Videos
|
Entertainment

ED Raid / ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଘରେ ED ରେଡ୍

Rashmita Mishra
Browse all articles by Rashmita Mishra
·7 months ago·2 min read
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଘରେ ED ରେଡ୍
ED Raid

Key Points

ଶିଳ୍ପା ସେଟ୍ଟୀଙ୍କ ଘର ଏବଂ ତାଙ୍କ ସହ ଜଡିତ ଅନ୍ୟାନ୍ୟ ସ୍ଥାନରେ ଆୟକର ବିଭାଗ କାଗଜପତ୍ର ଯାଞ୍ଚ କରୁଛି। 

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ଏହି ଚଢାଉ ମୁମ୍ବାଇର ରେଷ୍ଟୁରାଣ୍ଟ, ବାଷ୍ଟିଆନ୍ ସହିତ ଜଡିତ ଆର୍ଥିକ କାରବାର ଏବଂ ଟିକସ ଅନିୟମିତତାର ଯୋଗୁଁ ତଦନ୍ତ ଆରମ୍ଭ ହୋଇଛି । ରିପୋର୍ଟ ଅନୁସାରେ, ବିଭିନ୍ନ ଆୟକର ବିଭାଗ ଦଳ ଶିଳ୍ପାଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ କାଗଜପତ୍ର ଯାଞ୍ଚ କରୁଛନ୍ତି ।

ସୂଚନାନୁଯାୟୀ ଶିଳ୍ପା ସେଟ୍ଟୀଙ୍କ ଘର ଏବଂ ତାଙ୍କ ସହ ଜଡିତ ଅନ୍ୟାନ୍ୟ ସ୍ଥାନରେ ଆୟକର ବିଭାଗ କାଗଜପତ୍ର ଯାଞ୍ଚ କରୁଛି। ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ମଧ୍ୟ ଚଢାଉ କରାଯାଇଛି । ଶିଳ୍ପାଙ୍କ ରେଷ୍ଟୁରାଣ୍ଟ ଏବଂ ଏହା ସହ ଜଡିତ କମ୍ପାନୀଗୁଡ଼ିକର ଆର୍ଥିକ ରେକର୍ଡ ଯାଞ୍ଚ କରାଯାଉଛି ।
ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରା ପୂର୍ବରୁ ୬୦ କୋଟି ଟଙ୍କା ଠକେଇ ମାମଲାରେ ଫସିଥିଲେ। ଡିସେମ୍ବର ୧୭, ୨୦୨୫ରେ ଆୟକର ବିଭାଗ ମୁମ୍ବାଇର ଦାଦରରେ ଥିବା ସେମାନଙ୍କ ବାଷ୍ଟିଆନ୍ ରେଷ୍ଟୁରାଣ୍ଟରେ ଚଢାଉ କରିଥିଲା । ଏହି ସମୟରେ, ଶିଳ୍ପା ଏକ ନୂତନ ରେଷ୍ଟୁରାଣ୍ଟ ଖୋଲିବାର ଘୋଷଣା କରିଥିଲେ । ଅଭିନେତ୍ରୀଙ୍କ ନୂତନ ରେଷ୍ଟୁରାଣ୍ଟର ନାମ ଆମ୍ମାକାଇ ।

ଶିଳ୍ପା ସେଟ୍ଟୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ତାଙ୍କର ନୂଆ ରେଷ୍ଟୁରାଣ୍ଟ ଖୋଲିବାକୁ ନେଇ ଘୋଷଣା କରିଥିଲେ । ଅଭିନେତ୍ରୀ ଏହାର କ୍ୟାପସନରେ ଲେଖିଥିଲେ ଦ୍ୱାର ଖୋଲିବାକୁ ପ୍ରସ୍ତୁତ, ରୋଷେଇ ଘର ପ୍ରସ୍ତୁତ ଏବଂ ଆମ୍ମା ଆନୁଷ୍ଠାନିକ ଭାବରେ ହଁ କହିଛନ୍ତି । ଡିସେମ୍ବର ୧୯ ତାରିଖ ସକାଳ ୧୧ ଟାରୁ ୧ ଟା ପର୍ଯ୍ୟନ୍ତ ଖୋଲା ରହିବ ଏହି ସମୟ ଭିତରେ ଆସନ୍ତୁ କୌଣସି ଅସୁବିଧା ନାହିଁ ।

ଶିଳ୍ପା ଶେଟ୍ଟୀଙ୍କ ରେଷ୍ଟୁରାଣ୍ଟ, ବାଷ୍ଟିଅନ୍ ଗାର୍ଡେନ୍ ସିଟି ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଖୋଲା ରହିବା ପାଇଁ ଏକ ମାମଲା ରୁଜୁ କରାଯାଇଥିଲା। ଏହି ପବ୍ ବ୍ୟବସାୟୀ ରଞ୍ଜିତ ବିନ୍ଦ୍ରାଙ୍କ ବାଷ୍ଟିଅନ୍ ହସପିଟାଲିଟି ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ଯେଉଁଥିରେ ଶିଳ୍ପା ଶେଟ୍ଟୀଙ୍କର ୫୦ ପ୍ରତିଶତ ଅଂଶଧନ ଅଛି। ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ, ଶିଳ୍ପା ଶେଟ୍ଟୀ ତାଙ୍କ ରେଷ୍ଟୁରାଣ୍ଟ ବିରୁଦ୍ଧରେ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ, ‘ଆମେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିଛୁ ଏବଂ ଆମେ ବିଶ୍ୱାସ କରୁଛୁ ଯେ, ନ୍ୟାୟ ମିଳିବ। ମାମଲା ଏପର୍ଯ୍ୟନ୍ତ କୋର୍ଟରେ ଥିବାରୁ ଆମେ ଗଣମାଧ୍ୟମକୁ ଧର୍ଯ୍ୟ ରଖିବାକୁ ଅନୁରୋଧ କରୁଛୁ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ED Raid | ED Raid at Bollywood Actress Shilpa Shetty and Businessman Raj Kundra’s Residence | Argus News