ପରିତ୍ୟକ୍ତ ଘରୁ ଦିଶାଙ୍କ ଭଉଣୀ ଖୁସ୍ବୁ ପଟାନୀ ଉଦ୍ଧାର କଲେ ଶିଶୁକନ୍ୟା

କନ୍ୟା ରତ୍ନ କର ଯତ୍ନ। କେବଳ ସ୍ଲୋଗାନରେ ସୀମିତ। କିନ୍ତୁ ଲୋକ କେବେବି ଏହାକୁ ପାଳନ କରି ନାହାନ୍ତି। ଛୁଆ ଟିଏ ପାଇବାକୁ ଜଣେ ମା' କେତେ ଯେ ଓଷା ବ୍ରତ କରିଥାଏ ତାହା କେବଳ ସେ ମା' ହିଁ ଜାଣିଛି। କାହାକୁ ଛୁଆ ମିଳୁଛି ତ ଆଉ କାହା ଭାଗ୍ୟରେ ଛୁଆ ଥାଇ ମଧ୍ୟ ସିଏ ସେହି ଛୁଆକୁ ଅଦରକାରୀ ଭାବେ ଫୋପାଡ଼ି ଦେଇ ଚାଲିଯାଉଛି। ଏକ ପରିତ୍ୟକ୍ତା ଶିଶୁ କନ୍ୟାକୁ ଉଦ୍ଧାର କରି ଆପଣେଇଛନ୍ତି ଦିଶା ପଟାନୀଙ୍କ ଭଉଣୀ ଖୁସ୍ବୁ ପଟାନୀ। ସେ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରି ପିଲାଟିର ଭବିଷ୍ୟତକୁ ସେ ସୁରକ୍ଷିତ କରିବେ ବୋଲି ନିଶ୍ଚିତ କରିଛନ୍ତି। ସେ ବରେଲିରେ ତାଙ୍କ ଘର ପଛପଟେ ଥିବା ଏକ ଛୋଟ ଝିଅକୁ ଉଦ୍ଧାର କରୁଥିବାର ଦେଖାଯାଉଛି।
ପୂର୍ବତନ ଭାରତୀୟ ସେନା ଅଧିକାରୀ ଖୁସବୁ ପ୍ରଥମେ ଶିଶୁଟିକୁ ଭୂଇଁରେ ପଡ଼ିଥିବାର ଦେଖି ସାନ୍ତ୍ୱନା ଦେବାକୁ ଚେଷ୍ଟା କରିଥିଲେ ଏବଂ ତା’ପରେ ତାଙ୍କୁ ବାହାରକୁ ନେଇଯାଇଥିଲେ। ଖୁସବୁ ଭିଡିଓରେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ କେହି ଜଣେ ଛୋଟ ଝିଅଟିକୁ ତାଙ୍କ ଘର ପଛପଟେ କିଏ ଛାଡିଦେଇଛି ଏବଂ ସେ ସେଠାରେ ମାଟିରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ପୋଷ୍ଟର କ୍ୟାପସନରେ ତାଙ୍କ ଫଲୋର୍ସଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ଝିଅଟି ପାଇଁ ଏକ ଭଲ ଲାଳନପାଳନ ଏବଂ ଏକ ଉପଯୁକ୍ତ ପରିବେଶ ଯୋଗାଇ ଦେବେ। ଭିଡିଓରେ ଜଣେ ପୋଲିସ ଅଧିକାରୀ ଏହି ଘଟଣାର ଅଧିକ ତଦନ୍ତ ପାଇଁ ପିଲାଟିକୁ ନେଇଯାଉଥିବା ମଧ୍ୟ ଦେଖାଯାଇଛି।
📱 Get Argus News App
✨ଶିଶୁଟିକୁ ପାଇବା ପରେ, ସେ ତୁରନ୍ତ ଶିଶୁଟିକୁ ଘରକୁ ନେଇଗଲେ ଏବଂ ପ୍ରାଥମିକ ଚିକିତ୍ସା କଲେ। ଏହାପରେ ପରିବାର ଲୋକେ ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ। ପରେ ଶିଶୁଟିକୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସା ଚାଲିଛି ବୋଲି ପୋଲିସ କହିଛି। ତାଙ୍କ ପୋଷ୍ଟର କ୍ୟାପସନରେ, ଖୁସବୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ କର୍ତ୍ତୃପକ୍ଷମାନଙ୍କୁ ଟ୍ୟାଗ୍ କରି ସମସ୍ତଙ୍କୁ ଝିଅ ପିଲାଙ୍କ ପ୍ରତି ନଜର ରଖିବାକୁ ଅନୁରୋଧ କରିଛନ୍ତି। ଖୁସବୁ ଶିଶୁକନ୍ୟାଙ୍କୁ ଉଦ୍ଧାର କରି ତାଙ୍କ ନାଁ ରଖିଛନ୍ତି ରାଧା।