Bollywood Update / ୩୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ, ହେଲେ ଶେଷ ଫିଲ୍ମ ଦେଖିବାକୁ ରହିଲେନି...
·9 months ago·2 min read

Key Points
ବଲିଉଡ୍ରେ ଶୋକର ଛାଇ
୩୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ ଧର୍ମେନ୍ଦ୍ର
ଶେଷ ଫିଲ୍ମ ଦେଖିବାକୁ ରହିଲେ ନାହିଁ

ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ଘଟିଛି । ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ମୁମ୍ୱାଇ ସ୍ଥିତ ବାସଭବନରେ ଆଖି ବୁଜିଛନ୍ତି । ସେ ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡ଼ିତ ଥିଲେ । ସୁପରଷ୍ଟାରଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଥିଲା । ଏଇ କିଛି ଦିନ ହେବ ଅଭିନେତା ହସ୍ପିଟାଲରୁ ଫେରିଥିଲେ। ହେଲେ ଆଜି ହି-ମ୍ୟାନ ସବୁଦିନ ପାଇଁ ଆଖି ବୁଜିଲେ। ତାଙ୍କର ଦେହାନ୍ତ ଖବର ଶୁଣି ବଲିଉଡରେ ଦୁଃଖର ଛାଇ ଖେଳିଯାଇଛି। ତାଙ୍କର ଶେଷ ଦର୍ଶନ ପାଇଁ ଅନେକ ତାରକା ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଧର୍ମେନ୍ଦ୍ର ହିନ୍ଦୀ ସିନେମାର ସବୁଠାରୁ ସମ୍ମାନିତ ଏବଂ ଲୋକପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ ଥିଲେ । ସାତ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର କ୍ୟାରିୟରରେ, ସେ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ।
ଯେଉଁଥିରେ "ଶୋଲେ", "ଚୁପକେ ଚୁପକେ", "ସୀତା ଔର ଗୀତା" ଏବଂ "ଧରମ ବୀର" ଭଳି ସୁପରହିଟ୍ ଫିଲ୍ମ ଅନ୍ତର୍ଭୁକ୍ତ । ତାଙ୍କ ସଂଳାପଗୁଡ଼ିକ ଏବେ ବି ବହୁଳ ଭାବରେ ପ୍ରଚଳିତ, ଯେଉଁଥିରେ "ଶୋଲେରେ ବାସନ୍ତୀ ଇନ୍ କୁତୋ କେ ଆଗେ ମତ ନାଚନା" ଏକ ପ୍ରମୁଖ ହିଟ୍ ଫିଲ୍ମ ଥିଲା । କେବଳ ସେତିକି ନୁହେଁ, ଆସନ୍ତା ମାସରେ ଅଭିନେତାଙ୍କର ଅଭିନୀତ ଏକ ଫିଲ୍ମ ମଧ୍ୟ ରିଲିଜ ହେବାକୁ ଯାଉଛି। ହେଲେ ଭାଗ୍ୟର କି ବିଡମ୍ୱନା ଦେଖନ୍ତୁ, ନିଜର ଶେଷ ଫିଲ୍ମ ଦେଖିବାକୁ ସେ ରହିଲେ ନାହିଁ।
ଶେଷ ଫିଲ୍ମଟି ଆସନ୍ତା ମାସରେ ମୁକ୍ତିଲାଭ କରିବ:
ଧର୍ମେନ୍ଦ୍ରଙ୍କୁ ହୁଏତ ୮୯ ବର୍ଷ ହୋଇଯାଇଥିଲା, କିନ୍ତୁ ସେ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ । ତାଙ୍କୁ "ରକି ଔର ରାନୀ କି ପ୍ରେମ କାହାଣୀ" ରେ ଦେଖିବାକୁ ମିଳିଥିଲା, ଏବଂ ଏହା ପରେ "ତେରୀ ବାତେଁ... ମେଁ ଐସା ଉଲଜା ଦିୟା" ରେ ମଧ୍ୟ ଦେଖିବାକୁ ମିଳିଥିଲା। ଯେଉଁଠାରେ ସେ ତାଙ୍କ ଅଭିନୟ ଦ୍ୱାରା ଦର୍ଶକଙ୍କୁ ମୋହିତ କରିଥିଲେ । ସେ ଅଗସ୍ତ୍ୟ ନନ୍ଦଙ୍କ "ଇକ୍କିସ୍" ରେ ମଧ୍ୟ ନଜର ଆସିବେ, ଯାହା ଡିସେମ୍ବର ୨୫ ତାରିଖରେ ମୁକ୍ତିଲାଭ କରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ
ବଲିଉଡର ହି-ମ୍ୟାନ୍ ଭାବରେ ଜଣାଶୁଣା ଧର୍ମେନ୍ଦ୍ରଙ୍କର ଶ୍ୱାସକ୍ରିୟାରେ ଅସୁବିଧା ହେତୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଧର୍ମେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ପ୍ରଚାରିତ ହେବା ମାତ୍ରେ , ପୁରା ବଲିଉଡ୍ରେ ନୀରବତା ଖେଳିଯାଇଥିଲା । ସେଲିବ୍ରିଟିମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗଭୀର ଚିନ୍ତିତ ହୋଇପଡ଼ିଥିଲେ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories