Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood Update / ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରରେ ଅଭିନେତା ଧର୍ମେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·8 months ago·2 min read
ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରରେ ଅଭିନେତା ଧର୍ମେନ୍ଦ୍ର

Key Points

ଅସୁସ୍ଥ ହୋଇପଡ଼ିଲା ଅଭିନେତା ଧର୍ମେନ୍ଦ୍ର
ମେଡିକାଲରେ ଭର୍ତ୍ତି
ଚିନ୍ତାରେ ଫ୍ୟାନ୍ସ
ମେଡିକାଲରେ ଭର୍ତ୍ତି ହେଲେ ଅଭିନେତା ଧର୍ମେନ୍ଦ୍ର। ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସୋମବାର, ହଠାତ୍ ଖରାପ ହେବାର ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୦ ଏବଂ ୮୦ ଦଶକର ଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରେ ଧର୍ମେନ୍ଦ୍ର ଥିଲେ। ଏହି ବୟସରେ ମଧ୍ୟ ସେ ଚଳଚ୍ଚିତ୍ରରେ ସକ୍ରିୟ ଅଛନ୍ତି। ତାଙ୍କ ଚଳଚ୍ଚିତ୍ର ବ୍ୟତୀତ, ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଏବଂ ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ହୋଇରହନ୍ତି। ସେ ତାଙ୍କ ସମୟରେ ଅନେକ ଉଲ୍ଲେଖନୀୟ ଚଳଚ୍ଚିତ୍ର ଦେଇଛନ୍ତି। ସେ ତାଙ୍କ ପ୍ରଶଂସକଙ୍କଠାରୁ “ହି-ମ୍ୟାନ୍” ଟ୍ୟାଗ୍ ମଧ୍ୟ ଅର୍ଜନ କରିଛନ୍ତି। ଆଗରୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା । ଆଜି ପୁଣି ଥରେ ସ୍ୱାସ୍ଥ୍ୟ ଖରାପ ଥିବା କାରଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ସୁଚନା ରହିଛି। ତାଙ୍କ ଟିମ୍‌ ପ୍ରକାଶ କରିଛନ୍ତି ଯେ, ସେ ବର୍ତ୍ତମାନ ଠିକ ଅଛନ୍ତି।

ତଥାପି, ନିୟମିତ ଯାଞ୍ଚ ପାଇଁ ତାଙ୍କୁ କ୍ରାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ପରିବାରର ଏକ ସୂତ୍ରରୁ ଜଣାପଡିଛି ଯେ, ଧର୍ମେନ୍ଦ୍ର କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ନାହାନ୍ତି; ତାଙ୍କ ବୟସକୁ ଦୃଷ୍ଟିରେ ରଖି ତାଙ୍କୁ କେବଳ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ହସ୍ପିଟାଲକୁ ନିଆଯାଇଥିଲା। ନିକଟରେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡ୍‌ର ହି-ମ୍ୟାନ ଧର୍ମେନ୍ଦ୍ର ଦେଓଲ ଗରୁତର ଅସୁସ୍ଥ ଥିବା ନେଇ ଖବର ମିଳିଛି । ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପୂରା ପରିବାର ବର୍ତ୍ତମାନ ତାଙ୍କ ସହିତ ହସ୍ପିଟାଲରେ ଅଛନ୍ତି।

ଏଥିସହ ପଢ଼ନ୍ତୁ: ହସ୍ପିଟାଲରେ ହେଲେ ଭର୍ତ୍ତି ଅଭିନେତା ଧର୍ମେନ୍ଦ୍ର

ଧର୍ମେନ୍ଦ୍ର ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗ ସହ ଲଢ଼ୁଛନ୍ତି। ଏମିତି ମଧ୍ୟ କୁହାଯାଉଛି ଯେ, ଏବେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଡସେମ୍ବର ୮ରେ ଧର୍ମେନ୍ଦ୍ରଙ୍କୁ ୯୦ ବର୍ଷ ହେବ । ବଲିଉଡର ଏହି ହି-ମ୍ୟାନ୍ ଶୋଲେ, ଧରମବୀର, ପ୍ରତିଜ୍ଞା, ଅପନେ, ସୀତା ଓର୍ ଗୀତା, ତେହେଲକା, ଗଜବ, ଆଖେଁ, ୟମଲା ପଗଲା ଦିବାନା ଭଳି ଅନେକ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କୁ କିମିଆ କରିଥିଲେ ।ଏହା ପୂର୍ବରୁ ଅକ୍ଟୋବର ୩୧ ତାରିଖରେ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଧର୍ମେନ୍ଦ୍ର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବା କୁହାଯାଉଛି । ବଲିଉଡ୍‌ର ହି-ମ୍ୟାନ୍‌ ଧର୍ମେନ୍ଦ୍ର ସାଢ଼େ ୬ ଦଶନ୍ଧୀ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସିଛନ୍ତି। ତାଙ୍କର ଦୀର୍ଘ କ୍ୟାରିୟରେ ସେ ଅନେକ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେ ନିଜର ଆଗାମୀ ଚଳଚ୍ଚିତ୍ର ‘ଇକ୍କିସ’(୨୧) ପାଇଁ ଚର୍ଚ୍ଚାରେ ଅଛନ୍ତି। ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଧର୍ମେନ୍ଦ୍ରଙ୍କ ସହ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦ ମଧ୍ୟ ଅଭିନୟ କରିଛନ୍ତି। ଅଗସ୍ତ୍ୟା ଅରୁଣ ଖେତ୍ରପାଳଙ୍କ ଭୂମିକାରେ ଅଭିନୟ କରିବେ । ଯିଏ ୧୯୭୧ ଭାରତ-ପାକ୍ ଯୁଦ୍ଧରେ ତାଙ୍କ ସାହସିକତା ପାଇଁ ମରଣୋତ୍ତର ପରମ ବୀର ଚକ୍ରରେ ସମ୍ମାନିତ ହୋଇଥିଲେ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bollywood Update | Dharmendra’s Health Deteriorates, Veteran Actor on Ventilator | Argus News | Argus News