Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Geeta Pattnaik / ଓଲିଉଡରେ ଲାଗିଛି କାହାର ନଜର, ଜାଗର ସନ୍ଧ୍ୟାରେ ଆଖି ବୁଜିଲେ ଗୀତା ପଟ୍ଟନାୟକ

Banajyotshna Ray
Browse all articles by Banajyotshna Ray
·5 months ago·2 min read
ଓଲିଉଡରେ ଲାଗିଛି କାହାର ନଜର, ଜାଗର ସନ୍ଧ୍ୟାରେ ଆଖି ବୁଜିଲେ ଗୀତା ପଟ୍ଟନାୟକ
Geeta Pattnaik

Key Points

ଓଡ଼ିଆ ସଙ୍ଗୀତ ଜଗତକୁ ଲାଗିଲା କାହା ନଜର
ଆଖି ବୁଜିଲେ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ
ଓଲିଉଡ୍ ଜଗତକୁ ପୁଣି ଏକ ଶକ୍ତ ଝଟକା। ନିରବି ଗଲେ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ। ଏଖବର ପରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଦୁଃଖର ଛାଇ ଖେଳିଯାଇଛି। କୁହାଯାଉଛି ଯେ, ବୋଧେ ଓଲିଉଡ ଜଗତରେ କାହାର ନଜର ଲାଗିଯାଇଛି। ଗତ କିଛି ଦିନ ହେବ ଜଣେ ଜଣେ ହୋଇ ଅନେକ କଣ୍ଡଶିଳ୍ପୀଙ୍କ ଦେହାନ୍ତ ହୋଇଗଲାଣି। ଜଣକ ପରେ ଜଣଙ୍କ ଦେହାନ୍ତ ଓଡ଼ିଆ ସଙ୍ଗୀତ ଜଗତକୁ ଦୋହଲାଇ ଦେଇଛି। ନିକଟରେ କଣ୍ଟଶିଳ୍ପୀ ହ୍ୟୁମାନ ସାଗର ଓ ପରେ ଅଭିଜିତ ମଜୁମଦାର ଆଉ ଏବେ ଗୀତା ପଟ୍ଟନାୟକ।ହୃଦଘାତରେ ଆଖିବୁଜିଲେ ଭେଟେରାନ୍ ସିଙ୍ଗର ଗୀତା ପଟ୍ଟନାୟକ। ସନ୍ଧ୍ୟା ୬ଟା ୧୮ ମିନିଟରେ ଆଖି ବୁଜିଲେ ଗୀତା। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଗୀତାଙ୍କ ଦେହାନ୍ତ ହୋଇଛି।

ଏଥିସହ ପଢ଼ନ୍ତୁ: ପୁଣି ସେହି ଶିବରାତ୍ରୀ: ୨୦୦୩ର ପୁନରାବୃତ୍ତି ୨୦୨୬ରେ, ମାଟି କାମୁଡିବ ପାକିସ୍ତାନ

ସେ ଯାଯାବର, ନାଗଫାଶ, ତଅପୋଇ ଭଳି ଲୋକପ୍ରିୟ ଗୀତରେ କଣ୍ଠଦାନ କରି ଲୋକଙ୍କ ଭଲପାଇବା ସାଉଁଟିଥିଲେ। ଏହାସହ ଅଦିନମେଘ, ସଂସାର, ଆହୁତିରେ କଣ୍ଠଦାନ କରିଥିଲେ। ଏହାସହ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଲାଭ କରିଥିଲେ। ସୂଚନାନୁସାରେ ଆସନ୍ତାକାଲି ସତୀଚଉରା ଶ୍ମଶାମନରେ ଗୀତାଙ୍କର ଅନ୍ତିମ ସଂସ୍କାର ହେବ। ତେବେ ସେ ଅନେକ ଓଡ଼ିଆ ଫିଲ୍ମରେ ଗୀତ ଗାଇ ବେଶ୍ ଭଲପାଇବା ସାଉଁଟିଥିଲେ।

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଦେହାନ୍ତ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ୱିଟ କରିଛନ୍ତି, ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଓଡ଼ିଆ ସଙ୍ଗୀତ ଜଗତରେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଓଡ଼ିଶାର କଳା ସଂସ୍କୃତିକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ କଣ୍ଠର ଯାଦୁ ଆଗାମୀ ପିଢ଼ି ପାଇଁ ପ୍ରେରଣା ହୋଇ ରହିବ । ଅମର ଆତ୍ମାର ସଦଗତି କାମନା



ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Geeta Pattnaik | Odia singer Geeta Pattnaik Passes Away on Jagar Evening | Argus News | Argus News