Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Dharmendra / ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କୁ ମିଳିବ ମରଣୋତ୍ତର ପଦ୍ମ ବିଭୂଷଣ

Banajyotshna Ray
Browse all articles by Banajyotshna Ray
·5 months ago·2 min read
ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କୁ ମିଳିବ ମରଣୋତ୍ତର ପଦ୍ମ ବିଭୂଷଣ
Dharmendra

Key Points

କଳା କ୍ଷେତ୍ରରେ ଅଭିନେତା ଧର୍ମେନ୍ଦ୍ର ସିଂହ ଦେଓଲଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ମିଳିବ 
ପୀୟୁଷ ପାଣ୍ଡେ (ମରଣୋତ୍ତର) ପଦ୍ମ ଭୂଷଣ
ପ୍ରଥମେ, ହିନ୍ଦୀ ସିନେମାର ଅନ୍ୟତମ ପ୍ରମୁଖ ଏବଂ ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯିବ। ଧର୍ମେନ୍ଦ୍ର 24 ନଭେମ୍ବର 2025 ରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପରଲୋକ ସିନେମା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ଯାହା କେବେ ପୂରଣ ହୋଇପାରିବ ନାହିଁ। ଧର୍ମେନ୍ଦ୍ରଙ୍କ ବ୍ୟତୀତ, ବିଶ୍ୱ ପ୍ରସିଦ୍ଧ ଭାରତୀୟ ଶାସ୍ତ୍ରୀୟ ଭାୟୋଲିନ୍ ବାଦକ ଡକ୍ଟର ଏନ. ରାଜମ ମଧ୍ୟ ପଦ୍ମ ବିଭୂଷଣ ପାଇବେ। ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଏହି ପୁରସ୍କାର ଘୋଷଣା କରାଯାଏ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଏ ।

୨୦୨୬ ମସିହା ପାଇଁ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ପଦ୍ମ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି । ଚଳିତ ବର୍ଷ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ । ମୋଟ ୧୩୧ ବିଜେତାଙ୍କ ମଧ୍ୟରେ ୧୯ ଜଣ ମହିଳା, ୬ ବିଦେଶୀ ଓ ୧୬ ଜଣଙ୍କୁ ମରଣୋତ୍ତର ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ଭାରତ ସରକାର ପ୍ରତିବର୍ଷ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ଘୋଷଣା କରନ୍ତି। ଚଳିତ ବର୍ଷ ମଧ୍ୟ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପୁରସ୍କାର ଘୋଷଣା କରାଯାଇଛି। ଅନେକ କଳାକାର ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି।

ସେମାନଙ୍କ କାର୍ଯ୍ୟକୁ ସମ୍ମାନିତ କରିବା ପାଇଁ ଦେଶର ସର୍ବୋଚ୍ଚ ସମ୍ମାନ ଦେବାକୁ ଘୋଷଣା ହୋଇଛି। କଳା କ୍ଷେତ୍ରରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଗାୟିକା ଅଲକା ୟାଗନିକ, ଅଭିନେତା ଆର. ମାଧବନ, ଦକ୍ଷିଣ ସୁପରଷ୍ଟାର ମାମୁଟି ଏବଂ ଦିବଂଗତ ସୁପରଷ୍ଟାର ଧର୍ମେନ୍ଦ୍ର ଅଛନ୍ତି। ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର୍ ଅଳକା ୟାଗନିକ, ଦକ୍ଷିଣ ସୁପରଷ୍ଟାର ମାମୁଟି ଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ଭାରତର ଆଡ୍ ମ୍ୟାନ୍ ଭାବେ ପରିଚିତ ପୀୟୁଷ ପାଣ୍ଡେଙ୍କୁ ମରଣୋତ୍ତର ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ଅଭିନେତା ଆର. ମାଧବନଙ୍କୁ ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରାଯିଏ।

ସୂଚୀରେ ସାହିତ୍ୟ, ଶିକ୍ଷା, ସମାଜସେବା, ଚିକିତ୍ସା, କଳା ଓ ଜନକଲ୍ୟାଣ ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ନାଁ ସାମିଲ ରହିଛି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଯୋଗଦାନ ପାଇଁ ବ୍ୟକ୍ତି ବିଶେଷଙ୍କ ନାଁ ସାମିଲ ରହିଛି । ଏହି ପୁରସ୍କାର କଳା, ସମାଜସେବା, ଶିଳ୍ପ, ବିଜ୍ଞାନ, ଚିକିତ୍ସା, କ୍ରୀଡା ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଏ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra | Sunny Deol poses with Esha Deol, Ahana as Dharmendra gets posthumous Padma Vibhushan | Argus News