Oscars Entry / ଓସ୍କାର ୨୦୨୭ ଦୌଡ଼ରେ ମରାଠୀ ଫିଲ୍ମ “ଗୋନ୍ଧଲ”ର ଏଣ୍ଟ୍ରି… ୩୩ଟି ଚଳଚ୍ଚିତ୍ରକୁ ପଛରେ ପକାଇ ଭାରତର ପ୍ରଥମ ପସନ୍ଦ ପାଲଟିଛି
·1 hour ago·2 min read

Key Points
ଶୁକ୍ରବାର ଦିନ ଫିଲ୍ମ ଫେଡେରେସନ ଅଫ୍ ଇଣ୍ଡିଆ ଘୋଷଣା କରିଛି ଯେ ମରାଠୀ ଫିଲ୍ମ "ଗୋନ୍ଧାଲ"କୁ ଓସ୍କାର ପାଇଁ ଭାରତର ଆଧିକାରିକ ପ୍ରବେଶ ଭାବରେ ମନୋନୀତ କରାଯାଇଛି। ସନ୍ତୋଷ ଦାୱାଖରଙ୍କ ଲିଖିତ ଏବଂ ନିର୍ଦ୍ଦେଶିତ ଏହି ଫିଲ୍ମଟି ମହାରାଷ୍ଟ୍ରର ଗ୍ରାମୀଣ ପରିବେଶକୁ ନେଇ ଆଧାରିତ ଆଉ ଏହାର କାହାଣୀ ଏକ ନବବିବାହିତ ଦମ୍ପତିଙ୍କ ଯୋଡ଼ି ପାଇଁ ପାରମ୍ପରିକ ରୀତିନୀତିରେ ରାତି ସାରା ଏହି “ଗୋନ୍ଧଲ” ପୂଜା କରାଯାଏ। ଏପରି କଲେ ନବଦମ୍ପତିଙ୍କୁ ଆଶୀର୍ବାଦ ମିଳେ। ଚୟନ କମିଟିର ଅଧ୍ୟକ୍ଷ ପି. ଶେଷାଦ୍ରି କହିଛନ୍ତି ଯେ ଏହି ଫିଲ୍ମକୁ ୨୦୨୭ ଓସ୍କାର ପାଇଁ ୩୩ଟି ଫିଲ୍ମର ଏକ ସଂକ୍ଷିପ୍ତ ତାଲିକାରୁ ଚୟନ କରାଯାଇଥିଲା।
ଗତ ବର୍ଷ, ଭାରତ ନୀରଜ ଘାୟୱାନଙ୍କ ମହାମାରୀ ନାଟକ "ହୋମବାଉଣ୍ଡ"କୁ ଓସ୍କାର ପାଇଁ ଏହାର ଆଧିକାରିକ ଦାଖଲ ଭାବରେ ଚୟନ କରିଥିଲା। ତଥାପି, ଚଳଚ୍ଚିତ୍ରଟି ଚୂଡ଼ାନ୍ତ ମନୋନୟନରେ ପହଞ୍ଚିପାରିଲା ନାହିଁ। "ଗୋନ୍ଧାଲ" ହେଉଛି ଅସ୍କାର ପାଇଁ ମନୋନୀତ ଚତୁର୍ଥ ମରାଠୀ ଫିଲ୍ମ। ପୂର୍ବ ଚୟନ ହୋଇଥିବା ଫିଲ୍ମଗୁଡ଼ିକ ଥିଲା "କୋର୍ଟ" (2015), "ହରିଶ୍ଚନ୍ଦ୍ରାଚି ଫ୍ୟାକ୍ଟ୍ରି" (2009), ଏବଂ "ଶ୍ୱାସ" (2005)।
ମହାରାଷ୍ଟ୍ରର ପାରମ୍ପରିକ ‘ଗୋଧଳ’ ରୀତିନୀତିକୁ ଆଧାର କରି ଫିଲ୍ମର କାହାଣୀ ଗଢ଼ାଯାଇଛି। ସଙ୍ଗୀତ, ନୃତ୍ୟ ଓ ପୌରାଣିକ ପରମ୍ପରାରେ ଭରପୂର ଏହି ରାତିକାଳୀନ ଲୋକ ପ୍ରଦର୍ଶନର ପୃଷ୍ଠଭୂମିରେ ଆରମ୍ଭ ହୁଏ ଏକ ବିବାହ ଉତ୍ସବ। ହେଲେ ଧୀରେ ଧୀରେ ଏହା ଇଚ୍ଛା, ଈର୍ଷା, ପ୍ରତାରଣା ଓ ଲୁଚି ରହିଥିବା ତିକ୍ତତାର ଏକ ଅନ୍ଧକାର କାହାଣୀରେ ପରିଣତ ହୁଏ।
‘ଗୋନ୍ଧଳ’ ହେଉଛି ନିର୍ଦ୍ଦେଶକ ସନ୍ତୋଷ ଦାବଖରଙ୍କ ପ୍ରଥମ ଫିଚର ଫିଲ୍ମ। ଗୋଆରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆରେ ଏହା ପ୍ରଦର୍ଶିତ ହୋଇ ‘ସିଲ୍ଭର ପିକକ୍’ ସ୍ପେଶାଲ୍ ଜୁରୀ ସମ୍ମାନ ହାସଲ କରିଥିଲା। ତେବେ ୨୦୨୫ ନଭେମ୍ବରରେ ମୁକ୍ତିଲାଭ କରିଥିବା ଫିଲ୍ମର ଥିଏଟର ପ୍ରଦର୍ଶନ ସୀମିତ ରହିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓସ୍କାର ପାଇଁ ଚୟନ ହେବା ଏହାର ପ୍ରଥମ ପଦକ୍ଷେପ। ଆଗାମୀ ଦିନରେ ଏକାଡେମୀ ପକ୍ଷରୁ ଇଣ୍ଟରନ୍ୟାସନାଲ୍ ଫିଚର ଫିଲ୍ମ ବିଭାଗରେ ୧୫ଟି ଫିଲ୍ମର ସର୍ଟଲିଷ୍ଟ ଓ ପରେ ଚୂଡ଼ାନ୍ତ ୫ଟି ମନୋନୟନ ଘୋଷଣା କରାଯିବ।
କୌଣସି ଭାରତୀୟ ଚଳଚ୍ଚିତ୍ର ସର୍ବୋତ୍ତମ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗ ଜିତିନାହିଁ। ଏହି ବର୍ଗରେ ଏପର୍ଯ୍ୟନ୍ତ କେବଳ ତିନୋଟି ଭାରତୀୟ ଚଳଚ୍ଚିତ୍ର ମନୋନୀତ ହୋଇଛି - ମେହବୁବ ଖାନଙ୍କ "ମଦର ଇଣ୍ଡିଆ", ମୀରା ନାୟାରଙ୍କ "ସଲାମ ବମ୍ବେ" ଏବଂ ଆଶୁତୋଷ ଗ୍ବାରିକରଙ୍କ "ଲଗାନ"। ଦୀପା ମେହେଟ୍ଟାଙ୍କ "ୱାଟର" (ଜନ୍ ଆବ୍ରାହମ ଏବଂ ଲିସା ରେ ଅଭିନୀତ) ମଧ୍ୟ ମନୋନୀତ ହୋଇଥିଲା, କିନ୍ତୁ ଏହାକୁ କାନାଡାରୁ ପଠାଯାଇଥିଲା। 99ତମ ଏକାଡେମୀ ପୁରସ୍କାର ସମାରୋହ ରବିବାର, ୧୪ ମାର୍ଚ୍ଚ, ୨୦୨୭ରେ ଅନୁଷ୍ଠିତ ହେବ।

Related Topics
Explore more stories