Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

IPL ପୂର୍ବରୁ ଆନିମଲ ଲୁକରେ ନଜର ଆସିଲେ ମାହି

Banajyotshna Ray
Browse all articles by Banajyotshna Ray
·1 year ago·2 min read
IPL ପୂର୍ବରୁ ଆନିମଲ ଲୁକରେ ନଜର ଆସିଲେ ମାହି

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏକ ନୂଆ ରୂପରେ ନଜର ଆସିଛନ୍ତି। ମାନେ ମାହି 'ଆନିମଲ' ଫିଲ୍ମର ରଣବୀର କପୁରଙ୍କ ପରି ଲାଗୁଛନ୍ତି। ମାହି ଳମ୍ୱା କେଶରେ ସାଇକେଲ ଚଲାଉଥିବା ନଜର ଆସିଛନ୍ତି। ମାହିଙ୍କ ଏହି ଲୁକକୁ ଫ୍ୟାନ୍ସ ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି। ଏହା ଚର୍ଚ୍ଚା ଜୋର ଧରିଛି କି ବଲିଉଡରେ ଡେବ୍ୟୁ କରୁଛନ୍ତି କି ମାହି ? ପ୍ରକୃତ ଘଟଣାକ୍ରମ କିଛି ଏପରି ରହିଛି।

ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ 'ଆନିମଲ' ବଡ଼ ହିଟ୍ ହୋଇଥିଲେ। ଏହି ଚଳଚ୍ଚିତ୍ରରେ ରଣବୀର କପୁରଙ୍କ ଲୁକ ବହୁତ ଭାଇରାଲ ହୋଇଥିଲା। ଫିଲ୍ମଟି ରିଲିଜ ହେବା ପରେ ଅନେକ ଯୁବପୀଢ଼ି ରଣବୀରଙ୍କ ଏହି ଲୁକ ଫଲୋ କରିଥିଲେ। ଠିକ ସେହିପରି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ରଣବୀର କପୁରଙ୍କ ଲୁକକୁ ଫଲୋ କରିଛନ୍ତି । ସୋସିଆଲ ମିଡିଆରେ ଏମଏସ ଧୋନିଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ଆନିମଲ ଫିଲ୍ମର କିଛି ଡାଇଲଗ୍‌ କହୁଥିବାର ନଜର ଆସିଛନ୍ତି।

ସାଇକେଲରେ ନଜର ଆସିଲେ ଏମଏସ୍‌ ଧୋନି:


ଏମଏସ ଧୋନି ଇ-ମୋଟରର୍ସ ପାଇଁ ଏକ ବିଜ୍ଞାପନ କରୁଥିବା ନଜର ଆସିଛନ୍ତି। ଏହି ବିଜ୍ଞାପନରେ ଧୋନିଙ୍କ ସହ ଆନିମଲ ଫିଲ୍ମର ନିର୍ଦ୍ଦେଶକ ସନ୍ଦିପ ରେଡ୍ଡୀ ନଜର ଆସିଛନ୍ତି। ବିଜ୍ଞାପନରେ ମଧ୍ୟ ଧୋନି ସନ୍ଦୀପ ରେଡ୍ଡି ଭାଙ୍ଗାଙ୍କୁ କହୁଛନ୍ତି ଯେ, 'ଶୁଣାଯାଉଛି ମତେ, ମୁଁ କାଲା ନୁହେଁ'। ଏହି ବିଜ୍ଞାପନରେ ଧୋନିଙ୍କ ଡାଇଲଗ ସହ ଷ୍ଟାଇଲ ମଧ୍ୟ ଆନିମଲର ରଣବୀରଙ୍କ ପରି ଥିଲା। ଧୋନି ଏକ ଇ-କୋଟୋରର୍ସ ସାଇକେଲର ବିଜ୍ଞାପନ କରୁଥିଲେ। ଯେଉଁଥିରେ ନିର୍ଦ୍ଦେଶକ ଧୋନିଙ୍କୁ ଏହି ଲୁକ ଦେଇଥିଲେ। ଧୋନି ଏହା ମଧ୍ୟ କରୁଛନ୍ତି ଯେ, ଏହି ଲମ୍ୱା କେଶ ଅଧିକ ଲମ୍ୱା ହୋଇଯାଇନାହିଁ। କିନ୍ତୁ ନିର୍ଦ୍ଦେଶକ କହୁଛନ୍ତି ଯେ, ନାହିଁ ତମେ ଭଲ ଦେଖାଯାଉଛନ୍ତି।

ଇ-ମୋଟରର୍ଡ ପ୍ରଡକ୍ଟ:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇ-ମୋଟୋରର୍ଡ ଇଲେକ୍ଟ୍ରୋନିକ୍ସ ସାଇକେଲ ତିଆରି କରୁଥିବା କମ୍ପାନୀ ଅଟେ। ଯାହାକି ରିମୁଓ୍ୱେବଲ ବ୍ୟାଟେରୀ ସହ ଆସିଥାଏ। ଏହି ବ୍ରାଣ୍ଡର ଇ-ସାଇକେଲ ସିଙ୍ଗଲ ଚାର୍ଜିଙ୍ଗରେ ୮୦ କିଲୋମିଟରରୁ ଅଧିକ ରେଞ୍ଜ ଦେଉଥିବା କଥା କହୁଛି। ଏହି କମ୍ପାନୀ ପ୍ରିମିୟମ୍‌ ସାଇକେଲ ତିଆରି କରେ। ଏହି କମ୍ପାନୀର ସାଇକେଲରେ T-Rex Air ର ନାଁ ରହିଛି। ଯାହା ୫ଟି କଲରର ଭେରିଏଣ୍ଟ ସହ ଆସିଥାଏ। ଏହି ଇଲୋକ୍ଟ୍ରୋନିକ୍ସ ସାଇକେଲର ଦାମ୍‌ ୩୪,୯୯୯ଟଙ୍କା ରହିଛି। ଏହି ବ୍ରାଣ୍ଡର ଆଉ ଏକ ମଡେଲ T-Rex+V3 ଅଟେ। ଯାହାର ମୂଲ୍ୟ ୪୪,୯୯୯ ଟଙ୍କା ରହିଛି।

ଇଲେକ୍ଟ୍ରୋନିକ୍ସ ସାଇକେଲର ଆସେସରିଜ:


ଇ-ମୋଟୋରର୍ସ ଇଲେକ୍ଟ୍ରୋନିକ୍ସ ସାଇକେଲ ତିଆରି କରିବା ସହ ଏଥିରେ ଥିବା ଏସେସେରିଜ ମଧ୍ୟ ତିଆରି କରିଥାନ୍ତି। ଏଥିରେ ହେଲମେଟ୍‌, ପମ୍ପ, ଲକ୍‌, ଫେଣ୍ଡର, ବ୍ୟାଗ, ମୋବାଇଲ ହୋଲଡର, ସେଣ୍ଡଲ କବର, କ୍ୟାରିୟର ଏବଂ ବୋଟଲ କେଜ ପରି ସାମଗ୍ରୀ ରହିଛି। ଏହି ସବୁ ଜିନିଷରେ ବ୍ୟବହାର ପ୍ରଫେସନର ରାଇଡରଙ୍କୁ ଦରକାର ପଡିଥାଏ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored
dhoni-steals-the-show-and-ranbir-kapoors-style-in-hilarious-new-ad | Argus News