|
logo
Live

Argus News - ଦେଓମାଳୀକୁ ପ୍ରଶଂସା କଲେ ଫିଲ୍ମ ନିର୍ଦ୍ଦେଶକ ଏସ.ଏସ ରାଜାମୌଲି

Entertainment

ଦେଓମାଳୀକୁ ପ୍ରଶଂସା କଲେ ଫିଲ୍ମ ନିର୍ଦ୍ଦେଶକ ଏସ.ଏସ ରାଜାମୌଲି

Ritu Das
Browse all articles by Ritu Das
·1 year ago·2 min read
ଦେଓମାଳୀକୁ ପ୍ରଶଂସା କଲେ ଫିଲ୍ମ ନିର୍ଦ୍ଦେଶକ ଏସ.ଏସ ରାଜାମୌଲି

ଦେଓମାଳୀକୁ ପ୍ରଶଂସା କଲେ ଫିଲ୍ମ ନିର୍ଦେଶକ ଏସ ଏସ ରାଜାମୌଲି । ଓଡ଼ିଶାରେ ଗତ କିଛି ଦିନ ଧରି ଫିଲ୍ମ ସୁଟିଂ କରୁଥିଲେ । ନିଜ ଫେସବୁକ ଆକାଉଣ୍ଟରେ ଦେଓମାଳି ସମ୍ପର୍କରେ ବେଶ ଭୁରି ଭୁରି ପ୍ରଶଂସା କରିଛନ୍ତି ରାଜା ମୌଲି । ତେବେ ଅଳିଆ ଆବର୍ଜନା ନ ପକାଇ ଏଠାରେ ସ୍ବଚ୍ଛତା ରଖିବା ପାଇଁ ଏକ୍ସ ପୋଷ୍ଟରେ ପର୍ଯ୍ୟଟକମାନଙ୍କୁ ଅନୁରୋଧ କରିଛନ୍ତି ।


ଟଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ଓ ତାଙ୍କ ଟିମ୍ କୋରାପୁଟକୁ ଆସି ଫିଲ୍ମ ସୁଟିଂ କରୁଥିଲେ। ତେଲଗୁ ସୁପରଷ୍ଟାର ମହେଶ ବାବୁ ଓ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୋରାପୁଟର ବିଭିନ୍ନ ଲୋକେସନର ସୁଟିଂ କରି ଫେରିଛନ୍ତି। ଦୀର୍ଘ ୧୫ଦିନ ରହଣି ପରେ କୋରାପୁଟରୁ ଫେରିଗଲେ ସାଉଥ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି। ଅଭିନେତା ମହେଶ ବାବୁ ଓ ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଫେରିବା ପୂର୍ବରୁ ଏକ ବିଦାୟକାଳୀନ ସଭା ଭଳି ସୃଷ୍ଟି ହୋଇଥିଲା ଶୁଟିଂ ସେଟ୍‌ରେ। ତଳମାଲିଠାରେ ଜିଲା ପ୍ରଶାସନ ପକ୍ଷରୁ କୋରାପୁଟ ଏସ୍‌ପି ରୋହିତ ବର୍ମାଙ୍କ ସମେତ ଜୟପୁର ଉପଜିଲ୍ଲାପାଳ ଆକବରମା ସସ୍ୟା ରେଡ୍ଡୀଙ୍କ ସମେତ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ସ୍ଥାନୀୟ ବାସିନ୍ଦା ବିଦାୟ ଦେଇଥିଲେ । ଫିଲ୍ମ ଟିମ୍‌ ପକ୍ଷରୁ ନିର୍ଦ୍ଦେଶକ ରାଜାମୌଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ହାତ ଲେଖାରେ କୋରାପୁଟର ଅପୂର୍ବ ସୋନ୍ଦର୍ଯ୍ୟ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଆଥିତ୍ୟତାକୁ ଭୁଲି ହେବନି ବୋଲି ଜଣାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଫିଲ୍ମ ଶୁଟ୍‌କୁ ନେଇ ଚଳଚଞ୍ଚଳ ଥିଲା କୋରାପୁଟ ଜିଲ୍ଲାର ତଲମାଳି, ଦେଓମାଳି । ଫିଲ୍ମ ଶୁଟିଂର ଉତ୍ସ ପାଲଟୁଛି ଓଡ଼ିଶା। ରାଜ୍ୟରେ ବର୍ତ୍ତମାନ ବିଗ୍‌ ବଜେଟ ଫିଲ୍ମ ମାନ ଶୁଟିଂ ହେବାରେ ଲାଗିଛି । ଯାହା ରାଜ୍ୟ ପାଇଁ ଏକ ଗର୍ବର ବିଷୟ..ନିକଟରେ ‘ପୁଷ୍ପା -୨’ ମାଲକାନଗିରି ଜିଲ୍ଲାରେ ଶୁଟିଂ ହୋଇଥିବା ବେଳେ ବର୍ତ୍ତମାନ କୋରାପୁଟରେ ବର୍ତ୍ତମାନ ସାଉଥର ଲୋକପ୍ରିୟ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲୀ, ସୁପରଷ୍ଟାର ମହେଶ ବାବୁ ଏବଂ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କ ଆଗାମୀ ଫିଲ୍ମ ‘SSMB-29’ ଶୁଟିଂ ସାରି ଫେରିଛନ୍ତି।

Sponsored
ଦେଓମାଳୀକୁ ପ୍ରଶଂସା କଲେ ଫିଲ୍ମ ନିର୍ଦ୍ଦେଶକ ଏସ.ଏସ ରାଜାମୌଲି | Argus News