Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବରୁଣଙ୍କ ହାତ ଧରି 'ଗୋପୀ ବୋହୁ' ସାଜିଲେ ରିୟଲ ବୋହୁ

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
ବରୁଣଙ୍କ ହାତ ଧରି 'ଗୋପୀ ବୋହୁ' ସାଜିଲେ ରିୟଲ ବୋହୁ

Key Points

ବିବାହ କଲେ 'ଗୋପୀ ବୋହୁ'

ସାରା ଜୀବନ ପାଇଁ ଧରିଲେ ବରୁଣଙ୍କ ହାତ

ଉଭୟ କଲେ 'ଭୂତ ଶୁଦ୍ଧି ବିବାହ'

ବିବାହ ବନ୍ଧନରେ ବାନ୍ଧି ହେଲେ 'ଗୋପୀ ବୋହୁ' । 'ସାଥ ନିଭାନା ସାଥିଆ' ସିରିଏଲ୍‌ରେ ସମସ୍ତଙ୍କ ମନ ଜିତିଥିବା ଗୋପୀ ବୋହୁ ଏବେ ରିୟଲ ଲାଇଫରେ ବୋହୁ ହୋଇସାରିଛନ୍ତି । ଗୋପୀ ବୋହୁ ଓରଫ ଜିୟା ମାନେକ ବରୁଣ ଜୈନଙ୍କୁ ବିବାହ କରିଛନ୍ତି । ସମସ୍ତଙ୍କ ହୃଦୟ ଚୋରି କରିଥିବା ଜିୟାଙ୍କ ହୃଦୟ ସବୁଦିନ ପାଇଁ ଚୋରାଇ ନେଇଛନ୍ତି ବରୁଣ । ଜିୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଏବଂ ବରୁଣଙ୍କର ବିବାହ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଜିୟା ଏବଂ ବରୁଣ ବୋହୁ ବେଶରେ ଆଉ ବରୁଣ ସେରୱାନୀ ସହ ନଜର ଆସିଛନ୍ତି । ଜିୟା ଗୋଲ୍ଡେନ ଲୁକ୍‌ରେ ଖୁବ୍ ସିମ୍ପଲ ଗେଟ୍‌ପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିବାହରେ ଲେହେଙ୍ଗା ଟ୍ରାଡିସନ୍‌କୁ ହଟାଇ ସେ ଶାଢୀରେ ନିଜକୁ ବୋହୁ ବେଶରେ ସଜାଇଛନ୍ତି । ତା ସହ ଗୋଲ୍ଡେନ ଜୁଏଲାରୀ, ଖୋସାରେ ମଲ୍ଲୀ ଗଜରା ତାଙ୍କ ସୁନ୍ଦରତାକୁ ଆହୁରି ଦ୍ଵିଗୁଣିତ କରିଛି । ତାଙ୍କ ସହ ବରୁଣ ମଧ୍ୟ ଗୋଲ୍ଡେନ ପାଇଜାମା କୁର୍ତ୍ତା ଆଉ ଧୋତି ମ୍ୟାଚ୍ କରିଛନ୍ତି ।

ଜିୟା ଲେଖିଛନ୍ତି , "ଭଗବାନ ଏବଂ ଗୁରୁଙ୍କ କୃପା ଏବଂ ଭଲପାଇବା ଯୋଗୁଁ ଆମେ ସାରା ଜୀବନ ପାଇଁ ସାଥି ହୋଇଗଲୁ । ହାତରେ ହାତ ମିଶାଇ , ହୃଦୟ ସହ ହୃଦୟ ମିଶାଇ ଆମେ ଦୁଇଜଣ ବନ୍ଧୁ ଆଜି ସ୍ଵାମୀ ସ୍ତ୍ରୀ ହୋଇଗଲୁ । ଏହି ଦିନକୁ ଯେଉଁମାନେ ଖାସ୍ କରିଛନ୍ତି, ତାଙ୍କର ଭଲପାଇବା, ତାଙ୍କର ଆଶୀର୍ବାଦ ଏବଂ ତାଙ୍କର ଶୁଭକାମନା ପାଇଁ ଆମେ ବହୁତ କୃତଜ୍ଞ । ସାରା ଜୀବନର ଖୁସି, ସ୍ମୃତି ,ସାଥି ହୋଇରହିବା , ଭଲପାଇବା ଏସବୁକୁ ମିଷ୍ଟର ଏବଂ ମିସେସ ଭାବେ ଚିୟର୍ସ କରୁଛୁ" ।

ଜିୟା ଏବଂ ବରୁଣ ଭୂତ ଶୁଦ୍ଧି ବିବାହ କରିଛନ୍ତି । ଭୂତ ଶୁଦ୍ଧି ବିବାହ ଯୌଗିକ କାଳର ସବୁଠୁ ପ୍ରାଚୀନ ପଦ୍ଧତିର ବିବାହ । ଭୁତ ଶୁଦ୍ଧି ବିବାହ ଶରୀରରେ ଥିବା ପଞ୍ଚତତ୍ତ୍ଵକୁ ସଠିକ ଭାବେ ସଂଗଠନ କରିବାର ପ୍ରକ୍ରିୟା ଅଟେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gia Manek aka Gopi bahu ties the knot with varunn jain | Argus News