Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Priyanka Chopra / ଡାଇରେକ୍ଟର କଲେ ବଡ ଖୁଲାସା , ପ୍ରେମରେ ବିଫଳ ହେବାପରେ ବଲିଉଡ ଛାଡିଥିଲେ ପ୍ରିୟଙ୍କା

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
ଡାଇରେକ୍ଟର କଲେ ବଡ ଖୁଲାସା , ପ୍ରେମରେ ବିଫଳ ହେବାପରେ ବଲିଉଡ ଛାଡିଥିଲେ ପ୍ରିୟଙ୍କା

Key Points

ଡାଇରେକ୍ଟର କଲେ ବଡ ଖୁଲାସା
ପ୍ରିୟଙ୍କା ଥିଲେ ସୁପରଷ୍ଟାରଙ୍କ ପ୍ରେମରେ
ରିଲେସନସିପ୍‌କୁ ନେଇ ଥିଲେ ଖୁବ ସିରିୟସ୍
ଆଉ ଏହାପରେ ଛାଡିଦେଇଥିଲେ ବଲିଉଡ ଇଣ୍ଡଷ୍ଟ୍ରୀ

ଭାରତରେ ବିଜ୍ଞାପନର ବାଦଶାହ କୁହାଯାଉଥିବା ପ୍ରହଲ୍ଲାଦ କକ୍କଡଙ୍କ ଏବେ ଚର୍ଚ୍ଚାରେ । ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପୂର୍ବର ସମ୍ପର୍କ ତଥା ବଲିଉଡ ଛାଡିବାର କାରଣକୁ ନେଇ କରିଛନ୍ତି ବଡ ଖୁଲାସା ।


ବଲିଉଡରେ ପ୍ରିୟଙ୍କାଙ୍କ କାମକୁ ନେଇ ଯେତିକି ଚର୍ଚ୍ଚା ହୁଏ, ଗୋଟେ ସମୟରେ ତାଙ୍କର ସିକ୍ରେଟ ରିଲେସନସିପକୁ ନେଇ ମଧ୍ୟ ଖୁବ ଚର୍ଚ୍ଚା ହେଉଥିଲା । ହେଲେ ଏହି ଚର୍ଚ୍ଚାରେ ଚୁପ ରହୁଥିଲେ ପ୍ରିୟଙ୍କା। ଡାଇରେକ୍ଟର ପ୍ରହ୍ଲାଦ କହିଛନ୍ତି, ପ୍ରିୟଙ୍କା ଖୁବ ଭଲ ଝିଅଥିଲେ । ତାଙ୍କ ସହ କାମ କରିବାକୁ ବି ଖୁବ ଭଲ ଲାଗୁଥିଲା। ସେ ଖୁବ ଆମ୍ବିସିୟସ ଏବଂ କାମ ପ୍ରତି ଫୋକସ୍ଡ ଥିଲେ । ଆଉ ନିଜର ଏହି ଗାରିମାକୁ ସେ ସବୁବେଳେ ବଜାୟ ରଖୁଥିଲେ । ହେଲେ ଗୋଟେ ସମୟରେ ସେ ଏକ ସିରିୟସ ରିଲେସନସିପ୍‌ରେ ଥିଲେ । ତାଙ୍କ ନାଁ ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ସହ ଯୋଡା ଯାଉଥିଲା । ହେଲେ ପ୍ରହ୍ଲାଦ ନାଁ ନନେଇ ଏପରି କିଛି ହିଣ୍ଟ୍ସ ଦେଇଥିଲେ ।

୨୦୦୬ ରେ ଡନ ମୁଭିରେ ପ୍ରଥମଥର ହିଟ୍‌ ଯୋଡି ଭାବେ ନାଁ କରିବା ପରେ ଉଭୟଙ୍କ ମଧ୍ୟରେ ଚାଲିଥିଲା ସିକ୍ରେଟ ଆଫୟାର୍ସ । ପରେ ୨୦୧୧ ଡନ ୨ ରେ ମଧ୍ୟ ଦୁହେଁ ନଜର ଆସିଥିଲେ । ହେଲେ ପ୍ରିୟଙ୍କ ଗମ୍ଭୀର ସ୍ଵଭାବର ଝିଅ ଥିଲେ । ସେଥିପାଇଁ ବଲିଉଡ ଇଣ୍ଡଷ୍ଟ୍ରୀରେ ଅନେକ ସମୟରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ କେବେ ଏ ସମ୍ପର୍କରେ ମୁହଁ ଖୋଲି ନଥିଲା ପ୍ରିୟଙ୍କା । ନିଜର ପର୍ସନାଲ ଲାଇଫ ସମ୍ପର୍କରେ ସେ କେବେ ବି କୌଣସି ସ୍ଥାନରେ କିଛି କହୁନଥିଲେ ।

ପ୍ରହହ୍ଲାଦ କହିଛନ୍ତି, ପ୍ରିୟଙ୍କା ଏହି ସମ୍ପର୍କକୁ ନେଇ ଖୁବ ସିରିୟସ ଥିଲେ, ସେଥିପାଇଁ ବୋଧେ ମୁହଁ ଖୋଲୁ ନଥିଲା ପ୍ରିୟଙ୍କା । ବଲିଉଡରେ ଲଗାତାର ଫିଲ୍ମରେ କାମ କରିବା ପାଇଁ ସେ ଖୁବ ପରିଶ୍ରମ କରିଥିଲେ । ଆଉ ସେହି ସମୟରେ ତାଙ୍କ ରଙ୍ଗକୁ ନେଇ ଦର୍ଶକଙ୍କ ଠାରୁ ତାଙ୍କୁ ଖୁବ ତାନା ମଧ୍ୟ ଶୁଣିବାକୁ ମିଳୁଥିଲା ।

ହେଲେ ଗୋଟେ ସମୟରେ ବଲିଉଡ ନିଷ୍ପତ୍ତି ନେଇଥିଲା ପ୍ରିୟଙ୍କାଙ୍କୁ ମୁଖ୍ୟ ରୋଲ ଦେବାପାଇଁ । କାରଣ ପ୍ରିୟଙ୍କା ଅନ୍ୟ ୟଙ୍ଗ ଆକ୍ଟ୍ରେସ୍‌ଙ୍କ ମଧ୍ୟରେ ଟିକେ ବୟସାଧିକ ଲାଗୁଥିବା ଚର୍ଚ୍ଚା ହେଉଥିଲା । ଏହାପରେ ପ୍ରିୟଙ୍କା ବଲିଉଡ ଛାଡି ହଲିଉଡରେ ପାଦ ଦେଇଥିଲେ । ଆଉ ସଫଳ ମଧ୍ୟ ହୋଇଥିଲେ। ବଲିଉଡର ଖୁବ କମ କଳାକାର ଯେଉଁମାନେ ହଲିଉଡରେ ସଫଳ ହୋଇଥିବା କହିଛନ୍ତି ପ୍ରହହ୍ଲାଦ କକ୍କର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
Director Prahlad Kakkar big revelation about Priyanka Chopra | Argus News