ଫଓ୍ବାଦ ଖାନଙ୍କ ଅପକମିଙ୍ଗ ମୁଭି ଅବିର ଗୁଲାଲ ଭାରତରେ ରିଲିଜ ହେବନାହିଁ

୨ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା । ୨ ଶହ କୋଟି ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ଏକାଥରେ ଦୁଇଟି କିସ୍ତିରେ ୧୦ ହାଜର ଟଙ୍କା ପାଇଲେ ମହିଳା । ସେହିପରି ନୂଆ ରାସନ କାର୍ଡ ବାଣ୍ଟିଲେ ସରକାର । ୬ ଲକ୍ଷ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାର ହେଲା ଶୁଭାରମ୍ଭ । ୩ କିଲୋୱାଟ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ପାଇଁ ୧ ଲକ୍ଷ ୩୮ ହାଜର ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ ଉପଭୋକ୍ତା । ସେହିପରି ଇ - ପଞ୍ଚାୟତ ସଭା ପୋର୍ଟାଲ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନଲାଇନ ମାଧ୍ୟମରେ ପରିଚାଳିତ ହେବ ପଞ୍ଚାୟତ ସମିତି ବୈଠକ।
ରାଜ୍ୟରେ କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ବିଜେପି ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟର ସମସ୍ତ ବ୍ଲକରେ ୩୧୪ ଟି ବ୍ଲକ ସ୍ତରୀୟ ଷ୍ଟାଡିୟମ୍ ପାଇଁ ସ୍ଥାପନ ହେବ ଭିତ୍ତିପ୍ରସ୍ତର । ଏଥିପାଇଁ ୪ ହଜାର ୧୨୪ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ପିପିଏମଏସ ଉନ୍ମୋଚନ କଲେ ରାଜ୍ୟ ସରକାର । ଯାହା ଦ୍ବାରା ରାଜ୍ୟର ବିଭିନ୍ନ ଅନୁମୋଦିତ ପ୍ରକଳ୍ପ ପାଇଁ ରେକର୍ଡ ପ୍ରସ୍ତୁତି, ବୈଷୟିକ ମଞ୍ଜୁରୀ, ପ୍ରଶାସନିକ ଅନୁମୋଦନ ଭଳି ପ୍ରକ୍ରିୟା ଗୁଡ଼ିକ ସରଳ ହୋଇପାରିବ ।
📱 Get Argus News App
✨ଶୁଭାରମ୍ଭ ହୋଇଛି ପଞ୍ଚାୟତ ମନିଟରିଂ ସିଷ୍ଟମ । ପୋର୍ଟାଲ ଏବଂ ମୋବାଇଲ ଆପ ଉନ୍ମୋଚିତ ହୋଇଛି । ପଞ୍ଚାୟତ ଭିତ୍ତିଭୂମି ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କର ମିଳିବ ପାରିବ ତଥ୍ୟ । ୬୧୩ଟି ପଞ୍ଚାୟତକୁ ୩୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ବଣ୍ଟନ କଲେ ସରକାର । ପଞ୍ଚମ ରାଜ୍ୟ ଅର୍ଥ କମିଶନର ଅନୁଦାନ ଦ୍ଵାରା ଏହି ପଞ୍ଚାୟତଗୁଡ଼ିକରେ ବିକାଶ ମୂଳକ କାର୍ଯ୍ୟ ହେବା ସହ ନିଜସ୍ଵ ଆୟ ବୃଦ୍ଧି ହେବ।