Bollywood News / ବିଶ୍ବବ୍ୟାପୀ ରେକର୍ଡ କଲା ଧୁରନ୍ଧର ମୁଭି : ୧୦୦୦ କୋଟି ଟପିଲା ବକ୍ସ ଅଫିସ୍ କଲେକ୍ସନ
·8 months ago·2 min read

Key Points
ବଡ଼ ପରଦାରେ କମାଲ କରୁଛି ଆଦିତ୍ୟ ଧରଙ୍କ ଧୁରନ୍ଧର ମୁଭି। ବାଦ ବିବାଦ ସାଂଗକୁ ଲୋକ ମୁଖର ପ୍ରବଳ ଚର୍ଚ୍ଚା ସିନେମାକୁ ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଛି।
ବଡ଼ ପରଦାରେ କମାଲ କରୁଛି ଆଦିତ୍ୟ ଧରଙ୍କ ଧୁରନ୍ଧର ମୁଭି। ବାଦ ବିବାଦ ସାଙ୍ଗକୁ ଲୋକ ମୁଖର ପ୍ରବଳ ଚର୍ଚ୍ଚା ସିନେମାକୁ ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଛି। ଏହି ସିନେମାଟି ମୁକ୍ତିଲାଭ କରିବାର ୨୧ ଦିନ ଭିତରେ ବିଶ୍ୱବ୍ୟାପୀ ୧୦୦୦ କୋଟି ଟଙ୍କା ଆୟ କରିସାରିଲାଣି। ଯାହା ହିନ୍ଦୀ ସିନେମା ପାଇଁ ଏକ ମାଇଲଷ୍ଟୋନ। ରିଶବ ଶେଟ୍ଟୀଙ୍କ କାନ୍ତାରା ଚ୍ୟାପ୍ଟର-୧କୁ ପଛରେ ପକାଇ ଏହି ସ୍ପାଏ-ଥ୍ରିଲର ସିନେମା ବର୍ଷର ସର୍ବାଧିକ ଆୟକାରୀ ଭାରତୀୟ ଚଳଚ୍ଚିତ୍ର ହୋଇଛି।
କାନ୍ତାରା ଚ୍ୟାପ୍ଟର-୧ ଚଳିତ ବର୍ଷ ବିଶ୍ୱବ୍ୟାପୀ ୮୫୦ କୋଟି ଟଙ୍କା ଆୟ କରିପାରିଥିଲା। ହେଲେ ରଣବୀର ସିଂହଙ୍କ ଅଭିନିତ ଧୁରନ୍ଧର କେବଳ ଭାରତରେ ୬୬୮.୮୦ କୋଟି ଟଙ୍କା ଆୟ କରିଥିବା ବେଳେ ବିଶ୍ୱବ୍ୟାପୀ ୧୦୦୬.୭ କୋଟି ଟଙ୍କା ଆୟ କରିଛି। ଏନେଇ ସିନେମା ଟିମ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି।
ରିଲିଜ୍ ହେବାର ୨୧ ଦିନ ପରେ ବି ସିନେମା ପ୍ରତି ଲୋକଙ୍କର କ୍ରେଜ୍ ରହିଛି। ତୃତୀୟ ସପ୍ତାହରେ ଟିକେଟ ୱିଣ୍ଡୋରେ ଦର୍ଶକଙ୍କ ଭିଡ଼ ରହୁଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରିଲିଜ୍ରେ ୨୧ ଦିନରେ ଦେଶରେ ଧୁରନ୍ଧର ନେଟ୍ ୨୬ କୋଟି ଟଙ୍କା ଆୟ କରିଛି। ଏହି ସିନେମା ରିଲିଜ୍ର ପ୍ରଥମ ଦିନରେ ୨୮.୬ କୋଟି ଟଙ୍କା ଆୟ କରିଥିଲା। ୨୧ ଦିନ ପରେ ବି ଏତେ ଆୟ କରିବା ସିନେ ସମୀକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଜିଓ ଷ୍ଟୁଡିଓ ଅନୁସାରେ, ଭାରତରେ ୨୧ ଦିନ ପରେ'ଧୁରନ୍ଧର'ର ବକ୍ସ ଅଫିସ କଲେକ୍ସନ ହେଲା-
•ସପ୍ତାହ ୧: ୨୧୮.୦୦ କୋଟି ଟଙ୍କା
•ସପ୍ତାହ ୨: ୨୬୧.୫୦ କୋଟି ଟଙ୍କା
•ତୃତୀୟ ସପ୍ତାହ: ୯୯.୭୦ କୋଟି ଟଙ୍କା
•ଦିନ ୧୮ (ସୋମବାର): ୧୯.୭୦ କୋଟି ଟଙ୍କା
•ଦିନ ୧୯ (ମଙ୍ଗଳବାର): ୨୦.୪୦ କୋଟି ଟଙ୍କା
•ଦିନ ୨୦ (ବୁଧବାର): ୨୦.୯୦ କୋଟି ଟଙ୍କା
•ଦିନ ୨୧ (ଗୁରୁବାର): ୨୮.୬ କୋଟି ଟଙ୍କା
•ମୋଟ: ୬୬୮.୮୦ କୋଟି ଟଙ୍କା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଧୁରନ୍ଧର ବଲିଉଡ୍ ପାଇଁ ୨୦୨୫ର ସର୍ବାଧିକ ଆୟକାରୀ ହିନ୍ଦୀ ସିନେମା ହୋଇଛି। ଛାଭା ପରେ ଏହା କେବଳ ଦ୍ୱିତୀୟ ହିନ୍ଦୀ ଫିଲ୍ମ ଯାହା ଏହି ବର୍ଷ କେବଳ ବକ୍ସ ଅଫିସରେ ରାଜତ୍ୱ କରିନାହିଁ ବରଂ ସାଧାରଣ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।
Related Topics
Explore more stories