Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ହଲ ସାମ୍ନାରେ କାଟିଲେ ମେଣ୍ଢା, ଗିରଫ ହେଲେ ୫ ଫ୍ୟାନ୍ସ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ହଲ ସାମ୍ନାରେ କାଟିଲେ ମେଣ୍ଢା, ଗିରଫ ହେଲେ ୫ ଫ୍ୟାନ୍ସ

ଅର୍ଗସ ବ୍ୟୁରୋ:  ଗିରଫ ହେଲେ ୫ ଜଣ। ହଲ ସାମ୍ନାରେ କାଟିଲେ ମେଣ୍ଢାମୁଣ୍ଡ । ସଙ୍ଗେ ସଙ୍ଗେ ଧରିଲା ପୋଲିସ। ଯେଉଁ କବର ବର୍ତ୍ତମାନ ତେଲୁଗୁ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ସାଉଥ୍ ଫିଲ୍ମ ଅଭିନେତା ନନ୍ଦମୁରି ବାଲାକ୍ରୀଷ୍ଣଙ୍କ ଫ୍ୟାନଙ୍କୁ ଆରେଷ୍ଟ କଲା ପୋଲିସ । ପିପୁଲ ଫର୍ ଏଥିକାଲ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ (ପେଟା) ଆକ୍ଟ ଆଧାରରେ ପୋଲିସ ସେମାନଙ୍କୁ ଗିରଫ କରିଛି ।


ତିରୁପତି ଟାଟା ନଗର ନିକଟରେ ଥିବା ହଲ୍ ସମ୍ମୁଖରେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି । ସେକ୍ସନ ୩୨୫, ୨୭୦ ଧାରରେ ମାମଲା ରୁଜୁ ହୋଇଛି । ନନ୍ଦମୁରିଙ୍କ ଫିଲ୍ମ ‘ଡାକୁ ମହାରାଜ’ର ପ୍ରିମିୟରରେ ତାଙ୍କର କିଛି ଫ୍ୟାନ୍ ସିନେମା ହଲ ସାମ୍ନାରେ ମେଣ୍ଢା ବଳି ଦେଇଛନ୍ତି । ଜନଗହଳିପୂର୍ଣ୍ଣ ସ୍ଥାନରେ ମେଣ୍ଢା ବଳି ଦେଇ ମେଣ୍ଢା ରକ୍ତକୁ ନେଇ ସିନେମା ପୋଷ୍ଟରରେ ବୋଳିପକାଇଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ପୂର୍ବରୁ ମଧ୍ୟ ଫିଲ୍ମ ‘ଡାକୁ ମହାରାଜ’ର ଏକ ଗୀତ ଯାହା ଖୁବ ଭାଇରାଲ ହୋଇଥିଲା ଏବଂ ଏହାକୁ ନେଇ ଲୋକେ କଣ୍ଟ୍ରୋବର୍ଷି କରିଥିଲେ। 

Sponsored
Goat beheaded at Nandamuri Balakrishna's film release | Argus News