୫୧ ବର୍ଷରେ ପିତା ହେବେ ଫରହାନ ଅଖତର
·1 year ago·1 min read

ବଲିଉଡରେ ଏକ ଖୁସି ଖବର ଶୁଣିବାକୁ ମିଳୁଛି। ପିତା ହେବାକୁ ଯାଉଛନ୍ତି ଫରହାନ ଅଖତାର। ଫିଲ୍ମ ନିର୍ମାତା ଫରହାନ ଅଖତାର ଜାନୁୟାରୀ ୯ ତାରିଖରେ ନିଜର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଫରହାନଙ୍କୁ ନେଇ ଏକ ବଡ଼ ଖବର ସୋସିଆଲ ମିଡିଆରେ ଶୁଣିବାକୁ ମିଳୁଛି। ଶୁଣାଯାଉଛି ଯେ, ଫରହାନ ଅଖତାର ଏବଂ ଶିବାନୀ ଦାଣ୍ଡେକର ନିଜର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି। ବିବାହର ଦୁଇବର୍ଷ ପରେ ଉଭୟ ଦମ୍ପତି ପିତାମାତା ହେବାକୁ ଯାଉଛନ୍ତି।
ତେବେ ଉଭୟ ଦମ୍ପତି ଏନେଇ କୌଣସି ଅଫିସିଆଲ କନଫର୍ମେଶନ ଦେଇ ନାହାନ୍ତି। କିନ୍ତୁ ଏହି ଘଟଣାକୁ ନେଇ ସବାନାଙ୍କ ମା' ସବାନା ଆଜମୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଏହି ଖବରରେ କୌଣସି ସତ୍ୟତା ନାହିଁ। ମୁଁ ଯେତିକି ଜାଣିଛି ସେମାନଙ୍କର ବର୍ତ୍ତମାନ ସେମିତି କୌଣସି ପ୍ଲାନିଙ୍ଗ ନାହିଁ। ଫରହାନ ଶିବାନୀଙ୍କୁ ଦ୍ବିତୀୟ ବିବାହ କରିଛନ୍ତି। ଏହାପୂର୍ବରୁ ତାଙ୍କ ପ୍ରଥମ ପତ୍ନୀ ଥିଲେ ଭବାନୀ। ଉଭୟଙ୍କର ଦୁଇଜଣ ଝିଅ ଅଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: