Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଦର୍ଶକଙ୍କ ପାଇଁ ଖୁସିଖବର: ପୁଣି ଫେରୁଛି ହେରାଫେରି-୩

Ritu Das
Browse all articles by Ritu Das
·1 year ago·1 min read
ଦର୍ଶକଙ୍କ ପାଇଁ ଖୁସିଖବର: ପୁଣି ଫେରୁଛି ହେରାଫେରି-୩

ଅର୍ଗସ ବ୍ୟୁରୋ: କ୍ଲାସିକ୍ ବଲିଉଡ କମେଡି ଫିଲ୍ମ ହେରାଫେରିର ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର । ଖବରଟି ହେଉଛି ମୂଳ ହେରାଫେରି ଫିଲ୍ମର ନିର୍ଦ୍ଦେଶକ ପ୍ରିୟଦର୍ଶନ ହେରାଫେରି-୩ର ନିର୍ଦ୍ଦେଶନା ଦେବେ । ଆଜି ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ଜନ୍ମଦିନ, କିନ୍ତୁ ତାଙ୍କ ଜନ୍ମଦିନରେ ପ୍ରିୟଦର୍ଶନ ତାଙ୍କ ପ୍ରଶଂସକମାନଙ୍କୁ ଏହି ଉପହାର ଦେଇଛନ୍ତି। ଏହି କଲ୍ଟ କ୍ଲାସିକ୍ କମେଡି ଫିଲ୍ମ ହେରା ଫେରୀର ତୃତୀୟ ଭାଗ ଘୋଷଣା ପାଇଁ ସଙ୍କେତ ମିଳିଛି । ପ୍ରଯୋଜକ-ନିର୍ଦ୍ଦେଶକ ପ୍ରିୟଦର୍ଶନ ଏବେ ଅକ୍ଷୟ କୁମାରଙ୍କ ସହ ତାଙ୍କର ଆଗାମୀ ହରର-କମେଡି ଫିଲ୍ମ 'ଭୂତ ବଙ୍ଗଳା'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଆଜି ତାଙ୍କ ଜନ୍ମଦିନ ଏବଂ ଅଭିନେତା ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।


ଅକ୍ଷୟଙ୍କ ଏହି ପୋଷ୍ଟଉପରେ ପ୍ରତିକ୍ରିୟା ରଖି ପ୍ରିୟଦର୍ଶନ ହେରା ଫେରି ୩ କୁ ନେଇ ଏକ ବଡ ଅପଡେଟ ଦେଇଛନ୍ତି । ଅକ୍ଷୟ କୁମାର ପ୍ରିୟଦର୍ଶନଙ୍କୁ ଇନଷ୍ଟାଗ୍ରାମରେ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରେ ନିର୍ଦ୍ଦେଶକ ଅଭିନେତାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, 'ଆପଣଙ୍କ ଶୁଭେଚ୍ଛା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଅକ୍ଷୟ କୁମାର। ମୁଁ ଆପଣଙ୍କୁ ଏକ ରିଟର୍ଣ୍ଣ ଉପହାର ଦେବାକୁ ଚାହୁଁଛି । ମୁଁ 'ହେରା ଫେରୀ-୩' କରିବାକୁ ପ୍ରସ୍ତୁତ, ଆପଣ ଅକ୍ଷୟ, ସୁନୀଲ ସେଟ୍ଟୀ ଓ ପରେଶ ରାଓ୍ଵଲ ପ୍ରସ୍ତୁତ ଅଛନ୍ତି କି? 'ହେରା ଫେରି' ଏବଂ 'ଫିର୍ ହେରା ଫେରି'ର ଜବରଦସ୍ତ ସଫଳତା ପରେ ଦର୍ଶକ ଏହି ଲୋକପ୍ରିୟ ଫ୍ରାଞ୍ଚାଇଜର ତୃତୀୟ କିସ୍ତିକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାବ୍ୟତୀତ ଅକ୍ଷୟ କୁମାର ଏବଂ ପ୍ରିୟଦର୍ଶନ ଆଉ ଏକ ହରର କମେଡି ଫିଲ୍ମ 'ଭୂତ ବଙ୍ଗଳା'ରେ ମଧ୍ୟ ଏକାଠି ନଜର ଆସିବେ । 'ଭୂତ ବଙ୍ଗଳା' ୨୦୨୬ ଏପ୍ରିଲ ୨ତାରିଖରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ପରେଶ ରାୱଲ ନଜର ଆସିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Good news for viewers: Hera Pheri-3 is back | Argus News