Prabhas / ପ୍ରଭାସଙ୍କ ଏଣ୍ଟ୍ରି ବେଳେ ସିନେମା ହଲ୍ ଭିତରେ ଲାଗିଲା ନିଆଁ

Key Points
ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଦି ରାଜା ସାବ'ର ରିଲିଜ୍ ହୋଇଥିଲା ।
ସ୍କ୍ରିନ ସାମ୍ନାରେ ଆଳତି କରିବା ବେଳେ ହଲ୍ ଭିତରେ ଲାଗିଯାଇଥିଲା ନିଆଁ ।
ରାୟଗଡ଼ା ଅଶୋକ ଟକିଜ୍ରେ ଅଳ୍ପକେ ବର୍ତ୍ତିଲା ବଡ଼ ବିପତ୍ତି ! ପ୍ରଭାସଙ୍କ ଏଣ୍ଟ୍ରି ବେଳେ ସିନେମା ହଲ୍ ଭିତରେ ଲାଗିଲା ନିଆଁ। ରାୟଗଡ଼ା ସହରର ପ୍ରତିଷ୍ଠିତ 'ଅଶୋକ ଟକିଜ୍' ସିନେମା ହଲ୍ରେ ଅଗ୍ନିକାଣ୍ଡ । ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଦି ରାଜା ସାବ'ର ରିଲିଜ୍ ସମୟରେ ଉତ୍ସାହିତ ପ୍ରଶଂସକଙ୍କ ଅତ୍ୟଧିକ ଖୁସି ପାଇଁ ସୃଷ୍ଟି ହୋଇଥିଲା ଏକ ବିପଦଜନକ ପରିସ୍ଥିତି। ସ୍କ୍ରିନ ସାମ୍ନାରେ ଆଳତି କରିବା ବେଳେ ହଲ୍ ଭିତରେ ଲାଗିଯାଇଥିଲା ନିଆଁ ।
ସୂଚନାନୁଯାୟୀ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ହରର-କମେଡି "ଦ ରାଜା ସାବ" ଶେଷରେ ଶୁକ୍ରବାର ଦିନ ସିନେମା ହଲରେ ରିଲିଜ୍ ହୋଇଛି । ନିର୍ଦ୍ଦେଶକ ମାରୁତିଙ୍କ ଫିଲ୍ମଟି ରିଲିଜ୍ ପୂର୍ବରୁ ଏକ ବଡ଼ ପ୍ରଚାର ସୃଷ୍ଟି କରିଥିଲା । ସୋସିଆଲ ମିଡିଆରୁ ଆରମ୍ଭ କରି ଆଗୁଆ ବୁକିଂ ପର୍ଯ୍ୟନ୍ତ, ଫିଲ୍ମଟିର ବହୁଳ ପ୍ରଚାର କରାଯାଇଥିଲା, ଯାହା ସିଧାସଳଖ ବକ୍ସ ଅଫିସ୍ କଲେକ୍ସନରେ ଉପରେ ପ୍ରଭାବ ପକାଇଥିଲା ।
ଯଦିଓ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ସମାଲୋଚକମାନଙ୍କଠାରୁ ଅଧିକାଂଶ ନକାରାତ୍ମକ କଥା ପାଇଥିଲା, ତଥାପି ପ୍ରଥମ ଦିନରେ ପ୍ରଭାସଙ୍କ ପ୍ରଶଂସକ ଏବଂ ଦର୍ଶକମାନେ ସିନେମା ହଲରେ ଭିଡ଼ ଜମାଇଥିଲେ। ପ୍ରବଳ ପ୍ରି-ସେଲ୍ ଏବଂ ଉତ୍ସବମୁଖର ପରିବେଶ ଫିଲ୍ମଟିକୁ ବକ୍ସ ଅଫିସରେ ଏକ ଭଲ ଓପନିଂ ହାସଲ କରିବାରେ ସାହାଯ୍ୟ କରିଥିଲା ।
"ଦ ରାଜା ସାବ" ଏହାର ପ୍ରଥମ ଦିନରେ ୪୫ କୋଟି ରୋଜଗାର କରିଛି । ଯଦି ଆଗୁଆ ବୁକିଂର ଟଙ୍କା ଯୋଡାଯାଏ, ଫିଲ୍ମର ମୋଟ ଆୟ ୫୪.୧୫ କୋଟିରେ ହେବ । ଏହି ଓପନିଂ ଫିଗରକୁ ହରର୍-କମେଡି ଧାରାର ଏକ ଫିଲ୍ମ ପାଇଁ ଭଲ ରୋଜଗାର କରିଛି । ପ୍ରଭାସଙ୍କ ଷ୍ଟାର ପାୱାର ଏବେ ବି ବକ୍ସ ଅଫିସରେ ରାଜ କରୁଛି, ବିଶେଷକରି ତେଲୁଗୁ ବେଲ୍ଟରେ ଏକ ଦୃଢ଼ ସ୍ଥିତି ବଜାୟ ରଖିଛି ।
ମିଳିଥିବା ସୂଚନାନୁଯାୟୀ "ଦି ରାଜା ସାବ" ପ୍ରଥମ ଦିନରେ ୨୦୨୫ ବ୍ଲକବଷ୍ଟର "ଧୁରନ୍ଧର"କୁ ପଛରେ ପକାଇ ଦେଇଛି । "ଧୁରନ୍ଧର" ପ୍ରଥମ ଦିନରେ ୨୮ କୋଟି ରୋଜଗାର କରିଥିବା ବେଳେ "ଦି ରାଜା ସାବ" କେବଳ ପ୍ରଥମ ଦିନରେ ୪୫ କୋଟି ରୋଜଗାର କରିଛି ଏବଂ ପ୍ରି-ସେଲ୍ସ ସହିତ, ଏହା ୫୪.୧୫ କୋଟି ଅତିକ୍ରମ କରିଛି । ଏହି ତୁଳନା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ବକ୍ସ ଅଫିସରେ ଦର୍ଶକଙ୍କ ପ୍ରଥମ ପସନ୍ଦ ଏବେ ବି ବଡ଼ ଷ୍ଟାର ।
📱 Get Argus News App
✨Related Topics
Explore more stories