Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୧୦ ବର୍ଷର ସମ୍ପର୍କ ଭାଙ୍ଗିବା ପଛରେ ଏହି ବଡ଼ କାରଣ…ଗୌରବ-ଆକାଂକ୍ଷାଙ୍କ ଡିଭୋର୍ସ ରହସ୍ୟ ଆସିଲା ସାମ୍ନାକୁ

Entertainment

Celebrity Divorce / ୧୦ ବର୍ଷର ସମ୍ପର୍କ ଭାଙ୍ଗିବା ପଛରେ ଏହି ବଡ଼ କାରଣ…ଗୌରବ-ଆକାଂକ୍ଷାଙ୍କ ଡିଭୋର୍ସ ରହସ୍ୟ ଆସିଲା ସାମ୍ନାକୁ

Ritu Das
Browse all articles by Ritu Das
·1 hour ago·2 min read
୧୦ ବର୍ଷର ସମ୍ପର୍କ ଭାଙ୍ଗିବା ପଛରେ ଏହି ବଡ଼ କାରଣ…ଗୌରବ-ଆକାଂକ୍ଷାଙ୍କ ଡିଭୋର୍ସ ରହସ୍ୟ ଆସିଲା ସାମ୍ନାକୁ
India

Key Points

ବିଗବସ ୧୯ ସିଜନ ଗୌରବ ଜିତିବାପରେ ଉଭୟଙ୍କ ସମ୍ପର୍କରେ ଫାଟ ଦେଖାଦେଇଛି
ଆଉ ଉଭୟ ବୈବାହିକ ସମ୍ପର୍କକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି
ଏବେ ଚର୍ଚ୍ଚାରେ ଦୁଇ ଷ୍ଟାର ଦମ୍ପତି। ସେ ହେଲେ ଅଭିନେତ୍ରୀ ଆକାଂକ୍ଷା ଚମୋଲା ଏବଂ ଅଭିନେତା ତଥା ବିଗ୍‌ବସ୍‌ ବିଜେତା ଗୌରବ ଖାନ୍ନା। ଦୁହେଁ ୧୦ବର୍ଷ ହେଲା ବୈବାହିକ ଜୀବନରେ ଖୁସିରେ ଥିଲେ। କିନ୍ତୁ ବିଗବସ ୧୯ ସିଜନ ଗୌରବ ଜିତିବାପରେ ଉଭୟଙ୍କ ସମ୍ପର୍କରେ ଫାଟ ଦେଖାଦେଇଛି। ଆଉ ଉଭୟ ବୈବାହିକ ସମ୍ପର୍କକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି। ଏକ ଶୋ’ରେ ଆକାଂକ୍ଷା ନିଜ ଡିଭୋର୍ସ ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି। କିନ୍ତୁ ଦେଖିବାକୁ ଗଲେ ଗୌରବଙ୍କର ଫ୍ୟାନ ଫଲୋଇଙ୍ଗ ଖୁବ ଅଧିକ। ସେ ବିଗତ ପ୍ରାୟ ଏକ ବର୍ଷ ହେବ ସେମାନେ ପରସ୍ପରଠାରୁ ଅଲଗା ରହୁଥିବା ନେଇ ନିଜେ ଆକାଂକ୍ଷା ଖୁଲାସା କରିଛନ୍ତି। ରିଆଲିଟି ଶୋ’ ‘ଲକ୍‌ଅପ୍‌ ସିଜନ୍‌ ୨’ରେ ପ୍ରବେଶ କରିବା ମାତ୍ରେ ଆକାଂକ୍ଷା ଏହି ବଡ଼ ସୂଚନା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

ଏହାସହ ପଢ଼ନ୍ତୁ: ଗୌରବ ଖନ୍ନା-ଆକାଂକ୍ଷାଙ୍କ ଛାଡପତ୍ର ଖବରରେ ନୂଆ ଟ୍ୱିଷ୍ଟ… ବାପା ବୋଲି ଦାବି କରୁଥିବା ବ୍ୟକ୍ତିଙ୍କ ବିସ୍ଫୋରକ ଅଭିଯୋଗ


ଶୋ’ରେ ଆକାଂକ୍ଷା ପ୍ରକାଶ କରିଛନ୍ତି ଯେ, ସେ ଏବଂ ଗୌରବ ଛାଡ଼ପତ୍ର ନେବାକୁ ଯାଉଛନ୍ତି। ଏହି କଥାକୁ ସେମାନେ ପ୍ରଶଂସକଙ୍କଠାରୁ ଲୁଚାଇ ରଖିଥିଲେ। ଗତ ଏକ ବର୍ଷ ଧରି କେବଳ ସାଙ୍ଗରେ ରହିବାର ଅଭିନୟ କରୁଥିଲେ। ଆକାଂକ୍ଷାଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ଦୁହିଁଙ୍କ ଅଲଗା ହେବାର କାରଣ ଖୋଜାଯାଉଥିବା ବେଳେ, ଗୌରବଙ୍କର ଏକ ପୁରୁଣା ବୟାନ ଏବେ ଭାଇରାଲ ହେବାରେ ଲାଗିଛି। ଏହି ବୟାନକୁ ହିଁ ଦୁହିଁଙ୍କ ଛାଡ଼ପତ୍ରର ଅସଲ କାରଣ ବୋଲି କୁହାଯାଉଛି।

ଅଭିନେତ୍ରୀ ଆକାଂକ୍ଷା ଚମୋଲା ପୂର୍ବରୁ ହିଁ ସ୍ପଷ୍ଟ କରିସାରିଥିଲେ ଯେ ସେ ମା’ ହେବାକୁ ଚାହାନ୍ତି ନାହିଁ। କିନ୍ତୁ ଅନ୍ୟପଟେ ଗୌରବ ଖାନ୍ନା ନିଜ ବୈବାହିକ ଜୀବନ ଓ ପିଲାମାନଙ୍କୁ ନେଇ ଏକ ଭିନ୍ନ ଇଚ୍ଛା ରଖିଥିଲେ। ‘ବିଗ ବସ’ ଘରେ ଥିବା ସମୟରେ ଗୌରବ ନିଜ ବିବାହ ଏବଂ ସନ୍ତାନ ବିଷୟରେ କହିଥିଲେ ଯେ ଆମର ବିବାହକୁ ୯ ବର୍ଷ ହୋଇସାରିଲାଣି, କିନ୍ତୁ କୌଣସି ସନ୍ତାନ ନାହିଁ। ମୁଁ ମୋ ସ୍ତ୍ରୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଏପରି ନିଷ୍ପତ୍ତି ନେଇଛି। ଦିନଥିଲା ଯେତେବେଳେ ମୁଁ ସନ୍ତାନ ଚାହୁଁଥିଲି, ସେ ପ୍ରସ୍ତୁତ ନ ଥିଲେ ଏବଂ ମୁଁ ତାଙ୍କ କଥା ବୁଝିଥିଲି। ଭଲପାଇଛୁ ଯେତେବେଳେ, ସମ୍ପର୍କ ତ ନିଭାଇବାକୁ ପଡ଼ିବ।

ଗୌରବ ଆହୁରି ମଧ୍ୟ କହିଥିଲେ ଯେ, ସନ୍ତାନ ଏକ ବଡ଼ ଦାୟିତ୍ୱ। ସେ ନିଜେ ଦିନସାରା ଶୁଟିଂରେ ବ୍ୟସ୍ତ ରୁହନ୍ତି। ଯଦି ପିଲା ହେବା ପରେ ଆକାଂକ୍ଷା ମଧ୍ୟ କାମ ଆରମ୍ଭ କରିଦେବେ, ତେବେ ପିଲାର ଲାଳନପାଳନ କିଏ କରିବ? ସେ କୌଣସି ବାହାର ଲୋକ ବା ଆୟା ଭରସାରେ ନିଜ ଛୁଆକୁ ଛାଡ଼ିବାକୁ ଠିକ ମନେ କର ନ ଥିଲେ। କହିରଖୁଛୁ, ’ବିଗ ବସ ୧୯’ର ଫ୍ୟାମିଲି ୱିକ୍‌ ସମୟରେ ଆକାଂକ୍ଷା ଗୌରବଙ୍କୁ ସମର୍ଥନ କରିବାକୁ ପହଞ୍ଚିଥିଲେ। ସେଠାରେ ସେ ମାଲତୀ ଚାହର ଏବଂ ପ୍ରଣୀତ ମୋରେଙ୍କ ସାମ୍ନାରେ କହିଥିଲେ ଯେ, ସେ ପିଲା ଚାହାନ୍ତି ନାହିଁ। ଏପରି ନୁହେଁ ଯେ ସେ କିଛି ପ୍ଲାନିଂ କରୁନାହାନ୍ତି, କିନ୍ତୁ ତାଙ୍କୁ କେବେ ସନ୍ତାନର ଆବଶ୍ୟକତା ଅନୁଭବ ହୋଇନାହିଁ କି ତାଙ୍କ ଭିତରେ ଏପରି କୌଣସି ଭାବନା ନାହିଁ। ନିଜର ଏହି ବୟାନ ପାଇଁ ଆକାଂକ୍ଷା ସୋସିଆଲ ମିଡିଆରେ ବେଶ ଟ୍ରୋଲ ମଧ୍ୟ ହୋଇଥିଲେ। ମନ ମିଶୁ ନ ଥିବାରୁ ଶେଷରେ ଏହି ଷ୍ଟାର୍‌ ଦମ୍ପତି ଅଲଗା ହେବାକୁ ଯାଉଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored