Videos
|
Entertainment

Bollywood News / ୫୨ ବର୍ଷ ବୟସରେ ମହିମା ଚୌଧୁରୀ କଲେ ଦ୍ବିତୀୟ ବିବାହ? ଏହି ଆକ୍ଟରଙ୍କ ସହ ଆସିଲେ ନଜର

Ritu Das
Browse all articles by Ritu Das
·9 months ago·2 min read
୫୨ ବର୍ଷ ବୟସରେ ମହିମା ଚୌଧୁରୀ କଲେ ଦ୍ବିତୀୟ ବିବାହ? ଏହି ଆକ୍ଟରଙ୍କ ସହ ଆସିଲେ ନଜର

Key Points

ଭିଡିଓରେ, ମହିମା ଚୌଧୁରୀ ଏବଂ ସଞ୍ଜୟ ମିଶ୍ର ପରସ୍ପର ସହିତ ପ୍ରେମରେ କଥା ହେଉଥିବାର ଦେଖାଯାଉଛି। ହଠାତ୍ ବିବାହ ପୋଷାକରେ ସେମାନଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ମହିମା ଚୌଧୁରୀଙ୍କ ନାମ ଏବେ ସବୁ ଜାଗାରେ ଟର୍ଚ୍ଚାରେ । ଆଉ ତାହାର କାରଣ ହେଉଛି ତାଙ୍କର ନୂଆ ଭିଡିଓ । ଏବେ ଏବେ ସୋସିଆଲ ମିଡିଆରେ ଏକ କ୍ଲିପ୍ ଭାଇରାଲ ହୋଇଛି, ଯାହା ସୂଚାଇ ଦେଉଛି ଯେ ମହିମା ଚୌଧୁରୀ ୫୨ ବର୍ଷ ବୟସରେ ପୁନଃବିବାହ କରିଛନ୍ତି, କାରଣ ସେ ଏକ ବଧୂ ଲୁକରେ ବରିଷ୍ଠ ଅଭିନେତା ସଞ୍ଜୟ ମିଶ୍ରଙ୍କ ସହ ପୋଜ୍ ଦେଇଛନ୍ତି। ଭିଡିଓରେ ଆଉ ଏକ ଯୋଡ଼ି ମଧ୍ୟ ଦେଖାଯାଉଛନ୍ତି।

ଏହାସହ ପଢ଼ନ୍ତୁ: ନିର୍ବନ୍ଧ ଖବର କନଫର୍ମ କଲେ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା: "କହିଲେ ସମସ୍ତେ ଜାଣିଛନ୍ତି"

ତେବେ ଭିଡିଓରେ, ମହିମା ଚୌଧୁରୀ ଏବଂ ସଞ୍ଜୟ ମିଶ୍ର ପରସ୍ପର ସହିତ ପ୍ରେମରେ କଥା ହେଉଥିବାର ଦେଖାଯାଉଛି। ହଠାତ୍ ବିବାହ ପୋଷାକରେ ସେମାନଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମହିମା ଚୌଧୁରୀ ବନିଲେ ସଂଜୟ ମିଶ୍ରଙ୍କ ବଧୂ

ମହିମା ଚୌଧୁରୀ ପ୍ରକୃତରେ ଦ୍ୱିତୀୟ ବିବାହ କରିନାହାଁନ୍ତି, କିନ୍ତୁ ଏହି ଭିଡିଓ ତାଙ୍କର ଆଗାମୀ ଫିଲ୍ମ “ଦୁର୍ଲଭ ପ୍ରସାଦ କି ଦୁସରୀ ଶାଦୀ” ର ସଞ୍ଜୟ ମିଶ୍ରଙ୍କ ସହିତ। ପ୍ରମୋସନ ସମୟରେ, ମହିମା ଚୌଧୁରୀ ଏକ ଦୁଲ୍ହନ ଲୁକରେ ଦେଖାଦେଇଥିଲେ, ଯେତେବେଳେ ସଞ୍ଜୟ ମିଶ୍ର ବର ଅବତାରରେ ଦେଖାଦେଇଥିଲେ। ଫିଲ୍ମର ପ୍ରମୋସନରୁ ଅନେକ ଫଟୋ ଏବଂ ଭିଡିଓ ଧୀରେ ଧୀରେ ସାମ୍ନାକୁ ଆସୁଛି। ସଞ୍ଜୟ ଏବଂ ମହିମା ମଧ୍ୟ ପାପାରାଜିଙ୍କ ପାଇଁ ଏକାଠି ପୋଜ୍ ଦେଉଥିବାର ଦେଖାଯାଉଛି। ଏହି ଭିଡିଓ ଦେଖିବା ପରେ, ପ୍ରଶଂସକମାନେ ମନ୍ତବ୍ୟ ବିଭାଗରେ ସେମାନଙ୍କ ପ୍ରମୋସନ ଶୈଳୀର ପ୍ରଶଂସା କରୁଛନ୍ତି।

ଏହାସହ ପଢ଼ନ୍ତୁ: ଛାଡ଼ପତ୍ର ଖବରକୁ ନେଇ ବର୍ଷିଲେ ମାହି ବିଜ....କହିଲେ କାର୍ଯ୍ୟାନୁଷ୍ଠାନ ନେବି

"ଦୁର୍ଲଭ ପ୍ରସାଦ କି ଦୁସରୀ ଶାଦୀ"

ସୂଚନାଯୋଗ୍ୟ ଯେ ବଲିଉଡ୍ ଅଭିନେତ୍ରୀ ମହିମା ଚୌଧୁରୀ ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଫିଲ୍ମ “ଦୁର୍ଲଭ ପ୍ରସାଦ କି ଦୁସରୀ ଶାଦୀ” ର ପ୍ରମୋସନ୍ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ସଞ୍ଜୟ ମିଶ୍ର ଏବଂ ମହିମା ଚୌଧୁରୀଙ୍କ ଲୁକ୍ ଦେଖିବାକୁ ମିଳିଛି ଏବଂ ସେମାନଙ୍କ ଚରିତ୍ରଗୁଡ଼ିକୁ ମଧ୍ୟ ଖୁଲାସା କରାଯାଇଛି। ପୋଷ୍ଟରରେ ଜଣେ ପଚାଶ ବର୍ଷୀୟ ପୁରୁଷଙ୍କ ଦ୍ୱିତୀୟ ବିବାହ ପାଇଁ ଏକ ପ୍ରିଣ୍ଟ ଫର୍ମ ଦେଖାଯାଇଛି। ଅଭିନେତ୍ରୀ ଏହାର କ୍ୟାପସନ ଦେଇଛନ୍ତି, “ବଧୂ ମିଳିଗଲା, ଏବେ ପ୍ରସ୍ତୁତ ହୁଅ କାରଣ ବରଯାତ୍ରୀ ବାହାରିବାକୁ ରେଡ୍ଡି… ଆପଣଙ୍କ ନିକଟବର୍ତ୍ତୀ ଥିଏଟରରୁ ।” ଫିଲ୍ମରେ ବ୍ୟୋମ ଏବଂ ପଲକ ଲାଲୱାନୀ ମଧ୍ୟ ଅଭିନୟ କରିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mahima Chaudhry’s Second Marriage at 52? Seen With Actor | Argus News