Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଏକାଠି ହେଲେ ଗୀତ-ଆଦିତ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଏକାଠି ହେଲେ ଗୀତ-ଆଦିତ୍ୟ

ଏକାଠି ହେଲେ ଶାହିଦ-କରିନା। ଏହି ଯୋଡିକୁ ଦେଖି ଫ୍ୟାନ୍ସ ବି ଭାରି ଖୁସି। ଅନେକ ଦିନର ମନମାନି ପରେ ପୁଣି ଥରେ ଏହି ଯୋଡି ଏକାଠି ହୋଇଛନ୍ତି। କରିନା ଶାହିଦଙ୍କୁ ହଗ କରିବା ସହ ଅନେକ କଥା ହେଉଥିବା ଦେଖିବାକୁ ମିଳିଥିଲା। ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ିଙ୍କ ମଧ୍ୟରେ ପରିଗଣିତ ହେଉଥିଲେ ଅଭିନେତ୍ରୀ କରିନା କପୁର-ଶାହିଦ କପୁର। ଉଭୟେ ବିବାହ କରିବେ ବୋଲି କୁହାଯାଉଥିଲା। ହେଲେ କରିନା ବ୍ରେକ୍‌ଅପ୍‌ କରିନେଇ ସୈଫ ଅଲ୍ଲୀ ଖାନ୍‌ଙ୍କ ହାତ ଧରିଥିଲେ। ଏମିତିରେ ଶାହିଦ ମଧ୍ୟ ପରିବାରଲୋକଙ୍କ ଇଚ୍ଛାରେ ମୀରା ରାଜପୁତଙ୍କୁ ବିବାହ କରିଥିଲେ। ସେବେଠାରୁ କରିନା-ଶାହିଦଙ୍କ ବାଟ ଅଲଗା କରିନେଇଥିଲେ।

ଏବେ କିନ୍ତୁ ଗୋଟିଏ ମଞ୍ଚରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି। ଗୁଜରାଟରେ ଆୟୋଜିତ ଆଇଫା ୨୦୨୫ର ଖବରଦାତା ସମ୍ମିଳନୀରେ ବଲିଉଡ୍‌ର ନାମୀଦାମୀ କଳାକାର ସାମିଲ ହୋଇଥିଲେ। ଏହି ଅବସରରେ ଶାହିଦ-କରିନା ନଜର ଆସିଥିଲେ। ଏହି କାର୍ଯ୍ୟକ୍ରମରେ କରନ୍‌ ଜୋହର, କୃତି ସେନନ୍‌, କାର୍ତ୍ତିକ ଆର୍ୟନ, ମାଧୁରୀ ଦୀକ୍ଷିତ, ଶାହିଦ କପୁର, କରିନା କପୁରଙ୍କ ସମେତ ଅନେକ କଳାକାର ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ହେଲେ ଏହି ଭେଟ ପ୍ରଶଂସକଙ୍କ ଲାଗି ସ୍ମରଣୀୟ ଥିଲା। କାରଣ ଶାହିଦଙ୍କୁ ଦେଖିବା ମାତ୍ରେ କରିନା କୁଣ୍ଢାଇ ପକାଇଥିଲେ। କିଛି ସମୟ ଧରି ଦୁହେଁ କଥା ହେଉଥିବା ଦେଖାଯାଇଥିଲା। ଏହି ଦୁହିଁଙ୍କୁ ଦେଖି ଫ୍ୟାନ୍ସ ଖୁବ ଖୁସି ଥିବାବେଳେ, ଯୋଡିକୁ ଦେଖିବାକୁ ଚାହୁଁଛନ୍ତି। ଦୁହେଁ କେବେ ଏକାଠି ଗୋଟେ ଫିଲ୍ମ କରିବେ ତାକୁ ଅପେକ୍ଷା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
exes-shahid-and-kareena-kapoor-share-a-quick-hug-at-an-event-fans-ask-jab-we-met-2-when | Argus News