Dharmendra Deol / ମୃତ୍ୟୁ ପରେ ଭାଇରାଲ ହେଉଛି ଧର୍ମେନ୍ଦ୍ରଙ୍କ ଶେଷ ପୋଷ୍ଟ, କହିଥିଲେ 'ମୁଁ ଏବେ...
·9 months ago·2 min read

Key Points
ମୃତ୍ୟୁ ପରେ ଭାଇରାଲ ହେଉଛି ଧର୍ମେନ୍ଦ୍ରଙ୍କ ଶେଷ ପୋଷ୍ଟ,
ଯେଉଁଥିରେ ଲେଖାଥିଲା ଅନେକ କିଛି କଥା
ଯେଉଁଥିରେ ଲେଖାଥିଲା ଅନେକ କିଛି କଥା
ଆଉ ନାହାଁନ୍ତି ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର । ୮୯ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବଲିଉଡ ଜଣେ କିମ୍ବଦନ୍ତୀ ଅଭିନେତାଙ୍କୁ ସବୁ ଦିନ ପାଇଁ ହରାଇଛି ବଲିଉଡ । ଦୀର୍ଘ ୬ ଦଶନ୍ଧି ଧରି ବଲିଉଡରେ ନିଜର କ୍ରେଜ୍ ବଳବତ୍ତର ରଖିଥିଲେ ସେ । ତାଙ୍କ ଫିଲ୍ମ ଦେଖିବାକୁ ହଲରେ ଲାଗୁଥିଲା ଭିଡ । ଏହି କିମ୍ବଦନ୍ତୀ ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ଖୁବ ଚର୍ଚ୍ଚାରେ ରହିଥିଲା । ବର୍ତ୍ତମାନ ଆଉ ଏକ ଖବର ଭାଇରାଲ ହେଉଛି। ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ରଙ୍କର ଏକ ପୋଷ୍ଟ ଭାଇରାଲ ହେଉଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳୁଛି।
ଧର୍ମେନ୍ଦ୍ର ନିଜର ୯୦ ତମ ଜନ୍ମଦିନର କିଛି ଦିନ ପୂର୍ବରୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୁପରଷ୍ଟାରଙ୍କ ପ୍ରଶଂସକମାନେ ଏହି ଦୁଃଖଦ ଖବରକୁ ଗ୍ରହଣ କରିପାରୁନାହାନ୍ତି । ସେ ବୟସଜନିତ ସମସ୍ୟା ସହିତ ସଂଘର୍ଷ କରୁଥିଲେ । ଏବେ, ତାଙ୍କର ଶେଷ ଭାବପ୍ରବଣ ପୋଷ୍ଟ ପ୍ରଶଂସକଙ୍କ ହୃଦୟକୁ ସ୍ପର୍ଶ କରୁଛି। ଅଭିନେତାଙ୍କ ଶେଷ ପୋଷ୍ଟ କବିତାରେ ପରିପୂର୍ଣ୍ଣ ଥିଲା । ସେ ତାଙ୍କ ଫଟୋ କ୍ୟାପସନରେ ଲେଖିଛନ୍ତି, “ଆଜିକାଲି, ସମୟର ଦୁଃଖରୁ ଦୂରରେ, ଦୁନିଆର ଦୁଃଖରୁ ଦୂରରେ… ମୁଁ ମୋର ନିଜ ନିଶାରେ ବୁଡ଼ି ରହିଛି ।” ଲୋକମାନେ ଏହି ପୋଷ୍ଟ ଉପରେ ମନ୍ତବ୍ୟ ଦେଉଛନ୍ତି ଏବଂ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।
ଏଥିସହ ପଢ଼ନ୍ତୁ: ଧର୍ମେନ୍ଦ୍ରଙ୍କୁ ମନେ ପକାଇଲେ ପାକିସ୍ତାନୀ ଖେଳାଳି, କହିଲେ...
ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ପ୍ରମୁଖ ତାରକା ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ, ଧର୍ମେନ୍ଦ୍ରଙ୍କ ପ୍ରଶଂସକମାନେ ତାଙ୍କର ଶେଷ ପୋଷ୍ଟରେ ତାଙ୍କର ଶେଷ ବାର୍ତ୍ତା ପଢ଼ି ଭାବପ୍ରବଣ ହୋଇପଡ଼ୁଛନ୍ତି। ୧୯୬୦ରେ 'ଦିଲ ଭି ତେରା ହମ୍ ଭି ତେରେ' ଚଳଚ୍ଚିତ୍ରରୁ କ୍ୟାରିଅର ଆରମ୍ଭ କରିଥିଲେ ହି-ମ୍ୟାନ୍ । ସେତେବେଳେ ତାଙ୍କର ବୟସ ହୋଇଥିଲା ୨୪ । କିଛି ବର୍ଷ ଯାଏଁ ବନ୍ଦିନୀ, କାଜଲ ଆଦି ଫିଲ୍ମରେ ସହ ଅଭିନେତା ଭାବେ ଅଭିନୟ କରିଥିଲେ । କିନ୍ତୁ ୧୯୬୫ରେ ‘ହକିକତ’ ବ୍ଲକବଷ୍ଟର ହୋଇଥିଲା । ଏହା ତାଙ୍କୁ ନୂଆ ପରିଚୟ ପ୍ରଦାନ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୯୭୦ ଭିତରେ ବଲିଉଡର ବଡ ତାରକା ଭାବେ ସେ ପରିଚିତି ଲାଭ କରିଥିଲେ । ଅନୁପମା, ଆଦମି ଅର୍ ଇନସାନ, ମେରା ଗାଓଁ ମେରା ଦେଶ, ସୀତା ଅର୍ ଗୀତା, ସୋଲେ, ଲୋଫରରେ ସେ ଦମଦାର ଅଭିନୟ କରି ପ୍ରଶଂସା ସାଉଣ୍ଟିଥିଲେ । ୮୦ ଦଶକରେ ଅନେକ ଆକ୍ସନ ଫିଲ୍ମରେ ତାଙ୍କ ଅଭିନୟ ଦମଦାର ଥିଲା । ବଦଲେ କି ଆଗ୍, ଗୁଲାମ, ଲୋହା ତାଙ୍କର ବକ୍ସ ଅଫିସ୍ ହିଟ୍ ହୋଇଥିଲା । ଏବେ ତାଙ୍କୁ ପୁରା ଇଣ୍ଡଷ୍ଟ୍ରି ଝୁରୁଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories