Videos
|
Entertainment

ମନି ଲଣ୍ଡରିଂ ମାମଲାରେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ED ସମନ

Ritu Das
Browse all articles by Ritu Das
·1 year ago·1 min read
ମନି ଲଣ୍ଡରିଂ ମାମଲାରେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ED ସମନ

ଦକ୍ଷିଣ ସୁପରଷ୍ଟାର ମହେଶ ବାବୁଙ୍କ ସହିତ ଜଡିତ ବଡ଼ ଖବର ଆସୁଛି। ମହେଶ ବାବୁଙ୍କୁ ଇଡି (ED) ଦ୍ୱାରା ସମନ ଜାରି କରାଯାଇଛି। ହଁ, ଅଭିନେତାଙ୍କୁ 27 ଏପ୍ରିଲରେ ହାଇଦ୍ରାବାଦ ଇଡି କାର୍ୟାଳୟରେ ହାଜର ହେବା ପାଇଁ ସମନ କରାଯାଇଛି। ଖବରଟି ଜଣାପଡ଼ିବାପରେ ଅଭିନେତାଙ୍କର ଫ୍ୟାନ୍ସମାନେ ଚିନ୍ତିତ ହୋଇ ପଡିଛନ୍ତି।


ବାସ୍ତବରେ, ପ୍ରବେଶନ ନିର୍ଦ୍ଦେଶାଳୟ (ଇଡି) ହାଇଦ୍ରାବାଦ ଭିତରେ ଥିବା ରିଆଲ୍ ଇଷ୍ଟେଟ୍ ଫାର୍ମ ସାଇ ସୁର୍ୟା ଡେଭେଲପର୍ସ ଏବଂ ସୁରାଣା ଗ୍ରୁପ ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ମହେଶଙ୍କୁ ୨୭ ଏପ୍ରିଲରେ ପଚରାଉଚରା ପାଇଁ ଡକାଯାଇଛି। ସୂଚନା ଅନୁସାରେ, ମହେଶ ବାବୁ ଏହି ରିୟଲ ଏଷ୍ଟେଟର ପ୍ରୋଜେକ୍ଟଗୁଡିକର ପ୍ରଚାର କରିଥିବା ଅଭିଯୋଗ ରହିଛି। ମହେଶ ବାବୁ ହାଇଦ୍ରାବାଦର 2ଟି ରିୟଲଷ୍ଟେଟ କମ୍ପାନୀ ଠାରୁ 5.9 କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଏହା ମଧ୍ୟରୁ 3.4 କୋଟି ଟଙ୍କା ଚେକରେ ପେମେଣ୍ଟ ହୋଇଛି । ୨.୫ କୋଟି ଟଙ୍କା କ୍ୟାସରେ ପେମେଣ୍ଟ ହୋଇଥିବା ଜଣାପଡିଛି । ଇଡି ସନ୍ଦେହ କରୁଛି ମହେଶ ବାବୁ ୟେଉଁ ଟଙ୍କା ନେଇଛନ୍ତି ତାହା ମନି ଲଣ୍ଡରିଂରେ ଆସିଛି । ଯାହାର ତଦନ୍ତ ଆରମ୍ଭ ହୋଇଛି । ଦୁଇ ରିୟଲିଷ୍ଟେଟର ନିର୍ଦ୍ଦେଶକ ଓ ପ୍ରୋପାଇଟରଙ୍କ ନାଁରେ ଏଫଆଇଆର କରିଛି ତେଲେଙ୍ଗାନା ପୋଲିସ । ଏହି ଏଫଆଇଆରକୁ ଆଧାର କରି ଇଡି ତଦନ୍ତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ed-summons-south-superstar-mahesh-babu-in-money-laundering-case | Argus News