LegendStar / ଧର୍ମେନ୍ଦ୍ର କେମିତି ହେଲେ ବଲିଉଡର “ହି-ମ୍ୟାନ୍”?
·9 months ago·2 min read

Key Points
ଧର୍ମେନ୍ଦ୍ର କେମିତି ହେଲେ ବଲିଉଡର “ହି-ମ୍ୟାନ୍”?
ଗୋଟିଏ ଫିଲ୍ମରୁ ରାତିରାତି ବଦଳିଗଲା ଭାଗ୍ୟ!
“ଶର୍ଟଲେସ୍ ଟ୍ରେଣ୍ଡ”ର ଆରମ୍ଭ
ଗୋଟିଏ ଫିଲ୍ମରୁ ରାତିରାତି ବଦଳିଗଲା ଭାଗ୍ୟ!
“ଶର୍ଟଲେସ୍ ଟ୍ରେଣ୍ଡ”ର ଆରମ୍ଭ
ବଲିଉଡର ହି ମ୍ୟାନ ଭାବେ ପରିଚିତ ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି ।ସେ ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡ଼ିତ ଥିଲେ । ସୁପରଷ୍ଟାରଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଥିଲା । କିଛି ଦିନ ପୂର୍ବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରୁଟିନ ଚେକ୍ଅପ୍ ପରେ ସେ ଘରକୁ ଫେରି ଯାଇଥିଲେ, ପରେ ସ୍ଥାସ୍ୟାବସ୍ଥା ଆହୁରି ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଯାହାପରେ ଘରକୁ ନେଇଯାଇଥିଲେ ପରିବାରଲୋକେ । କିନ୍ତୁ ସୋମବାର ସେ ଶେଷ ନିଶ୍ବାସ ତ୍ୟାଗ କଲେ।
କିଛି ଦିନ ତଳେ ସେ ଅଭିନୟ କରିଥିବା ସିନେମା ' ଇକ୍କିସ ' ର ଟ୍ରେଲର ରିଲିଜ୍ ହୋଇଥିଲା । ଯେଉଁଥିରେ ତାଙ୍କର ଅଭିନୟ ବେଶ୍ ଚମତ୍କାର ଥିଲା । ଖୁବ ଶିଘ୍ର ଧର୍ମେନ୍ଦ୍ରଙ୍କର ଏହି ଶେଷ ଫିଲ୍ମ ରିଲିଜ ହେବ। ଯେଉଁଥିରେ ଅଗସ୍ତ୍ୟ ନନ୍ଦା ଓ ସିମର ଭାଟିଆଙ୍କୁ ମଧ୍ୟ ଦେଖିବାକୁ ମିଳିବ।
ବଲିଉଡର “ହି-ମ୍ୟାନ୍” ବୋଲି ପରିଚିତ ଧର୍ମେନ୍ଦ୍ର ଛଅ ଦଶକ ଧରି ତାଙ୍କ ଅଦ୍ଭୁତ ଅଭିନୟ ଓ ଏକ୍ସନ୍ ରୋଲ୍ ଦ୍ୱାରା ସିନେମା ଜଗତରେ ନିଜ ସ୍ଥାନ ସୃଷ୍ଟି କରିଛନ୍ତି । ଏହାରି ଭିତରେ ତାଙ୍କ ଚଳଚ୍ଚିତ୍ର ଜୀବନର କିଛି ସ୍ମୃତି ସାଉଁଟୁଛନ୍ତି ଫ୍ୟାନ୍ସ...
ଆସନ୍ତୁ ଜାଣିବା ଧର୍ମେନ୍ଦ୍ର କେମିତି ହେଲେ ବଲିଉଡର “ହି-ମ୍ୟାନ୍”? ଗୋଟିଏ ଫିଲ୍ମରୁ ରାତିରାତି ବଦଳିଗଲା ଭାଗ୍ୟ! ସୁପରଷ୍ଟାର ଧର୍ମେନ୍ଦ୍ରଙ୍କୁ ବଲିଉଡର “ହି-ମ୍ୟାନ୍” ବୋଲି କୁହାଯାଏ । ଗୋଟିଏ ଫିଲ୍ମ ଏମିତି ଥିଲା ଯାହା ତାଙ୍କ ଇମେଜକୁ ପୂରା ବଦଳାଇଦେଇଥିଲା ।
ବଲିଉଡ ଡେବ୍ୟୁ
ଧର୍ମେନ୍ଦ୍ର ସେହି ତାରକା ଯିଏ ରୋମାନ୍ସ ଓ ଏକ୍ସନ୍ -ଦୁଇଟି ଶୈଳୀରେ ଦର୍ଶକଙ୍କୁ ମନୋରଞ୍ଜନ ଦେଇଥିଲେ । ସେହି ପ୍ରଥମ ଅଭିନେତା ଯିଏ ଶର୍ଟଲେସ୍ ହୋଇ ବଲିଉଡରେ ନୂଆ ଟ୍ରେଣ୍ଡ ଆଣିଥିଲେ । ସେ 1960 ମସିହାରେ ‘ଦିଲ୍ ଭି ତେରା ହମ୍ ଭି ତେରେ’ ଫିଲ୍ମରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କୁ ସତ୍ୟିକାର ଚିହ୍ନାପତି ମିଳିଲା ‘ଶୋଲା ଔର ଶବନମ’ ଫିଲ୍ମରୁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୋଟିଏ ଫିଲ୍ମ କେମିତି ବଦଳିଲା ଭାଗ୍ୟ !
1966ରେ ଆସିଥିବା ‘ଫୁଲ୍ ଔର ପଥର୍’ ଫିଲ୍ମ ଧର୍ମେନ୍ଦ୍ରଙ୍କ ଜୀବନର ଟର୍ନିଂ ପଏଣ୍ଟ ହେଲା । ଏହି ଫିଲ୍ମରେ ସେ ଶର୍ଟଲେସ୍ ହୋଇ ଏକ ନୂଆ ଚରିତ୍ର ନେଇ ଦର୍ଶକଙ୍କ ହୃଦୟ ଜିତିନେଲେ । ସେହି ଫିଲ୍ମ ପରେ ତାଙ୍କୁ “ହି-ମ୍ୟାନ୍” ବୋଲି ଅଭିଧାନ ମିଳିଲା । ଏହା ବକ୍ସ ଅଫିସରେ ବ୍ଲକବଷ୍ଟର ହେଲା ଓ ଧର୍ମେନ୍ଦ୍ର ରାତିରାତି ସୁପରଷ୍ଟାର ହୋଇଗଲେ ।
“ଶର୍ଟଲେସ୍ ଟ୍ରେଣ୍ଡ”ର ଆରମ୍ଭ
‘ଫୁଲ୍ ଔର ପଥର୍’ ପୂର୍ବରୁ ଧର୍ମେନ୍ଦ୍ରଙ୍କ ଇମେଜ ଏକ ହ୍ୟାଣ୍ଡସମ୍ ଓ ସଫ୍ଟ ହିରୋ ଭଳି ଥିଲା । କିନ୍ତୁ ଏହି ଫିଲ୍ମ ପରେ ସେ ହେଲେ ବଲିଉଡର ହି-ମ୍ୟାନ୍! ଏହି ଫିଲ୍ମ ପରେ ଇଣ୍ଡଷ୍ଟ୍ରିରେ ହିରୋମାନେ ଶର୍ଟଲେସ୍ ହେବାର ଟ୍ରେଣ୍ଡ ଆସିଲା । ତା’ପରେ ଧର୍ମେନ୍ଦ୍ରଙ୍କୁ ଅନେକ ଆକ୍ସନ୍ ଫିଲ୍ମର ଅଫର୍ ମିଳିଲା ‘ଶୋଲେ’,‘ମେରା ଗାଁ ମେରା ଦେଶ’,‘ଧର୍ମ-ବୀର’,‘ଆଗ ହି ଆଗ’,‘ଲୋଫର’ ଭଳି ସୁପରହିଟ୍ ଫିଲ୍ମ ସେହି ଇତିହାସ ଲେଖିଦେଲେ । ଧର୍ମେନ୍ଦ୍ର, ବଲିଉଡର ରିଅଲ ହି-ମ୍ୟାନ୍! ଏହି ଦିଗଗଜ ଅଭିନେତାଙ୍କ ଶକ୍ତି, ଆକର୍ଷଣ ଓ ଦର୍ଶକଙ୍କ ହୃଦୟ ଜିତିବା କଳା ଆଜି ମଧ୍ୟ ସମାନ ଭାବେ ପ୍ରେରଣାଦାୟକ।

Related Topics
Explore more stories