Videos
|
Entertainment

ଖୁସି ଖବର ଦେଲେ ପିସି, ଖୁବଶୀଘ୍ର...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଖୁସି ଖବର ଦେଲେ ପିସି, ଖୁବଶୀଘ୍ର...

ଅର୍ଗସ ବ୍ୟୁରୋ:  ଖୁସି ଖବର ଦେଲେ ଦେଶୀ ଗର୍ଲ। କମ୍‌ବ୍ୟାକ୍ କରିବେ ପିସି। ଏଖବର ପରେ ପିସିଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଖୁସି ଦ୍ୱିଗୁଣିତ ବଢ଼ିଯାଇଛି। ଭାରତୀୟ ଫିଲ୍ମରେ ଗ୍ଲୋବାଲ୍ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ କମବ୍ୟାକ୍ ପାଇଁ ତାଙ୍କ ଫ୍ୟାନ୍ସ ଅନେଇ ବସିଛନ୍ତି। ଖୁବ୍‌ଶୀଘ୍ର ଏହି ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଏସ୍‌ଏସ୍ ରାଜମୌଲୀଙ୍କ ୧୦୦୦ କୋଟି ବଜେଟର ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବେ।


ମହେଶ ବାବୁଙ୍କ ସହ କରିବେ ଅଭିନୟ। ଏହା ପୂର୍ବରୁ ରଣବୀର ସିଂଙ୍କ ଅଭିନୀତ ଡନ୍ ୩ରେ ଆସିପାରନ୍ତି ନଜର। ଯାହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ। ତେବେ ଏହି ଖବର କେତେ ସତ କେତେ ଗୁଜବ ତାହା ଜଣାପଡ଼ି ନାହିଁ । ରାଜମୌଲୀଙ୍କ ଜଙ୍ଗଲ ଆଡଭେନଚର ଉପରେ ନିର୍ମିତ ଫିଲ୍ମରେ ପ୍ରିୟଙ୍କା ଅଭିନୟ କରିବେ ବୋଲି ହଁ ମାରିଛନ୍ତି । ତେବେ ଡନ ୩ରେ ସେ ଅଭିନୟ କରିବେ କି ନାହିଁ ତାହା ମେକର୍ସ କନଫର୍ମ କରିନାହାଁନ୍ତି। ଯଦି ଡନ୍ ୩ରେ ପ୍ରିୟଙ୍କା ଅଭିନୟ କରନ୍ତି ତେବେ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶାହାରୁଖ ପ୍ରଥମ ୨ଟି ସଂସ୍କରଣରେ ଅଭିନୟ କରିଥିବା ବେଳେ ଏଥର ରଣବୀରଙ୍କୁ ଏହି ଭୂମିକା ପାଇଁ ବଛା ଯାଇଛି। ରଣବୀରଙ୍କ ସହ କିୟାରା ଆଡଭାନୀଙ୍କୁ ମୂଖ୍ୟ ଭୂମିକାରେ ଦେଖିବାକୁ ମିଳିବ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: