Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଜେଠାଲାଲ ଚରିତ୍ରରେ ନଜର ଆସୁଥିବା ଦିଲ୍ଲୀପ ଯୋଶୀ ଏବେ ଶୋ’ ଛାଡିପାରନ୍ତି !

Rashmita Mishra
Browse all articles by Rashmita Mishra
·1 year ago·2 min read
ଜେଠାଲାଲ ଚରିତ୍ରରେ ନଜର ଆସୁଥିବା ଦିଲ୍ଲୀପ ଯୋଶୀ ଏବେ ଶୋ’ ଛାଡିପାରନ୍ତି !

ଅର୍ଗସ ବ୍ୟୁରୋ: ବହୁ ଲୋକପ୍ରିୟ ଟିଭି ଶୋ’ ‘ତାରକ ମେହତା କା ଉଲଟା ଚଷମା’ରେ ଜେଠାଲାଲ ଚରିତ୍ରରେ ନଜର ଆସୁଥିବା ଦିଲ୍ଲୀପ ଯୋଶୀ ଏବେ ଶୋ’ ଛାଡିପାରନ୍ତି । ଆଉ ଜେଠାଲାଲ୍ ଭୂମିକା ନିଭାଇବେ ନାହିଁ ବୋଲି କାଳେ ସିଧା ସିଧା କହିଦେଇଛନ୍ତି ଦିଲ୍ଲୀପ ।

ତେବେ ପ୍ରକୃତରେ ଏହି ଶୋ’ ଯେ କେବଳ ତା’ର କମେଡି ଏବଂ ଏଥିରେ ଥିବା ଚରିତ୍ରର ନିଚ୍ଛକ ଚିତ୍ର ପାଇଁ ଚର୍ଚ୍ଚାରେ ରହିଥାଏ, ତାହା ନୁହେଁ ବିଭିନ୍ନ ସମୟରେ ଶୋ’ର ପ୍ରୋଯୋଜକ ଏବଂ ଅଭିନେତାଙ୍କ ଭିତରେ ତୁତୁମେମେ ପରିସ୍ଥିତି ମଧ୍ୟ ଏହାକୁ ଲାଇମ୍ ଲାଇଟକୁ ଆଣିଥାଏ । ଆଉ ଏହାକୁ ନେଇ ପୂର୍ବରୁ ପଲକ ସିଦ୍ଧଓ୍ବାନି(ସୋନୁ ଭିଡେ ଚରିତ୍ର), ଜେନିଫର ମିସ୍ତ୍ରୀ(ରୋସନ ଧରୁଓ୍ବାଲା କୋର୍ ଚରିତ୍ର) ଏବଂ ମୋନିକା ଭଦୋରିଆ (ବାଓ୍ବରି)ଙ୍କ ସହ ବିବାଦ ସମ୍ନାକୁ ଆସିଥିବା ବେଳେ ସେମାନେ ଶୋ’ ଛାଡିବା ସହିତ ପ୍ରଯୋଜକ ଅସିତ୍ ମୋଦିଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଲଗାଇଥିଲେ ।

ଆଉ ଏବେ ପୁଣି ଟିଏମକେଓସିକୁ ନେଇ ଚିନ୍ତାରେ ଫ୍ୟାନ୍ସ । କାରଣ ସେମାନଙ୍କର ବହୁ ପସନ୍ଦିତା ଅଭିନେତା ଦିଲ୍ଲୀପ ଯୋଶୀ, ଯିଏକି ଚର୍ଚ୍ଚିତ ଜେଠାଲାଲ୍ ଚରିତ୍ରରେ ନଜର ଆସନ୍ତି, ସେ ଏବେ ଶୋ’ ଛାଡିବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । କାରଣ କୁହାଯାଉଛି, ପ୍ରଯୋଜକ ଅସିତ୍ ମୋଦିଙ୍କ ସହିତ ଦିଲ୍ଲୀପ ଯୋଶୀଙ୍କର ପ୍ରବଳ ଝଗଡା ହୋଇଯାଇଛି । କଥା ହାତାହାତି ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା ।

ତେବେ ଦିଲ୍ଲୀପ ଯୋଶୀ କିଛି ସମୟ ପାଇଁ ଶୋ’ରୁ ଛୁଟି ଚାହୁଁଥିବା ବେଳେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ପ୍ରଯୋଜକ ଅସିତ୍ ମୋଦି । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଦିଲ୍ଲୀପ ଅସିତଙ୍କୁ ଭେଟିବା ପାଇଁ ଅପେକ୍ଷା କରିଥିବା ବେଳେ ସେ ଅନ୍ୟ କାହାକୁ ଭେଟିବାକୁ ଚାଲିଯିବାରୁ, ଦିଲ୍ଲୀପ ସେଥିରେ ରାଗିଯାଇ ଅସିତଙ୍କ ସହ ଝଗଡା କରିବା ସହିତ ତାଙ୍କ କଲର ଧରିବା ସହ ଶୋ’ ଛାଡିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ହେଲେ ପରେ ପ୍ରଯୋଜକ ଅସିତ୍ ତାଙ୍କୁ ମନେଇବା ପରେ ମାମଲା ସେଠି ହିଁ ଥମିଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଅସିତ୍ ଏବଂ ଦିଲ୍ଲୀପଙ୍କ ମଧ୍ୟରେ ଏହା ନୂଆ ନୁହେଁ, ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଅନେକ ଥର କଥା କଟାକଟି ଦେଖିବାକୁ ମିଳିଛି । ହେଲେ ପରସ୍ପର ମଧ୍ୟରେ ଆପସ ବୁଝାମଣାରେ ପୁଣି ସ୍ଥିତି ପୂର୍ବଭଳି ହୋଇଥାଏ । ପାଖାପାଖି ୧୬ ବର୍ଷ ହେବ ଜେଠାଲାଲ୍ ଚରିତ୍ରରେ ଦର୍ଶକଙ୍କ ଖୁବ୍ ମନରୋଞ୍ଜନ କରୁଛନ୍ତି ଦିଲ୍ଲୀପ ଯୋଶୀ ।

୨୦୦୮ରେ ଆରମ୍ଭ ହୋଇଥିବା ଏହି ଲୋକପ୍ରିୟ କମେଡି ଶୋ’ ‘ତାରକ ମେହତା କା ଉଲଟା ଚଷମା’, ଦେଶର ସବୁଠୁ ଲମ୍ବା ସମୟ ଧରି ଚାଲିଥିବା ଏକ ଶୋ’ । ଯାହା ଚଳିତ ବର୍ଷ ଫେବୃଆରୀରେ ତାର ୪ହଜାର ଏପିଶୋଡ୍ ପୂରଣ କରିଛି । ଅନେକ ବାଦବିବାଦ ଭିତରେ ମଧ୍ୟ ଆଜି ବି ଏହି ଶୋ’ ଲୋକଙ୍କ ମନମୋହୁଛି ।

 

 

Sponsored
Dilip Joshi, who is seen in the character of Jethalal, may now leave the show! | Argus News