Videos
|
Entertainment

Diya Big Revelation / ଇମ୍ରାନ ହାସମୀଙ୍କ ଗୀତ ସୁଟିଂ ସମୟର ବଡ଼ ଖୁଲାସା କଲେ ଦିୟା

Bikash Mohanty
Browse all articles by Bikash Mohanty
·2 weeks ago·3 min read
ଇମ୍ରାନ ହାସମୀଙ୍କ ଗୀତ ସୁଟିଂ ସମୟର ବଡ଼ ଖୁଲାସା କଲେ ଦିୟା
Diya

Key Points

ଅଭିନେତ୍ରୀ ଦିୟା ମିର୍ଜାଙ୍କ ବଡ଼ ଖୁଲାସା  
୧୦୦ ପୁରୁଷଙ୍କ ସାମ୍ନାରେ ପୋଷାକ ଖୋଲିବା ପାଇଁ କୁହାଯାଇଥିଲା
ଏହା ତାଙ୍କ ପାଇଁ ବଡ଼ ଚାଲେଞ୍ଜ ଥିଲା
ମୁମ୍ବାଇ,୨୮/୦୮: ବଲିଉଡ୍‌ର ଚର୍ଚ୍ଚିତ ଓ ସୁନ୍ଦରୀ ଅଭିନେତ୍ରୀ ଦିଆ ମିର୍ଜା ନିଜର ଅଭିନୟ ଓ ସୌନ୍ଦର୍ଯ୍ୟ ପାଇଁ ସଦା ଦର୍ଶକଙ୍କ ହୃଦୟ ଜିତିଆସିଛନ୍ତି। କିନ୍ତୁ ଫିଲ୍ମ ଜଗତରେ ତାଙ୍କର ଏକ ଅନୁଭୂତି ଥିଲା, ଯାହାକୁ ସେ ଆଜିବି ଏକ କଷ୍ଟକର ମୁହୂର୍ତ୍ତ ଭାବେ ମନେ ରଖିଛନ୍ତି।
   
ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ସିନେମା ଜଗତରେ ସକ୍ରିୟ ଅଛନ୍ତି। ନିଜ ଅଭିନୟ ଦକ୍ଷତା ଓ ସରଳ ସ୍ୱଭାବ ପାଇଁ ପରିଚିତ ଦିଆ ଏହି ସମୟ ମଧ୍ୟରେ ଅନେକ ସ୍ମରଣୀୟ ଫିଲ୍ମରେ କାମ କରିଛନ୍ତି। ତେବେ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ସମୟର ଏକ ଗୀତ ତାଙ୍କ ଚିନ୍ତାଧାରା ଓ ଆତ୍ମବିଶ୍ୱାସକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା ବୋଲି ଦିଆ ନିଜେ କହିଛନ୍ତି।

ଦିଆ ମିର୍ଜା ୨୦୦୪ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ତୁମସା ନହିଁ ଦେଖା’ରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ଇମ୍ରାନ ହାସମୀ ମଧ୍ୟ ନଜର ଆସିଥିଲେ। ଫିଲ୍ମର ଗୀତ ‘ମୁଝେ ତୁମସେ ମୋହବ୍ବତ୍ ହୈ’ ସେତେବେଳେ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା। ଏହି ଗୀତରେ ଦିଆ ଜଣେ ନୃତ୍ୟଶିଳ୍ପୀଙ୍କ ଭୂମିକାରେ ନଜର ଆସିଥିଲେ। ତେବେ ଏହି ଗୀତର ସୁଟିଂ ଅନୁଭବ ଦିଆଙ୍କ ପାଇଁ ସହଜ ନଥିଲା। ନିଜ କ୍ୟାରିୟରର ପ୍ରାରମ୍ଭିକ ଦିନରେ ଏଭଳି ଏକ ବୋଲ୍ଡ ଦୃଶ୍ୟର ସୁଟିଂ କରିବା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଏବେ ଏହି ଅନୁଭବ ସମ୍ପର୍କରେ ଖୋଲାଖୋଲି ଭାବେ କହିଛନ୍ତି ୪୪ ବର୍ଷୀୟା ଅଭିନେତ୍ରୀ।

ପଢନ୍ତୁ ଏହି ଖବର: ଇଣ୍ଟିମେଟ୍ ସିନ ସମୟରେ ରାଗିଲେ ଶୁଭାଙ୍ଗି, କହିଲେ ବୋଲ୍ଡ ଇଣ୍ଡଷ୍ଟ୍ରିର ଭିତିରିକଥା

ଦିଆ କହିଛନ୍ତି ଯେ, ଏହି ଗୀତ ତାଙ୍କୁ ଏଭଳି ଏକ ସ୍ୱାଧୀନତାର ଅନୁଭବ ଦେଇଥିଲା, ଯାହା ସେ ପୂର୍ବରୁ କେବେ କଳ୍ପନା ମଧ୍ୟ କରିନଥିଲେ। ଏହି ଗୀତକୁ ପରିବେଷଣ କରିବା ପାଇଁ ସେ ଯେଉଁ ଆତ୍ମବିଶ୍ୱାସ ପାଇଥିଲେ, ସେଥିପାଇଁ କୋରିଓଗ୍ରାଫର ବୈଭବୀ ମର୍ଚ୍ଚାଣ୍ଟ ଏବଂ ସମଗ୍ର ଟିମ୍‌କୁ ସେ ଶ୍ରେୟ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ସେଟ୍‌ରେ ଅନେକ ଲୋକଙ୍କ ସାମ୍ନାରେ ବୋଲ୍ଡ ପୋଷାକରେ ନୃତ୍ୟ କରିବା ତାଙ୍କ ପାଇଁ ପ୍ରାରମ୍ଭରେ ଏକ ଅସହଜ ଅନୁଭବ ହୋଇପାରିଥାନ୍ତା। କିନ୍ତୁ ସୁଟିଂ ସମୟରେ ସେ ବୁଝିପାରିଥିଲେ ଯେ ଜଣେ ଅଭିନେତାଙ୍କ ପାଇଁ ନିଜ ଚରିତ୍ରର ସତ୍ୟତା ଓ ସେହି ଚରିତ୍ର ମାଧ୍ୟମରେ କ’ଣ ପ୍ରକାଶ କରିବାକୁ ଚାହୁଁଛନ୍ତି, ତାହା ବୁଝିବା କେତେ ଗୁରୁତ୍ୱପୂର୍ଣ୍ଣ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିଆଙ୍କ କହିବା ମୁତାବକ, ସେଟ୍‌ରେ କେତେ ଲୋକ ଉପସ୍ଥିତ ଅଛନ୍ତି, ତାହା ପରେ ତାଙ୍କ ପାଇଁ ଆଉ ଗୁରୁତ୍ୱ ରଖିନଥିଲା। ତାଙ୍କ ସମ୍ପୂର୍ଣ୍ଣ ଧ୍ୟାନ ଥିଲା ନିଜ ଚରିତ୍ର ଏବଂ ଗୀତର ଭାବନା ଉପରେ। ଏହି ଅନୁଭବ ତାଙ୍କୁ ଭିତରୁ ଅଧିକ ଆତ୍ମବିଶ୍ୱାସୀ କରିଥିଲା ବୋଲି ସେ କହିଛନ୍ତି।  କ୍ୟାରିୟରର ପ୍ରାରମ୍ଭିକ ସମୟରେ ସେ ସାମ୍ନା କରିଥିବା ବିଭିନ୍ନ ଚ୍ୟାଲେଞ୍ଜ ଆଜି ତାଙ୍କୁ ଜଣେ ଭଲ କଳାକାର ଭାବେ ଗଢ଼ି ତୋଳିଛି। ଗତ ପ୍ରାୟ ୨୫ ବର୍ଷ ଧରି ନିଜ ଭିତରେ ଥିବା ଭୟ, ଦ୍ୱିଧା ଓ ଅନେକ ଆହ୍ୱାନକୁ ସାମ୍ନା କରି ସେ ଆଗକୁ ବଢ଼ିଛନ୍ତି।

ସେ କହିଛନ୍ତି ଯେ, ଜଣେ କଳାକାର ଭାବେ ଶିଖିବାର ପ୍ରକ୍ରିୟା କେବେ ଶେଷ ହୁଏନାହିଁ। ସମୟ ସହିତ ସେ ନିଜକୁ ଆହୁରି ଉନ୍ନତ କରିବା ସହ ଜଣେ ଭଲ ଅଭିନେତ୍ରୀ ହେବା ପାଇଁ ଶିଖିଚାଲିବେ ବୋଲି ଆଶା ରଖିଛନ୍ତି। ଏହି ଆଲୋଚନାରେ ଦିଆ ଆଜିର ସମୟର ସିନେମାରେ ବୋଲ୍ଡ ଦୃଶ୍ୟକୁ ନେଇ ମଧ୍ୟ ମତ ରଖିଛନ୍ତି। ତାଙ୍କ ମତରେ, ସମୟ ସହିତ ସିନେମାର ଚିନ୍ତାଧାରା ଓ ଚରିତ୍ର ଲେଖିବାର ଶୈଳୀରେ ଅନେକ ପରିବର୍ତ୍ତନ ଆସିଛି। ‘ତୁମସା ନହିଁ ଦେଖା’ରେ ତାଙ୍କ ଚରିତ୍ର ଓ ସେହି ସମୟର ପରିସ୍ଥିତି ତାଙ୍କୁ ଜୀବନ ଓ କଳା ପ୍ରତି ନୂଆ ଦୃଷ୍ଟିକୋଣ ଦେଇଥିଲା।

ହାଇଦ୍ରାବାଦର ଏକ ରକ୍ଷଣଶୀଳ ପରିବାରରୁ କାମ କରିବାକୁ ମୁମ୍ବାଇ ଆସିଥିବା ଦିଆଙ୍କ ମଧ୍ୟରେ ସେତେବେଳେ ଆତ୍ମବିଶ୍ୱାସର ଅଭାବ ଥିଲା। ହେଲେ ‘ମୁଝେ ତୁମସେ ମୋହବ୍ବତ୍ ହୈ’ ଗୀତର ସୁଟିଂ ପରେ ତାଙ୍କ ଚିନ୍ତାଧାରା ଓ ନିଜକୁ ଦେଖିବାର ଦୃଷ୍ଟିକୋଣ ବଦଳିଯାଇଥିଲା।

ଏକ ସମୟରେ ଯାହା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଚ୍ୟାଲେଞ୍ଜ ଥିଲା, ସେହି ଅନୁଭବ ହିଁ ପରବର୍ତ୍ତୀ ସମୟରେ ତାଙ୍କୁ ଭିତରୁ ଅଧିକ ସାହସୀ ଓ ଆତ୍ମବିଶ୍ୱାସୀ କରିଥିଲା। ତେଣୁ ଦିଆଙ୍କ ପାଇଁ ଏହି ଗୀତ କେବଳ ଏକ ଫିଲ୍ମୀ ଗୀତ ନୁହେଁ, ବରଂ ତାଙ୍କ ବ୍ୟକ୍ତିତ୍ୱ ଓ କଳାକାର ଜୀବନରେ ଏକ ବଡ଼ ପରିବର୍ତ୍ତନର ମୋଡ଼ ହୋଇ ରହିଛି।
Dia Mirza Makes Big Revelation About Emraan Hashmi Song Shoot | Argus News