍କ ପତ୍ନୀ ହେମା ମାଳିନୀ ମଧ୍ୟ ଧର୍ମେନ୍ଦ୍ରଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି। ଆଜି ତାଙ୍କ ଜନ୍ମବାର୍ଷିକୀ ଥିବାରୁ ହେମା ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, "ଧରମ ଜୀ। ଜନ୍ମଦିନର ଢେରସାରା ଶୁଭେଚ୍ଛା। ତୁମେ ମୋର ପ୍ରିୟ ହୃଦୟ। ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି ତୁମେ ମୋତେ ହୃଦୟକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଛ। ଧୀରେ ଧୀରେ ସେହି ଖଣ୍ଡଗୁଡ଼ିକୁ ଏକାଠି କରି ମୋ ଜୀବନକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଛି, ଜାଣିଛି ଯେ, ତୁମେ ସବୁବେଳେ ମୋ ଆତ୍ମାରେ ରହିବ।"

ସେ ଆହୁରି କହିଛନ୍ତି ଯେ, "ଆମ ଜୀବନର ଆନନ୍ଦଦାୟକ ସ୍ମୃତି ଗୁଡ଼ିକୁ କେବେବି ଲିଭାଇ ହେବ ନାହିଁ ଏବଂ ସେହି ମୁହୂର୍ତ୍ତଗୁଡ଼ିକୁ ପୁନର୍ବାର ବଞ୍ଚିଲେ ମୋତେ ବହୁତ ସାନ୍ତ୍ୱନା ଏବଂ ଖୁସି ଆଣିଦେଉଛି। ଆମେ ସାଥିରେ ଯେଉଁ ସବୁ ସୁନ୍ଦର ମୁହୂର୍ତ୍ତ ବିତାଇଛେ, ଆମର ଦୁଇଜଣ ସୁନ୍ଦର ଝିଅ, ଯାହା ଆମ ଦୁଇଜଣଙ୍କ ଭଲ ପାଇବାର ପ୍ରତୀକ ବୋଲି ମୋତେ ବହୁତ ଖୁସି ଲାଗେ କି ସେମାନେ ମୋ ସହ ଅଛନ୍ତି। ଆଉ ଆମ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି। ମୋତେ ଜୀବନରେ ବହୁ ସାରା ଖୁସି ଦେଇଥିବାରୁ ଈଶ୍ବରଙ୍କୁ ଢେର ସାରା ଧନ୍ୟବାଦ।

ହେମା ମାଳିନୀ ଆଗକୁ ଆହୁରି ଲେଖିଛନ୍ତି, ତୁମ ଜନ୍ମଦିନରେ ମୋର ଗଭବାନଙ୍କୁ ଏତିକି ପ୍ରାର୍ଥନା ଯେ, ଈଶ୍ବର ତୁମକୁ ଶାନ୍ତି ଏବଂ ଖୁସି ଦିଅନ୍ତୁ....ତୁମେ ଯେଉଁଠି ବି ଥାଅ...ଖସିରେ ଥାଅ। ଜନ୍ମଦିନର ଶୁଭେଚ୍ଛା ମୋ ପ୍ରିୟ ପ୍ରେମ," ହେମା ଆହୁରି କହିଛନ୍ତି। ଆମର କିଛି ସୁନ୍ଦର ମୁହୂର୍ତ୍ତ।



ଧର୍ମେନ୍ଦ୍ରଙ୍କ ବିୟୋଗରେ ପୁଅ ସନ୍ନି ଦେଓଲ ଏବଂ ବବି ଦେଓଲ ମଧ୍ୟ ନିଜ ବାପାଙ୍କୁ ମନେ ପକାଇଛନ୍ତି। ଝିଅ ଈଷା ମଧ୍ୟ ବାପାଙ୍କୁ ନେି ଏକ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି। ସନ୍ନି, ବାପାଙ୍କ ୯୦ତମ ଜନ୍ମଦିବସରେ ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ଧର୍ମେନ୍ଦ୍ର ଏକ ପାହାଡ଼ିଆ ସ୍ଥାନରେ ବସିଥିବା ଦେଖାଯାଇଛି। ଭିଡିଓରେ ସନ୍ନି ଦେଓଲ ପଚାରୁଛନ୍ତି, ବାପା; ଆପଣଙ୍କ ଭଲ ଲାଗୁଛି ତ? ଏହାର ଉତ୍ତରରେ ଧର୍ମେନ୍ଦ୍ର ହଁ ବୋଲି କହୁଛନ୍ତି। ଭିଡିଓର କ୍ୟାପସନରେ ସନ୍ନି ଲେଖିଛନ୍ତି, ଆଜି ମୋ ବାପାଙ୍କ ଜନ୍ମଦିନ। ବାପା ସବୁବେଳେ ମୋ ସହିତ ଅଛନ୍ତି । ସେ ମୋ ଭିତରେ ଅଛନ୍ତି। ମୁଁ ତୁମକୁ ବହୁତ ମନେ ପକାଉଛି ବାପା।"

ବାପଙ୍କ ସହ ବିତାଇଥିବା ମୂହୁର୍ତ୍ତଗୁଡ଼ିକର ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଈଶା। ଫଟୋ ଈଶା ଧର୍ମେନ୍ଦ୍ରଙ୍କୁ ଜାବୁଡ଼ି ଧରିଥିବା ଦେଖାଯାଇଛି। ଉଭୟ ଫଟୋରେ ହସୁଥିବାର ନଜର ଆସିଛନ୍ତି। ଫଟୋ ସେୟାର କରି ଈଶା ଲେଖିଛନ୍ତି, "ମୋ ପ୍ରିୟ ବାପା। ଆମ ଦୁହିଁଙ୍କ ବନ୍ଧନ ସବୁଠାରୁ ନିବିଡ। ସେ ସ୍ୱର୍ଗ ହେଉ କି ପୃଥିବୀ, ଆମେ ସବୁବେଳେ ଏକାଠି ରହିବା। ସବୁବେଳେ ମୁଁ ତୁମକୁ ମୋ କୋମଳ ହୃଦୟରେ ଯତ୍ନର ସହ ସାଇତି ରଖିବି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hema Malini Shares Emotional Post on Dharmendra’s Birthday After Two Weeks of His Passing | Argus News